Voice of Eastern India

ନେପାଳ ବନ୍ୟା : ଏବେସୁଦ୍ଧା ୧୫୭ ମୃତ, ୧୦୦୦ ନିଖୋଜ, ଶତାଧିକ ଭାରତୀୟଙ୍କ ମିଳୁନି ପତ୍ତା


ନୂଆଦିଲ୍ଲୀ, ୨୭/୦୮ : ନେପାଳ-ତିବ୍ଦତ ସୀମାରେ ବୁଧବାର ଅଚାନକ ବିନାଶକାରୀ ବନ୍ୟା ଆସିଛି। ଏହା ନେପାଳର ରସୁଓ୍ବା ଜିଲ୍ଲାରେ ଧ୍ବଂସଲୀଳା ରଚିଛି । ସକାଳ ପ୍ରାୟ ୯ଟାରେ ତିବ୍ଦତର ଦିଶାରୁ ଭୋଟେକୋଶୀ ନଦୀରେ ଅଚାନକ ପାଣିର ସ୍ରୋତ ଭୟଙ୍କର ଭାବେ ବଢ଼ି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା । ଏହି ବିପର୍ଯ୍ୟୟରେ ଅତିକମ୍ରେ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିବା ନେପାଳ ପୁଲିସ କହିଛି । ସେମାନଙ୍କ ମୃତଦେହ ମଧ୍ଯ ମିଳିସାରିଛି । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଉଦ୍ଧାର ଅଭିଯାନରେ ସେନାକୁ ନିୟୋଜିତ କରାଯାଇଛି। ମୃତ୍ୟୁସଂଖ୍ୟା ଆଗକୁ ବଢିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । କାରଣ ଏବେବି ହଜାର ହଜାର ଲୋକ ନିଖୋଜ ରହିଛନ୍ତି ।

Also Read :- ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପିଏମ୍ ମୋଦୀ, କହିଲେ- ଭାରତ ସମସ୍ତ ସହାୟତା ପାଇଁ ପ୍ରସ୍ତୁତ

ନେପାଳ ପର୍ଯ୍ୟଟନ ବିଭାଗ ଅନୁସାରେ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବାବେଳେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ରହିଛନ୍ତି । ଅଧିକାଂଶ ପର୍ଯ୍ୟଟକ କୈଳାସ ମାନସରୋବର ଯାତ୍ରା ପାଇଁ ସେଠାକୁ ଯାଇଥିଲେ। ୮୫ରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜ ଭାରତୀୟଙ୍କ ବାବଦରେ ତଥ୍ୟ ଦେବା ଲାଗି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବନ୍ୟାଜଳ ଦ୍ରୁତଗତିରେ ନିମ୍ନ ଭାଗକୁ ପ୍ରବାହିତ ହେଉଥିବାରୁ ନେପାଳ ସୀମାବର୍ତ୍ତୀ ରାଜ୍ୟ ବିହାରରେ ସତର୍କତା ଜାରି କରାଯାଇଛି।

ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୮ଟା ୨୦ରେ ଗୋସାଈକୁଣ୍ଡରୁ ପ୍ରାୟ ୪୭ କିମି ଉତ୍ତରରେ ତିବ୍ଦତୀୟ କ୍ଷେତ୍ରରେ ୪.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଅଞ୍ଚଳ ଗ୍ୟରୋଙ୍ଗ କାଉଣ୍ଟିରେ ଅବସ୍ଥିତ। ଭୂକମ୍ପ ଯୋଗୁ ଦୁଇଟି ଗ୍ଲେସିୟରରେ ହିମସ୍ଖଳନ ହୋଇଥିବା କୁହାଯାଇଛି । ଚାପ ବଢ଼ିବା ପରେ ତ୍ରିଶୂଳୀ ଏବଂ ଭୋଟେକୋଶୀ ନଦୀରେ ଅଚାନକ ବନ୍ୟା ଆସିଯାଇଥିଲା।

ମାଡ଼ି ଆସିଲା କାଦୁଅ ପାଣି

ଏହି ବନ୍ୟା ନେପାଳର ରସୁଓ୍ବା ଜିଲ୍ଲା ଏବଂ ଡିମୁରେ ଓ ଆଖପାଖ ଅଞ୍ଚଳରେ ପ୍ରଳୟ ଆଣିଥିଲା। ଆଖି ପିଛୁଳାକେ ଶତାଧିକ ଘର, ପୋଲ, ରାସ୍ତା, ଜଳବିଦ୍ୟୁତ ପ୍ରକଳ୍ପ ସମେତ ଅନେକ ଭିତ୍ତିଭୂମି ଭାସି ଯାଇଥିଲା।କ୍ୟାମେରାରେ ଏହି ଭୟଙ୍କର ଦୃଶ୍ୟ କଏଦ ହୋଇଛି। ଏହି ଦୃଶ୍ୟ କୌଣସି ହଲିଉଡ୍ ଫିଲ୍ମର ଦୃଶ୍ୟ ଭଳି ମନେ ହେଉଛି। ଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଧାଉଁଥିବାବେଳେ ବନ୍ୟା ପାଣି ସୁନାମି ଭଳି ସେମାନଙ୍କ ଆଡ଼କୁ ମାଡ଼ି ଆସୁଥିବା ଏଥିରେ ଦେଖିବାକୁ ମିଳିଛି। ଚୀନ୍ ପଟୁ ଆସିଥିବା ଫୁଟେଜରେ ନେପାଳ-ତିବ୍ଦତ ସୀମାଞ୍ଚଳ କାଦୁଆ ପାଣିରେ ଭର୍ତ୍ତି ରହିଥିବା ଦେଖିବାକୁ ମିଳିଛି ।

Source link



Source link

Leave A Reply

Your email address will not be published.