Voice of Eastern India

ଗୁପଚୁପ୍ ଖାଇଲା ମାଙ୍କଡ, ବାକ୍ସ ଉପରେ ହିଁ ଶୋଇ ପଡିଲା ! ହନୁର ନୂଆ ରୂପ ଏବେ ଚର୍ଚ୍ଚାରେ


ପାଟଣା, ୨୪/୦୮ : ପାଟଣା ବଜାର ଅଞ୍ଚଳ ଷ୍ଟେଟ ବ୍ୟାଙ୍କ୍ ସାମ୍ନାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ହନୁମାଙ୍କଡ ଏଠାରେ ଏବେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛି । ଏହାକୌଣସି ଉପଦ୍ରବ ପାଇଁ ନୁହେଁ ନିଜ ମଜାଳିଆ ଅନ୍ଦାଜ ପାଇଁ ଏବେ ଚର୍ଚ୍ଚାରେ ରହିଛି ।

ଦେଖିବାକୁ ମିଳିଛି ଯେ, ପାଟଣା ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି ଖାଉଥିବା ଏକ ବୁଲା ହନୁ ମାଙ୍କଡ଼ ରବିବାର ଅପରାହ୍ନ ୩ଟାରେ ଷ୍ଟେଟବ୍ୟାଙ୍କ ସାମ୍ନାରେ ଥିବା ଗୁପଚୁପ ଦୋକାନକୁ ଆସି ଖାଇବା ପାଇଁ ବସିଲା। ବେପାରୀ ଜଣକ କିଛି ଗୁପଚୁପ ଖାଇବାକୁ ଦେଇଥିଲେ। ମାଙ୍କଡଟି ଖାଇ ସାରି ସିଧା ଗୁପଚୁପ ବାକ୍ସ ଉପରକୁ ଚଢି ଯାଇ ଆରାମରେ ଶୋଇ ପଡ଼ିଥିଲା। ଏପରିକି ଯେତେ ଡାକିଲେ ମଧ୍ୟ ଆଉ ଉଠି ନଥୁଲା । ଫଳରେ ଦୋକାନୀ ଜଣକ ଆଉ ଗୁପଚୁପ ବିକ୍ରୀ କରି ପାରି ନଥିଲେ। ଗୁପଚୁପ୍ ଷ୍ଟଲ ଉପରେ ହନୁ ମାଙ୍କଡ଼ର ଆରାମଦାୟକ ନିଦ ଦେଖୁ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ଲୋକଙ୍କ ଚଳପ୍ରଚଳ ଓ ଗହଳି ସତ୍ତ୍ୱେ ମାଙ୍କଡ଼ଟି କୌଣସି ଭୟ ନରଖି ଗୁପଚୁପ୍ ଷ୍ଟଲ୍ ଉପରେ ଆରାମ ଶୋଇ ରହିଥିଲା।

Also Read :- ଘର ବୁଡି ପାଣି ଆଣ୍ଠୁଏ, ସାଉଦି-ପାକିସ୍ତାନ-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବ ବାଂଲାଦେଶ ! ଭାରତ ପାଇଁ ବଢିଲା ବିପଦ

ମାଙ୍କଡ଼ଟିର ଏ ନିଦ୍ରାମଗ୍ନ ଅବସ୍ଥାକୁ ଲୋକେ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିବା ବେଳେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପାଖାପାଖି ଦେଢ଼ ଘଣ୍ଟା ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାରୁ ମାଙ୍କଡ଼ଟି ଗୁପଚୁପ ପେଟି ଉପରୁ ଡେଇଁ ଚାଲି ଯାଇଥିଲା

Source link



Source link

Leave A Reply

Your email address will not be published.