କଳାହାଣ୍ଡି ୩।୭: କଳାହାଣ୍ଡି ଡୋକରିଚଞ୍ଚରା ପର୍ଯ୍ୟଟନସ୍ଥଳୀରେ ଅଘଟଣ । ପାହାଡ଼ରୁ ପଡି ଯୁବକଙ୍କ ମୃତ୍ୟୁ l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରାରେ ଘଟିଛି ଅଘଟଣ l
Also Read:- ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ; ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ସମୃଦ୍ଧ ଓଡ଼ିଶା ଗଠନ ନେଇ ସକରାତ୍ମକ ଆଲୋଚନା
ଗୁରୁବାର ଡୋକରି ପାହାଡ଼ରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଖଲିଗଡ଼ ଗ୍ରାମବାସୀ ମାନେ ସନ୍ଧ୍ୟାରେ ସୂଚନା ଦେଇଥିଲେ । ତେବେ ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ପର୍ଯ୍ୟଟନସ୍ଥଳୀ ନିକଟରୁ ଯୁବକଙ୍କ ବାଇକ୍ ଠାବ ହୋଇଛି l ଯୁବକ ଏକୁଟିଆ ଆସିଥିଲେ ନା ତାଙ୍କ ସାଙ୍ଗରେ କିଏ ଥିଲେ ଓ କେଉଁ ପରିସ୍ଥିତିରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି l ଖବର ପାଇ ଆମପାଣି ଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି l
