Voice of Eastern India

ଅଧିବେଶନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟାକ୍ଷ, କହିଲେ- ୫୬ ବର୍ଷର ଯୁବକ କଥା କହୁନି


ନୂଆଦିଲ୍ଲୀ: ସଂସଦ ଆରମ୍ଭ ହେବା ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ଯୁବଶକ୍ତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କିନ୍ତୁ କଥାରେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ ବି କରିଛନ୍ତି। ଭାରତର ପ୍ରଥମ ବେସରକାରୀ ରକେଟ୍ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ ପାଇଁ ‘ସ୍କାଏରୁଟ୍ ଏରୋସ୍ପେସ୍’ର ଯୁବ ଟିମ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପଛରେ ଥିବା ସ୍କାଏରୁଟର ପୂରା ଟିମ୍ର ହାରାହାରି ବୟସ ମାତ୍ର ୨୮ ବର୍ଷ। କିନ୍ତୁ ପରୋକ୍ଷରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ମୁଁ କୌଣସି ୫୬ ବର୍ଷୀୟ ଯୁବକଙ୍କ ବିଷୟରେ କହୁନାହିଁ, ବରଂ ପ୍ରକୃତ ଯୁବଶକ୍ତିର କଥା କହୁଛି।

ହାଇଦ୍ରାବାଦ ଭିତ୍ତିକ ‘ସ୍କାଏରୁଟ୍ ଏରୋସ୍ପେସ୍’ ଦ୍ୱାରା ନିର୍ମିତ ‘ବିକ୍ରମ-୧’ ରକେଟ୍ ‘ମିଶନ ଆଗମନ’ ଅଧୀନରେ ୪୫୦ କିଲୋମିଟର କକ୍ଷପଥରେ ସଫଳତାର ସହ ପେଲୋଡ୍ ପ୍ରବେଶ କରାଇଛି। ଏହାସହ ଭାରତ ବେସରକାରୀ ରକେଟକୁ ମହାକାଶ ପ୍ରେରଣ କରିବାରେ ବିଶ୍ୱର ତୃତୀୟ ଦେଶ ଭାବେ ଇତିହାସ ରଚିଛି।

ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯୁବବର୍ଗ ମହାକାଶକୁ ନୂଆ ଉଡ଼ାଣ ଭରିଛନ୍ତି। ଯୁବପିଢ଼ିଙ୍କ ପ୍ରତିଭା ଓ ଆକାଂକ୍ଷା ମହାକାଶ ଭଳି ସୀମାହୀନ। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଜଣେ ଭାରତୀୟ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS) ରେ ପହଞ୍ଚିଥିଲେ, ଏବଂ ଏଥର ସ୍କାଏରୁଟ ଏହି ଅଦ୍ଭୁତ ସଫଳତା ଦେଶକୁ ଆତ୍ମବିଶ୍ୱାସରେ ଭରିଦେଇଛି।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ ତାଙ୍କର “୫୬ ବର୍ଷୀୟ ଯୁବକ” କଟାକ୍ଷ ମାଧ୍ୟମରେ ରାଜନୈତିକ ପାରଦ ବଢ଼ାଇଛି । ଚଳିତ ଜୁନ୍ ମାସରେ ରାହୁଲ ଗାନ୍ଧୀ ୫୬ ବର୍ଷରେ ପାଦ ଥାପିଥିବା ବେଳେ କଂଗ୍ରେସ ତାଙ୍କୁ ଜଣେ ଯୁବ ନେତା ଭାବେ ଉପସ୍ଥାପନ କରିଆସୁଛି। ସେହିପରି ଗତ ଫେବ୍ରୁଆରୀରେ ଚୀନ୍ ସୀମା ବିବାଦକୁ ନେଇ ରାହୁଲ ‘୫୬ ଇଞ୍ଚର ଛାତି’ କହି ମୋଦୀଙ୍କୁ ଘେରିଥିଲେ। ଆଜି ପ୍ରଧାନମନ୍ତ୍ରୀ ସେହି ‘୫୬’ ସଂଖ୍ୟା ମାଧ୍ୟମରେ ହିଁ ତାଙ୍କୁ ପରୋକ୍ଷ ଜବାବ ଦେଇଛନ୍ତି।

ସଂସଦ ଅଧିବେଶନ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେପରି ମୌସୁମୀ ବର୍ଷା ଦେଶ ପାଇଁ ଫଳପ୍ରଦ ହୁଏ, ସେହିପରି ସଂସଦର ମୌସୁମୀ ଅଧିବେଶନ ମଧ୍ୟ ଜନକଲ୍ୟାଣକାରୀ ଓ ଉତ୍ପାଦନକ୍ଷମ ହେଉ। ସାଂସଦମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଗୃହରେ ହୋହଲ୍ଲା କିମ୍ବା ପାଟିତୁଣ୍ଡ କରିବା ବଦଳରେ ସମସ୍ତେ ତଥ୍ୟ ଓ ଯୁକ୍ତି ଆଧାରରେ ଆଲୋଚନା କରନ୍ତୁ। ତଥ୍ୟ ସବଳ ଥିଲେ ପାଟି କରିବାର ଆବଶ୍ୟକତା ପଡ଼େ ନାହିଁ।

Source link





Source link

Leave A Reply

Your email address will not be published.