Voice of Eastern India

ଅନାଥାଶ୍ରମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜଣଙ୍କ ମୃତ୍ୟୁ, ୧୯ ଆହତ


ଅଲଜିଅର୍ସ: ଅଲଜେରିଆର ରାଜଧାନୀ ଅଲଜିଅର୍ସ ନିକଟସ୍ଥ ମହମ୍ମାଦିଆ ଅଞ୍ଚଳର ଏକ ସରକାରୀ ଅନାଥାଶ୍ରମରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଅତି କମରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି। ଏଥିରେ ଅନେକ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ସିଭିଲ ପ୍ରୋଟେକ୍ସନ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଭୋର ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଦୁଇ ମହଲା ବିଶିଷ୍ଟ ଶିଶୁ ଯତ୍ନ କେନ୍ଦ୍ରରେ ନିଆଁ ଲାଗିଥିଲା। ଖବର ପାଇବା ପରେ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ଶିଶୁମାନଙ୍କୁ ଉଦ୍ଧାର କରିଥିଲେ।

Also Reaport- ‘ଡାକ୍ତରୀ ରିପୋର୍ଟ ଆଧାରରେ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ’, ସୋନମ ୱାଙ୍ଗଚୁକଙ୍କ ଅନଶନ ଉପରେ ସରକାରଙ୍କ ପ୍ରଥମ ପ୍ରତିକ୍ରିୟା

ଆହତମାନଙ୍କ ମଧ୍ୟରୁ ୧୦ ଜଣ ନିଆଁରେ ପୋଡ଼ି ହୋଇଯାଇଥିବା ବେଳେ ଦୁଇ ଜଣ ଧୂଆଁ ଯୋଗୁ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏହି ଘଟଣାରେ ଚାରିଆଡ଼େ ନିଆଁ, ଧୂଆଁ ସହ ଲୋକମାନଙ୍କର ଧାଁଧପଡ଼ରେ କେତେକ ଶିଶୁ ମାନସିକ ଭାବରେ ଡରିଯାଇଛନ୍ତି। ଉଦ୍ଧାରକାରୀ ଦଳ ପାଞ୍ଚ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ଘଟଣାକୁ ନେଇ ଅଲଜେରିଆର ରାଷ୍ଟ୍ରପତି ଅବ୍ଦେଲମାଜିଦ ତେବୁନେ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ସିଫି ଘ୍ରିଏବ ହସ୍ପିଟାଲକୁ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିଛନ୍ତି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଅଲଜେରିଆରେ ଚାଲିଥିବା ଗ୍ରୀଷ୍ମ ଲହରୀ ମଧ୍ୟରେ ଗତ ସପ୍ତାହରେ ଦେଶବ୍ୟାପୀ ଶତାଧିକ ଅଗ୍ନିକାଣ୍ଡ ଘଟିଛି।

Source link



Source link

Leave A Reply

Your email address will not be published.