Voice of Eastern India

ଅସଲି ‘ତୃଣମୂଳ କଂଗ୍ରେସ’ ପରିଚୟ ଦାବି,  ECଙ୍କ ନିକଟରେ ପହଞ୍ଚିଲା ଦୁଇ ଟ୍ରକ୍‌ ଭର୍ତ୍ତି ଆଫିଡେଭିଟ୍ 


କୋଲକାତା: ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ (AITC) ମଧ୍ୟରେ ନିର୍ବାଚନୀ ଚିହ୍ନକୁ ନେଇ କ୍ଷମତା ସଂଘର୍ଷ ତୀବ୍ର ହେବାରେ ଲାଗିଛି। ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନିର୍ବାଚନ ଆୟୋଗ (EC)ଙ୍କ ନିକଟରେ ଲକ୍ଷାଧିକ ସମର୍ଥନ ପତ୍ର ବା ଆଫିଡେଭିଟ୍ ଦାଖଲ କରାଯାଇଛି। ଏହିସବୁ ଆଫିଡେଭିଟ୍ଗୁଡ଼ିକୁ ନେଇ ଯିବା ପାଇଁ ଦୁଇଟି ବଡ଼ ଟ୍ରକର ବ୍ୟବହାର କରାଯାଇଥିଲା । ସୂଚନା ଅନୁଯାୟୀ, ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ଦାଖଲ ହୋଇଥିବା ଏହି ଦସ୍ତାବିଜ୍ ମଧ୍ୟରେ ୧୭ ଜଣ ସାଂସଦ, ପଶ୍ଚିମବଙ୍ଗର ୩୨ ଜଣ ବିଧାୟକ, ମେଘାଳୟର ୫ ଜଣ ଏବଂ ଆସାମର ଜଣେ ବିଧାୟକଙ୍କ ସମର୍ଥନ ପତ୍ର ରହିଛି। ଏହାବ୍ୟତୀତ ତୃଣମୂଳ ସ୍ତରର କର୍ମୀ ଏବଂ ସମର୍ଥକମାନଙ୍କର ୨ ଲକ୍ଷରୁ ଅଧିକ ଆଫିଡେଭିଟ୍ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଛି। 

ଦଳର ପ୍ରକୃତ ପରିଚୟ ଏବଂ ‘ଘାସଫୁଲ’ ଚିହ୍ନ ଉପରେ ନିଜର ଦାବି ଜାହିର କରିବା ପାଇଁ ମମତା ଶିବିର ପକ୍ଷରୁ ଏହି  ପଦକ୍ଷେପ ନିଆଯାଇଛି। ଅନ୍ୟପଟେ, ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିରୋଧୀ ଗୋଷ୍ଠୀ ମଧ୍ୟ ପୂର୍ବରୁ ଏହି ପ୍ରସଙ୍ଗରେ ନିଜର ଦାବି ଉପସ୍ଥାପନ କରିସାରିଛି। ତେବେ ମମତା ଗୋଷ୍ଠୀର ବରିଷ୍ଠ ନେତା ତଥା ସାଂସଦ କଲ୍ୟାଣ ବାନାର୍ଜୀ ବିରୋଧୀ ଶିବିରକୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଗୋଷ୍ଠୀ ପାଖରେ କୌଣସି ଅସଲି ସମର୍ଥନ ନାହିଁ। ସେମାନେ ପୋଲିସ ପ୍ରଶାସନର ଭୟ ଦେଖାଇ ଜୋରଜବରଦସ୍ତ କିମ୍ବା ଜାଲିଆତି କରି କିଛି ଆଫିଡେଭିଟ୍ ତିଆରି କରିଛନ୍ତି। ଆଇନଗତ ପ୍ରକ୍ରିୟା ଅନୁସାରେ ନିଜର ସମସ୍ତ ଅସଲି ଦସ୍ତାବିଜ୍ ଏବଂ ଆଫିଡେଭିଟ୍ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

ଉଭୟ ଗୋଷ୍ଠୀ ପକ୍ଷରୁ ଦଳୀୟ କର୍ତ୍ତୃତ୍ୱ ଓ ପାଣ୍ଠିକୁ ନେଇ କରାଯାଉଥିବା ଏହି ଲଢ଼େଇକୁ ଏବେ ନିର୍ବାଚନ ଆୟୋଗ (EC) ୧୯୬୮ର ନିର୍ବାଚନ ଚିହ୍ନ (ସଂରକ୍ଷଣ ଏବଂ ଆବଣ୍ଟନ) ନିୟମ ଆଧାରରେ ଯାଞ୍ଚ କରୁଛନ୍ତି। ଗତ ବିଧାନସଭା ନିର୍ବାଚନରେ ସେତେବେଳର ଟିଏମସି ବଡ଼ ପରାଜୟ ଭୋଗିଥିଲା।  ଏହା ପରେ ଦଳରେ ନେତୃତ୍ବ ସଂକଟ ସୃଷ୍ଟି ହୋଇଥିଲା । ଦଳ ଭାଗ ଭାଗ ହୋଇଯିବା ପରେ ଦଳୀୟ ଚିହ୍ନ ମଧ୍ୟ ବିଭାଜିତ ହୋଇଯାଇଛି । ଏବେ ମମତାଙ୍କ ଶିବିରରୁ  ୨ ଟ୍ରକ୍ ଭର୍ତ୍ତି ଦସ୍ତାବିଜ ନିର୍ବାଚନ ଆୟୋଗଙ୍କୁ ପଠାଯିବା ପରେ, ଆଗକୁ କଣ ହେବ ତା ଉପରେ ନଜର ରହିବ ।

Source link



Source link

Leave A Reply

Your email address will not be published.