Voice of Eastern India

ଦିନେ ନିଜେ ନିଶା ଖାଉଥିଲେ, ଆଉ ଆଜି ଖୋଲିଲେ ନିଶୁଳ୍କ ନିଶା ନିବାରଣ କେନ୍ଦ୍ର


ଭଦ୍ରକ ୨୩।୬: ନିଜେ ନିଶା ଖାଉଥିଲେ । ନିଶା ନିବାରଣ କେନ୍ଦ୍ରରେ ରହି ନିଶା ଛାଡିଲେ । ପରେ ଲୋକଙ୍କ ନିଶା ଅଭ୍ୟାସ ଛଡାଇବାକୁ ଏବେ ଆରମ୍ଭ କରିଛନ୍ତି ନିଶୁଳ୍କ ନିଶା ନିବାରଣ କେନ୍ଦ୍ର । ଭଦ୍ରକ ଆନନ୍ଦପୁର ରାସ୍ତାର ମୁଣ୍ଡିମରା ଛକ ନିକଟରେ ଏକ ନିଶା ନିବାରଣ କେନ୍ଦ୍ରର ଉଦଘାଟନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାର ଶୁଭାରମ୍ଭ କରିଛନ୍ତି ।

Also Read:- ଅଠରନଳା ଉପରେ ଆମିଷ ରୋଷେଇ, ଚୁଲି ଜାଳି ମଟନ୍ ରାନ୍ଧି ଚାଲିଛି ଭୋଜି ଆସର

କେନ୍ଦ୍ରର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାହୁ ବହୁ ବର୍ଷ ଧରି ନିଜେ ନିଶା ସେବନ କରୁଥିଲେ । ପରେ ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇ ନିଶା ଛାଡିଥିଲେ । ପରେ ସେ ନିଜେ ଏକ କେନ୍ଦ୍ର ସ୍ଥାପନ କରି ନିଶା ମୁକ୍ତ ସମାଜ ଗଠନ କରିବାର ଆଶା ବାନ୍ଧିଥିଲେ । ଯାହାକୁ ନେଇ ଆଜି ରୁଦ୍ରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନିଶୁଳ୍କ କେନ୍ଦ୍ର ନିଶାମୁକ୍ତ ଜୀବନ ଓ ସୁସ୍ଥ ସମାଜ ଗଠନ କରିବାର ମୂଳ ଲକ୍ଷ୍ୟ ରହିଛି ।

Source link



Source link

Leave A Reply

Your email address will not be published.