Voice of Eastern India

ଥାନାର ଦ୍ବାରସ୍ଥ ହେଲେ ‘ଯାତ୍ରା ଶ୍ରୀ ବିଶ୍ବ ଦରବାର’ର ପ୍ରଯୋଜକ, ଆଣିଲେ ବଡ଼ ଅଭିଯୋଗ


ବାଲେଶ୍ବର: ‘ଯାତ୍ରା ଶ୍ରୀ ବିଶ୍ୱ ଦରବାର’ର ଚଳିତ ବର୍ଷର ବହୁଚର୍ଚ୍ଚିତ ନାଟକ ‘ଢୋଲିଆ’କୁ ନେଇ ବିବାଦ। ଥାନାରେ ଏତଲା ଦେଲେ ଅନୁଷ୍ଠାନର ପ୍ରଯୋଜକ କିଶୋର ମିଶ୍ର। ନାଟକଟି ମଞ୍ଚସ୍ଥ ହେଉଥିବା ସମୟରେ କିଛି ଯୁବକ ମୋବାଇଲରେ ଭିଡିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରଯୋଜକ

ସେ ଅଭିଯୋଗ ଆଣିଛନ୍ତି ଏଭଳି ଭାବରେ ନାଟକର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ସୋସିଆଲ୍ ମିଡିଆରେ ପ୍ରସାରିତ ହେଲେ ଦର୍ଶକମାନେ ଆଉ ମଞ୍ଚକୁ ନାଟକ ଦେଖିବାକୁ ଆସିବେ ନାହିଁ ଏବଂ ଯାତ୍ରା ପାର୍ଟି ବଡ଼ ଧରଣର ଆର୍ଥିକ କ୍ଷତି ସହିବ। ଏହି ଘଟଣା ନେଇ ପୂର୍ବରୁ ସାଇବର ଥାନାରେ ଅଭିଯୋଗ କରାଯାଇଥିବା ବେଳେ, ବୁଧବାର ବାଲେଶ୍ୱର ସ୍ଥିତ ଶିଳ୍ପାଞ୍ଚଳ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ଅନୁମତି ବିନା ଭିଡିଓ ଅପଲୋଡ୍ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ଭିଡିଓଗୁଡ଼ିକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ପ୍ରଯୋଜକ ପୋଲିସ ନିକଟରେ ଦାବି କରିଛନ୍ତି।

Also Read: ଶ୍ରୀ ଜଗନ୍ନାଥଙ୍କ କାର୍ଟୁନକୁ ନେଇ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ, କହିଲେ ମହାପ୍ରଭୁଙ୍କୁ ବିକୃତ ରୂପରେ ପ୍ରଦର୍ଶନ କରାଯାଇଛି

Source link



Source link

Leave A Reply

Your email address will not be published.