Voice of Eastern India

ଅବପାତ ପାଇଁ ୩ ଜିଲ୍ଲାକୁ ବଡ଼ ବିପଦ ! ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ


ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ଯାଜପୁରରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। କିଛି ଜିଲ୍ଲାକୁ ଅରେଞ୍ଜ ଓ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ।

ଚତୁର୍ଥ ଥର ପାଇଁ ପୁଣି ବୈତରଣୀ ନଦୀରେ ଆସିଛି ବନ୍ୟା ଜଳ। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର। ବିପଦ ସଂକେତ ୧୮.୩୩ ଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା ୧୯.୨୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟରେ ଅନେକ ଗାଁ ଜଳବନ୍ଦୀ ଥିବା ବେଳେ ପୁଣି ବନ୍ୟା ପାଣି ଆସିବାରୁ ବନ୍ୟା ବିପନ୍ନଙ୍କ ଦୁଃଖ ବଢାଇ ଦେଇଛି।

also read-ଗୋବରୀ ନଦୀରେ ୧୫ ଫୁଟର ବିରାଟ କୁମ୍ଭୀର ! ପାଣିକୁ ଯିବାକୁ ଡରୁଛନ୍ତି ଲୋକେ

ଗୋଟେ ପଟେ ବର୍ଷା ଅନ୍ୟ ପଟେ ବନ୍ୟା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବନ୍ୟା ବିପନ୍ନ। ତେବେ ଯାଜପୁର ଜିଲ୍ଲାର ଯାଜପୁର ଦଶରଥପୁର,ବିଞ୍ଝାରପୁର, ବରୀ ଅଞ୍ଚଳର ଲୋକଙ୍କ ଦୁଃଖ କହିଲେ ନ ସରେ। ସେପଟରେ ବ୍ରାହ୍ମଣୀର ଜଳ ସ୍ତର ବୃଦ୍ଧି ପାଇବା ଯୋଗୁ ଅନେକ ଗାଁରେ ପାଣି ପଶିବା ସହ ବରୀ ବ୍ଲକର ମୁଖ୍ୟ ରାସ୍ତାରେ ପାଣି ଚାଲୁଛି।

Source link



Source link

Leave A Reply

Your email address will not be published.