Voice of Eastern India

ଆସନ୍ତାକାଲି ଭଦ୍ରକରେ ସମସ୍ତ ସ୍କୁଲ ଛୁଟି, ଘୋଷଣା କଲେ ଭଦ୍ରକ ଜିଲ୍ଲାପାଳ


ଭଦ୍ରକ: ଲଘୁଚାପ ପ୍ରଭାବରେ ପୂର୍ବ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି। ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।ପରିସ୍ଥିତିକୁ ଦୃଷ୍ଟିରେ ର ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ମଙ୍ଗଳବାର ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏହି ସୂଚନା ଦେଇଛନ୍ତି। ବର୍ଷା ଓ ଜଳବନ୍ଦୀ ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସୂଚନା ମୁତାବକ, ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବୁଧବାର ପାଇଁ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟରେ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲଗାଣ ବର୍ଷା ଏବଂ ଜଳବନ୍ଦୀ ପରିସ୍ଥିତିକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଭିଭାବକ, ଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବା ସହ ବର୍ଷାଜନିତ ପରିସ୍ଥିତିରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Also Read: ଏଣିକି ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ, ସାରା ରାଜ୍ୟ ପାଇଁ ଗୋଟିଏ ଦର

ଜିଲ୍ଲାର ସମସ୍ତ ସରକାର ଏବଂ ବେସରକାରୀ ସ୍କୁଲକୁ ଗୋଟିଏ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ଗତରାତିରୁ ଲାଗିରହିଛି ବର୍ଷା । ଖାସ୍ କରି ଉପକୂଳିଆ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

Source link



Source link

Leave A Reply

Your email address will not be published.