ନୂଆଦିଲ୍ଲୀ: ପାର୍ବଣ ସମୟରେ ମଧ୍ୟବିତ୍ତଙ୍କୁ ଲାଗିଛି ବଡ଼ ଝଟକା । କ୍ଷୀର ଠାରୁ ଆରମ୍ଭ କରି ଡିଟରଜେଣ୍ଟ… ସବୁର ଦାମ୍ ବଢ଼ିଯାଇଛି । ଲୋକପ୍ରିୟ ଡାଏରୀ କମ୍ପାନୀ ଅମୁଲ ଓ ‘ମଦର ଡାଏରୀ’ କ୍ଷୀର ମୂଲ୍ୟରେ ୨ ରୁ ୪ ଟଙ୍କା ଯାଏଁ ବୃଦ୍ଧି କରିଛନ୍ତି । ବଡ଼ କଥା ହେଲା ମଦର ଡାଏରୀ ଗତ ୬ ମାସ ଭିତରେ କମ୍ପାନୀ ଦ୍ୱିତୀୟ ଥର ପାଇଁ କ୍ଷୀର ଦର ବଢ଼ାଇଛି। ଅମୁଲ ମଧ୍ୟ ଏହାର ବିଭିନ୍ନ କ୍ଷୀର ଦରରେ ବୃଦ୍ଧି କରିଛି ।
ଅମୁଲ ବିଭିନ୍ନ କ୍ଷୀର ଉପରେ ୨ରୁ ୬ଟଙ୍କା ବଢ଼ାଇଥିବା ବେଳେ ମଦର ଡାଏରୀ ୨-୪ ଟଙ୍କା ବଢ଼ାଇଛି । ନଭେମ୍ବର ୧୨ ତାରିଖଠାରୁ ନୂତନ ଦର ଲାଗୁ ହେବ। ଚାଷୀଙ୍କଠାରୁ କ୍ଷୀର କ୍ରୟ ମୂଲ୍ୟ ବୃଦ୍ଧି ପାଇଥିବାରୁ କମ୍ପାନୀ ଉତ୍ପାଦନ ଖର୍ଚ୍ଚର ଭରଣା କରିବାକୁ ଏହି ନିଷ୍ପତ୍ତି ନେଇଛି।
Also Read: କପଡ଼ା ଧୋଇବା, ଗାଧୋଇବା ହେଲା ମହଙ୍ଗା; Surf Excel, Rin, ଓ Wheel ୨୦% ବଢିଲା ଦାମ
ମିଳିଥିବା ସୂଚନା ଅନୁସାରେ, ମଦର ଡାଏରୀର ଫୁଲ୍ କ୍ରିମ୍ କ୍ଷୀର ଦର ବୃଦ୍ଧି ପାଇ ପ୍ରତି ଲିଟର ମୂଲ୍ୟ ୭୬ ଟଙ୍କା ହୋଇଛି । ସେହିଭଳି ଟୋଣ୍ଡ୍ କ୍ଷୀର ଲିଟରକୁ ୬୨ ଟଙ୍କା ଏବଂ ଗାଈ କ୍ଷୀର ପ୍ରତି ଲିଟର ୬୫ ଟଙ୍କାରେ ବିକ୍ରି ହେବ । ସେହିଭଳି ଅମୁଲର ଫୁଲ୍ କ୍ରିମ୍ ମଇଁଷି କ୍ଷୀର ପ୍ରତି ଲିଟର ୮୦ ଟଙ୍କାରୁ ୮୬ ଟଙ୍କା ହୋଇଥିବା ବେଳେ ଟୋଣ୍ଡ୍ କ୍ଷୀର ପ୍ରତି ଲିଟର ୨ ଟଙ୍କା ମହଙ୍ଗା ହେବ, ସେହିଭଳି ଫୁଲ୍ କ୍ରିମ୍ କ୍ଷୀର ମୂଲ୍ୟ ପ୍ରତି ଲିଟର ୪ ଟଙ୍କା ବୃଦ୍ଧି ପାଇବ।
ମଦର ଡାଏରୀ କ୍ଷୀରର ନୂଆ ଦର କେତେ ?
ଟୋଣ୍ଡ ମିଲ୍କ : ୫୮ରୁ ୬୦ ଟଙ୍କା ପ୍ରତି ଲିଟର।
ଫୁଲ୍ କ୍ରିମ୍ ପ୍ୟାକେଟ୍ ଦୁଧ: ୭୨ରୁ ୭୬ ଟଙ୍କା ପ୍ରତି ଲିଟର।
ପ୍ୟାକେଟ୍ ଟୋଣ୍ଡ ମିଲ୍କ: ୬୦ରୁ ୬୨ ଟଙ୍କା ପ୍ରତି ଲିଟର।
ଡବଲ୍ ଟୋଣ୍ଡ ମିଲ୍କ: ୫୪ରୁ ୫୬ ଟଙ୍କା ପ୍ରତି ଲିଟର।
ଗାଈ କ୍ଷୀର: ୬୨ରୁ ୬୫ ଟଙ୍କା ପ୍ରତି ଲିଟର।
Also Read: ସମ୍ପୂର୍ଣ୍ଣ ଫ୍ରି ନୁହେଁ କ୍ରେଡିଟ କାର୍ଡରେ ନୋ-କଷ୍ଟ EMI: ଆପଣଙ୍କ ଆଢୁଆଳେ ଏମିତି ହୁଏ ପୂରା ଖେଳ
କାହିଁକି ବଢ଼ିଲା କ୍ଷୀର ଦର ?
କ୍ଷୀର ଦର ବୃଦ୍ଧି ପଛରେ ଏକାଧିକ କାରଣ ରହିଛି। ଗତ କିଛି ମାସ ହେଲା ବଜାରରେ ଦୁଗ୍ଧ ଉପଲବ୍ଧତା ହ୍ରାସ ପାଇଥିବା ବେଳେ କ୍ଷୀରରୁ ମିଳୁଥିବା ଫ୍ୟାଟ୍ର ଦର ମଧ୍ୟ ବଢ଼ିଛି। ରିପୋର୍ଟ ଅନୁସାରେ, ଗତ କିଛି ମାସ ମଧ୍ୟରେ କ୍ଷୀର ଫ୍ୟାଟର ମୂଲ୍ୟ ପ୍ରାୟ ୨୦ରୁ ୨୫ ପ୍ରତିଶତ ବଢ଼ିଛି। ଏହାବ୍ୟତୀତ ଗୋଖାଦ୍ୟ ଓ ପଶୁ ଚାରାର ଦର ବୃଦ୍ଧି ଯୋଗୁଁ ଗୋପାଳକଙ୍କ ଖର୍ଚ୍ଚ ବଢ଼ିଛି। ଚାଷୀଙ୍କଠାରୁ ଅଧିକ ଦରରେ କ୍ଷୀର ସଂଗ୍ରହ କରିବାକୁ ପଡ଼ୁଥିବାରୁ ଡାଏରୀ କମ୍ପାନୀଗୁଡ଼ିକ ଏହି ବର୍ଦ୍ଧିତ ଖର୍ଚ୍ଚର କିଛି ଅଂଶ ଗ୍ରାହକଙ୍କ ଉପରେ ଲଦିଛନ୍ତି।
