Voice of Eastern India

ଘରେ ପଶିଯାଉଛି ସାପ ! ରୁହନ୍ତୁ ସତର୍କ…ଏହି ସବୁ କାରଣ ପାଇଁ ବଢୁଛି ସର୍ପାଘାତ ବିପଦ


ଭୁବନେଶ୍ୱର,୧୨|୦୭:ବର୍ତ୍ତମାନ ବର୍ଷା ଋତୁ ହେତୁ ରାଜ୍ୟର ଚାରିଆଡେ ସାପ ଦେଖିବାକୁ ମିଳୁଛନ୍ତି। ଏହାର ମୁଖ୍ୟ କାରଣ ହେଲା ବର୍ଷା ପାଣି ସାପଙ୍କ ଗାତରେ ପଶିଯିବାରୁ ସେମନେ ବାସହରା ହୋଇ ନିରାପଦ ସ୍ଥାନ ଖେଜୁଛନ୍ତି । ଘର, ଅଗଣା, ଗୁହାଳ ଘର, ଗୋଦାମ କିମ୍ବା ବଗିଚାକୁ ପଶିଯିବା ଦେଖା ଯାଉଛି। ଦ୍ବିତୀୟ କାରଣଟି ହେଲା ସାପମାନଙ୍କର ପ୍ରଜନନ ଋତୁର ଏହା ଶେଷ ଭାଗ। ଏବେ ନାଗ, ତମ୍ପ, ଆଦି ସାପଙ୍କ ଅଣ୍ଡା ଫୁଟି ଛୁଆ ବାହାରି ସାରିଲେଣି। ଚନ୍ଦନ ବୋଡ଼ା ଭଳି ସାପଙ୍କ ଛୁଆ ଜନ୍ମ ହୋଇ ସାରିଲେଣି। ସେଇ ସବୁ ସାପ ଛୁଆଙ୍କ ଯେଗୁଁ ବର୍ଷା ଦିନେ ସାପ-ମଣିଷ ମୁହାଁମୁହିଁ ହେବା ବହୁଳ ମାତ୍ରାରେ ବଢି ଯାଇଥାଏ।

ଯଦିଓ ସାପମାନେ ଆକ୍ରମଣ କରନ୍ତି ନାହିଁ, ଅସାବଧାନତା ବଶତଃ ପାଦ ପଡ଼ିଲେ କିମ୍ବା ଭୟଭୀତ ହେଲେ କାମୁଡି ଦେବା ଅତି ସାଧାରଣ ଘଟଣା। ତେଣୁ କିଛି ସରଳ ସାବଧାନତା ଅବଲମ୍ବନ କଲେ ସର୍ପ ଦଂଶନର ବିପଦକୁ କମଇ ଦିଆଯାଇପାରେ ।

Also Read :- ଆରମ୍ଭ ହେବ ପ୍ରବଳ ବର୍ଷା-ପବନ, ସୋମବାରଠୁ ଏହି ସବୁ ଜିଲ୍ଲାବାସୀ ସାବଧାନ

ସାପ ଘରେ କାହିଁକି ପଶିଯାନ୍ତି ?

ସାପର ପ୍ରଧାନ ଖାଦ୍ୟ ମୂଷା ଏବଂ ବେଙ୍ଗ ଘର ଭିତରେ ରହିଲେ ସାପ ତାକୁ ଖାଇବା ପାଇଁ ଘରେ ପଶିବ । ଘରେ ମୂଷା ଏବଂ ବେଙ୍ଗ ପଶିବା ପାଇଁ ବାଟ ଅଛିମାନେ ସେହି ବାଟ ଦେଇ ମଧ୍ୟ ସାପ ପଶିବ।

କଣ କରିବେ:

ଘରେ ସାପ ପ୍ରବେଶ ରୋକିବା ପାଇଁ ଘର ଚାରିପାଖ ସଫା ରଖନ୍ତୁ, ଘରେ ବେଙ୍ଗ ମୂଷା ରଖେଈ ଦିଅନ୍ତୁ ନାହିଁ । ଘର ବାହାରକୁ ଯାଇଥିବା ଡ୍ରେନ୍ରେ ଜାଲି ଠିକ ଅଛି ବୋଲି ସୁନିଶ୍ଚିତ କରନ୍ତୁ। କବାଟ ତଳେ ଡୋର୍ ଗାର୍ଡ ଲଗେଇଲେ ମଧ୍ୟ ସାପ ପଶି ପାରିବେ ନାହିଁ ।

କୌଣସି କେମିକାଲ୍ ଦ୍ବାରା ସାପଙ୍କୁ ରୋକି ହେବ ନାହିଁ । ଘର ବାହାରେ ବ୍ରିଟିଂ ପାଉଡ଼ର କିମ୍ବା ଫିନାଇଲ ପକେଇଲେ କିଛି ମାତ୍ରାରେ ସଫଳତା ମିଳିଥାଏ। ଘର ଭିତରେ ଅସରପା ମାରିବା ସ୍ପ୍ରେ କଲେ ମଧ୍ୟ କିଛି ସଫଳତା ମିଳିଥାଏ। କିନ୍ତୁ କୌଣସି ଏସିଡ କିମ୍ବା ଦାନାଦାର କୀଟନାଶକ ଆଦି ବ୍ୟବହାର କରନ୍ତୁ ନାହିଁ । ଏହି ଦୁଇଟି ଗନ୍ଧ ମଣିଷ ପାଇଁ ମଧ୍ୟ କ୍ଷତିକାରକ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛତି ବଜାରରେ ମିଳୁଥିବା କୌଣସି ରାସାୟନିକ ଯଥା, ଗନ୍ଧ କର୍ପୁର, ଫିନାଇଲ୍, କେରୋସିନ୍, ଡିଜେଲ, ବ୍ଲିଚିଂ ପାଉଡର୍ କିମ୍ବା ବିଭିନ୍ନ ‘ସ୍ନେକ୍ ରିପେଲେଣ୍ଟ ‘ ଔଷଧ ସାପକୁ ଦୂରେଇ ରଖିବାରେ ବୈଜ୍ଞାନିକ ଭାବେ ପ୍ରମାଣିତ ନୁହେଁ। ଖାଲି ସେତିକି ନୁହେଁ, ଅନାବଶ୍ୟକ ରାସାୟନିକ ପଦାର୍ଥ ପରିବେଶ, ପୋଷା ପ୍ରାଣୀ ଓ ମଣିଷଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ପରିଷ୍କାର ପରିବେଶ ଓ ଭୌତିକ ପ୍ରତିବନ୍ଧକ ହିଁ ସର୍ବୋତ୍ତମ ବିକଳ୍ପ।

ଏମସ ଭୁବନେଶ୍ୱରର ଫୋରେନସିକ ମେଡିସିନ ବିଭାଗର ପ୍ରଫେସର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି ‘ରାତିରେ ବାହାରକୁ ଯିବାବେଳେ ସବୁବେଳେ ଟର୍ଚ୍ଚ କିମ୍ବା ଯେ କୌଣସି ଲାଇଟ ବ୍ୟବହାର କରନ୍ତୁ। ଚଟାଣରେ ନ ଶୋଇ ଖଟ ଉପରେ ଶୋଇବା ଶ୍ରେୟସ୍କର । ଘାସ, ପଥର, କାଠ କିମ୍ବା ଟିଣ ଉଠାଇବା ପୂର୍ବରୁ ସାବଧାନରେ ଯାଞ୍ଚ କରନ୍ତୁ। ସାପ କାମୁଡ଼ିଲେ କୌଣସି ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ନହୋଇ, ଉପଯୁକ୍ତ ପ୍ରାଥମିକ ଚିକିତ୍ସା କରି ଯଥା ଶୀଘ୍ର ସମ୍ଭବ ଆଣ୍ଟିଭେନମ୍ ଉପଲବ୍ଧ ଥିବା ଡାକ୍ତରଖାନାକୁ ଯାଆନ୍ତୁ।

Source link



Source link

Leave A Reply

Your email address will not be published.