Voice of Eastern India

୩ ଫୁଟ ତଳକୁ ଧସିଲା ୩୦ ଫୁଟର କଂକ୍ରିଟ୍ ରାସ୍ତା, ଓ୍ବାଟ୍‌କୋର ଅବହେଳା ଅଭିଯୋଗ


କଟକ ୨୩।୭: କଟକ ନୂଆପଡ଼ା ଅଞ୍ଚଳରେ ଧସିଲା ରାସ୍ତା । ପାଖାପାଖି ୩୦ ଫୁଟ ପରିଧିର କଂକ୍ରିଟ ରାସ୍ତା ଧସି ପଡ଼ିଥିବା ବେଳେ ଏଥିରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ୱାଟକୋ ସ୍ୱରେଜ କର୍ତ୍ତୃପକ୍ଷଙ୍କ ମନମାନି ପାଇଁ ବାରମ୍ବାର ଏହି ଅଞ୍ଚଳରେ ରାସ୍ତା ଦବୁଥିବା ସହ ଆଜି ପୂରା ଧସିଗଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ କର୍ପୋରେଟର ଓ ବାସିନ୍ଦା ।

କଟକ ସହରର ଅନ୍ୟତମ ମୁଖ୍ୟ ରାସ୍ତା ନୂଆପଡ଼ାରେ ପାଖାପାଖି ୩୦ ଫୁଟ ପରିଧିର କଂକ୍ରିଟ ୩ ଫୁଟ ତଳକୁ ଧସି ଯାଇଥିବା ବେଳେ ବାକି ୫୦ ଫୁଟ କଂକ୍ରିଟ ଧସିବାକୁ ଅପେକ୍ଷା କରି ରହିଛି । ମାତ୍ର ହାତ ଗଣତି କିଛି ଦିନ ତଳେ ଏହି କଂକ୍ରିଟ କରାଯାଇଥିବା ବେଳେ ଧସିଗଲା । ବୁଧବାର ରାତିରେ ଅଳ୍ପ ଦବିଥିବା ବେଳେ ଗୁରୁବାର ସକାଳୁ ସମ୍ପୂର୍ଣ୍ଣ ଅଞ୍ଚଳ ଦବି ଯାଇଥିଲା । ଏହାର ଆଖପାଖ ଅଞ୍ଚଳ ମଧ୍ୟ ଦବିବା ଅପେକ୍ଷାରେ । ବିଶେଷ କରି ଏହି ରାସ୍ତାରେ ଅନେକ ଥର ଏହିଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ୱାଟକୋ ସ୍ଵରେଜ ବିଭାଗର ଉଦାସୀନ ମନୋଭାବ ଓ ଠିକାଦାର ପ୍ରୀତି ପାଇଁ ଲୋକେ ସମସ୍ୟାରେ ପଡ଼ୁଛନ୍ତି । ସକାଳ ସମୟରେ ଏହି ଘଟଣା ଘଟିଥିଲେ ସୁଦ୍ଧା ୱାଟକୋ ସ୍ଵରେଜ ପକ୍ଷରୁ କୌଣସି ଅଧିକାରୀଙ୍କ ଦେଖା ନଥିଲା । କେବଳ ମଧୁପାଟଣା ଥାନା ପୋଲିସ ଓ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ଆଖପାଖ ଅଞ୍ଚଳ ବ୍ୟାରିକେଡ୍ କରି ଲୋକଙ୍କୁ ଅନ୍ୟ ରାସ୍ତାରେ ଯିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଓ କର୍ପୋରେଟର ପହଞ୍ଚି ୱାଟକୋ ସ୍ଵରେଜର ଅଧିକାରୀଙ୍କୁ ଫୋନ୍ କରିଥିଲେ ବି ସଙ୍ଗେ ସଙ୍ଗେ ନ ଆସି ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଆସିଥିଲେ । ଯାହାକୁ ନେଇ ସ୍ଥାନୀୟ କର୍ପୋରେଟର ଓ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Also Read:- ଦ୍ରୁତ ଗତି ମହାବିପତ୍ତି : ଆଖି ପିଛୁଳାକେ ଓଲଟି ପଡ଼ିଲା, ଚାରିଆଡ଼େ ଭଙ୍ଗା କାଚ, ଶୁଭିଲା ବଞ୍ଚାଅ.. ବଞ୍ଚାଅ..

ଯେତେବେଳେ ବିଳମ୍ବରେ ୱାଟକୋ ସ୍ଵରେଜ ଅଧିକାରୀ ଆସି ପହଞ୍ଚିଥିଲେ ଘଟଣାସ୍ଥଳରେ ସେତେବେଳେ ସ୍ଥାନୀୟ ବାସିନ୍ଦା ଓ କର୍ପୋରେଟର ବିରୋଧ କରିଥିଲେ । ବାରମ୍ବାର ଏହିଭଳି ଘଟଣା ଘଟୁଥିଲେ ବି ୱାଟକୋ ସ୍ଵରେଜ ବିଭାଗର ଅଧିକାରୀ କାହିଁକି ଠିକାଦାର ପ୍ରୀତି ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଅନ୍ୟପଟେ ଏହାକୁ ସଠିକ୍ ଭାବେ ଫିଲିଂ କରାଯାଇ ଏହାର ସ୍ଥାୟୀ ମରାମତି କରାଯିବ ବୋଲି ୱାଟକୋ ସ୍ଵରେଜର ଏସଡିଓ କହିଛନ୍ତି ।

Source link



Source link

Leave A Reply

Your email address will not be published.