ଗଞ୍ଜାମ, ୨୩/୦୮ : ପୋଲିସ ଇନ୍ସପେକ୍ଟରଙ୍କୁ ଗାଳିଗୁଲଜ ସହ ଧମକ ଦେବା ଅଭିଯୋଗରେ ଗୋପାଳପୁର ପୋଲିସ ବିଜେପିର ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୋମନାଥ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଗୋପାଳପୁର ଥାନା ଆଇଆଇ ଇସି ସତ୍ୟରଞ୍ଜନ ଲେଙ୍କା କହିଛନ୍ତି ।
ଆଇଆଇସିଙ୍କ ସୂଚନା ପ୍ରକାରେ, ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଶୁକ୍ରବାର ରଙ୍ଗେଇଲୁଣ୍ଡାରେ ଥିବା ଏକ ହୋଟେଲରେ ଚଢ଼ଉ କରିଥିଲେ। ସେଠାରୁ ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ସମୟରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୋମନାଥ ପାତ୍ର ପହଞ୍ଚିଥିଲେ।
Also Read :-ଆଉଥରେ ଲଘୁଚାପ, ଆଜିଠୁ ବଢିବ ବର୍ଷା…ଏବେ ଏହି ସବୁ ଜିଲ୍ଲାରେ ବନ୍ୟା ଆଶଙ୍କା !
ଆଇଏଏଚଟିୟୁ ଇନ୍ସପେକ୍ଟର ସୌଭାଗ୍ୟ ସ୍ବାଇଁଙ୍କ ସହ ତାଙ୍କର କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ପରେ ସୋମନାଥ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଧମକ ଦେବା ସହ ନାବାଳକମାନଙ୍କୁ ଛଡ଼ାଇନେବା ପାଇଁ ଉଦ୍ୟମ କରିଥିଲେ। ଏନେଇ ଇନ୍ସପେକ୍ଟର ସୌଭାଗ୍ୟ ସ୍ବାଇଁ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ସୋମନାଥଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
