Voice of Eastern India

କ୍ରିତିଙ୍କ ସମ୍ପର୍କରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ ? ମିଷ୍ଟ୍ରି ଗର୍ଲଙ୍କ ସହ କବୀରଙ୍କ ଫଟୋ ଭାଇରାଲ ପରେ ଚର୍ଚ୍ଚା ଜୋର


ମୁମ୍ଵାଇ ୩୦।୦୬; କଣ କ୍ରିତି ସାନନଙ୍କର ହୋଇଗଲା କି ବ୍ରେକଅପ୍ ? କବୀର ବାହିଆଙ୍କ ସହ ତାଙ୍କ ସମ୍ପର୍କରେ ପଡିଛି କି ପୂର୍ଣ୍ଣଚ୍ଛେଦ ? କବୀର ବାହିଆଙ୍କ ଏକ ଭାଇରାଲ ଫଟୋ ପରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ସେହି ଭାଇରାଲ ଫଟୋ ପଛର ସତ୍ୟତା କଣ ଆସନ୍ତୁ ଜାଣିବା । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କକ୍ଟେଲ୍ ୨’ ର ସଫଳତାର ଉତ୍ସବ ପାଳନ କରୁଛନ୍ତି କ୍ରିତି। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ କ୍ରିତିଙ୍କ ଅଭିନୟକୁ କରାଯାଉଛି ବେଶ୍ ପ୍ରଶଂସା । କିନ୍ତୁ ଏହାରି ମଧ୍ୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ନୂଆ ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର ଧରିଛି। ତାଙ୍କ ରୁର୍ମଡ ବୟଫ୍ରେଣ୍ଡ ତଥା ବ୍ୟବସାୟୀ କବୀର ବାହିଆଙ୍କର ଜଣେ ଯୁବତୀଙ୍କ ସହ ଫଟୋ ଭାଇରାଲ୍ ହେବା ପରେ ଦୁହିଁଙ୍କ ବ୍ରେକ୍ ଅପ୍ ହୋଇଥିବା ନେଇ ଅନେକ ପ୍ରକାର ଚର୍ଚ୍ଚା ଚାଲିଛି। 

ସୋସିଆଲ୍ ମିଡିଆରେ କବୀରଙ୍କ ସହ ଜଣେ ଯୁବତୀଙ୍କ ଫଟୋ ଭାଇରାଲ୍ ହେବା ପରେ ଅନେକ ପ୍ରଶଂସକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କ୍ରିତି ଓ କବୀରଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।’ ଏଭଳି ପ୍ରତିକ୍ରିୟା ପରେ ଦୁହିଁଙ୍କ ବ୍ରେକଅପ୍‌କୁ ନେଇ ବିଭିନ୍ନ ପ୍ରକାର ଗୁଜବ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କବୀର ବାହିଆଙ୍କ ଘନିଷ୍ଠ ସୂତ୍ର ଏହି ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ଭାଇରାଲ୍ ଫଟୋକୁ ଅସ୍ବୀକାର କରିଛନ୍ତି । ବ୍ରେକଅପ୍ର ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ ବୋଲି ଏହା ଦାବି ମଧ୍ୟ କରିଛନ୍ତି।ସବୁଠାରୁ ବଡ କଥା କ୍ରିତି ଓ କବୀର କେବେ ବି ସାର୍ବଜନୀନ ଭାବେ ନିଜ ସମ୍ପର୍କକୁ ସ୍ୱୀକାର କିମ୍ବା ଖଣ୍ଡନ କରିନାହାନ୍ତି। 

କହିବାକୁ ଗଲେ ଗତ ଏକ ବର୍ଷ ମଧ୍ୟରେ ଦୁହିଁଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିବାରୁ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି। ଖବର ଅନୁଯାୟୀ, କ୍ରିତିଙ୍କ ଜନ୍ମଦିନ ଅବସରରେ ଉଭୟଙ୍କୁ ଗ୍ରୀସରେ ଏକାଠି ଛୁଟି କାଟୁଥିବା ଦେଖାଯାଇଥିଲା। ଏହାଛଡ଼ା କବୀର, କ୍ରିତିଙ୍କ ଭଉଣୀ ନୂପୁରଙ୍କ ବିବାହର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଥିଲେ। ପାରିବାରିକ ଉତ୍ସବ ବ୍ୟତୀତ ଉଭୟଙ୍କୁ ଡିନର ଓ ଅନ୍ୟାନ୍ୟ ପାର୍ଟିରେ ମଧ୍ୟ ଏକାଠି ଦେଖାଯାଇଥିବାରୁ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ଖବର କେତେ ଦୂର ସତ ତାହା କ୍ରିତି ହିଁ ଜାଣନ୍ତି ।

Source link



Source link

Leave A Reply

Your email address will not be published.