Voice of Eastern India

ଗଞ୍ଜାମରୁ ଅପରେଟ୍ ହେଉଥିଲା ଡକାୟତି ଗ୍ୟାଙ୍ଗ୍, ମୟୂରଭଞ୍ଜ ଓ ରାଇରଙ୍ଗପୁର କରୁଥିଲେ ଚୋରି


ଆସିକା: ଗଞ୍ଜାମରୁ ଅପରେଟ୍ ହେଉଥିଲା ଡକାୟତି ଗ୍ୟାଙ୍ଗ। ଆଉ ମୟୂରଭଞ୍ଜ ଓ ରାଇରଙ୍ଗପୁର ହେଉଥିଲା ଚୋରି। ଏଭଳି ଗ୍ୟାଙ୍ଗ ଦ୍ବାରା ହେଉଥିବା ଚୋରି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ତା’ ଠାରୁ ବିପୁଳ ସୁନା ଓ ରୁପା ମଧ୍ୟ ଜବତ ହୋଇଛି।

ସୂଚନା ଅନୁସାରେ, ଗତ ଜୁଲାଇ ୨୧ରୁ ଅଗଷ୍ଟ ୨୨ ଏକ ମାସ ଭିତରେ ମୟୂରଭଞ୍ଜ ଜିଲ୍ଲାର କୋଳିଅଣା ଥାନା, ମୋରଡା ଥାନା, ଝାରପୋଖରିଆ ଥାନା ଓ ଯଶିପୁର ଥାନା ଅଞ୍ଚଳରୁ ଚାରି ଚାରିଟି ଡକାୟତି ମାମଲା ଘଟିଥିଲା l ଘଟଣାରେ ମୟୂରଭଞ୍ଜ ପୋଲିସ ତଦନ୍ତ ବେଳେ ଗଞ୍ଜାମ ଜିଲ୍ଲାରୁ ଏକ ଡକାୟତି ଗ୍ୟାଙ୍ଗ ଅପରେଟ୍ ହେଉଥିବା ସୂଚନା ପାଇଥିଲା l

Also Read: ଚାଲିଥିଲା ବଡ଼ଧରଣର ଠକେଇ ରାକେଟ, ମାଷ୍ଟରମାଇଣ୍ଡ ଥିଲେ ସ୍ୱାମୀ-ସ୍ତ୍ରୀ !

ଘଟଣା ବିଷୟରେ ମୟୂରଭଞ୍ଜ ପୋଲିସ ଗଞ୍ଜାମ ଏସପିଙ୍କୁ ଅବଗତ କରାଇବା ପରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ପୋଲିସ ଗଞ୍ଜାମ ପୋଲିସକୁ ନେଇ ଏକ ସ୍ବତନ୍ତ୍ର ଟିମ ହୋଇଥିଲା। ଏହି ଟିମ୍ ଆସିକାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଯାଞ୍ଚ ବେଳେ ଆସିକା ପାକଲାପଲ୍ଲୀ ଏରୋଗଲା କ୍ୟାମ୍ପରୁ ୭.୫ କେଜିରୁ ଉର୍ଦ୍ଧ୍ବ ରୂପା ସହ ୬୦ ଗ୍ରାମ ସୁନା ଜବତ କରିଛି। ଏହା ସହ ଏ .ନରେଶ ନାମକ ଯୁବକକୁ ପୋଲିସ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ସୌରଭ ରଞ୍ଜନ ପ୍ରଧାନ।

Source link



Source link

Leave A Reply

Your email address will not be published.