ଝାରସୁଗୁଡ଼ାରେ ଗର୍ଜିଲା ପୁଲିସ ବନ୍ଧୁକ: ବ୍ରଜରାଜନଗର ଇବ୍ ନଦୀ ଘାଟରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଗୁରୁତର
ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସର ‘ଜିରୋ ଟଲେରାନ୍ସ’ ନୀତି। ଅପରାଧ ଓ ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇ ପୁଣି ଗର୍ଜିଛି ପୁଲିସ ବନ୍ଧୁକ। ବ୍ରଜରାଜନଗର ଓପିଏମ୍ ସ୍ଥିତ ଇବ୍ ନଦୀ ଘାଟରେ ବିଳମ୍ବିତ ରାତିରେ ଏନକାଉଣ୍ଟର। ପୁଲିସ ଗୁଳିରେ ଗୁରୁତର ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷ। ଅଙ୍କିତ ନାଁରେ ହତ୍ୟା, ଡକାୟତି ଭଳି ୭ଟି ମାମଲା ରହିଛି। ଜିରୋ ଟଲରାନ୍ସ ନୀତିରେ ପୁଲିସ ତାକୁ ଖୋଜୁଥିଲା। ବିଳମ୍ବିତ ରାତିରେ ପୁଲିସକୁ ଦେଖି ଅଙ୍କିତ ଗୁଳି ଚଳାଇବା ପରେ ପୁଲିସ ଏନକାଉଣ୍ଟର କରିଥିଲା।
ସୂଚନାନୁଯାୟୀ, ଝାରସୁଗୁଡ଼ା ଓପିଏମ ନିକଟସ୍ଥ ଇବ ନଦୀ ଘାଟ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷକୁ ପୁଲିସ ଏନକାଉଣ୍ଟର କରିଛି। ଅଙ୍କିତ ନାଁରେ ୭ଟି ଅପରାଧିକ ମାମଲା ରହିଛି। ଜିରୋ ଟଲରାନ୍ସ ନୀତିରେ ଅପରାଧୀଙ୍କୁ ଧରିବା ପାଇଁ ଝାରସୁଗୁଡ଼ା ପୁଲିସ ଅଭିଯାନ କରିଥିଲା। ଅଙ୍କିତକୁ ଧରିବାକୁ ଉଦ୍ୟମ କରିବାବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । ଫଳରେ ପୁଲିସ ଏନକାଉଣ୍ଟର କରିଥିଲା। ଅଙ୍କିତର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅଙ୍କିତକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଓପିଏମ୍ ଘାଟ ନିକଟରେ କିଛି ଦୁର୍ବୃତ୍ତ ଅପରାଧିକ ଷଡ଼ଯନ୍ତ୍ର କରୁଥିବା ନେଇ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅଭିଯୁକ୍ତମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପୁଲିସ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ଅଙ୍କିତର ଗୋଡ଼ରେ ଗୁଳି ବାଜିଥିଲା।
