Voice of Eastern India

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ସୁଜାତା ରାଉତ, ଆଶିଷ ନେବା ସହ ସାରା କଲେ ଜଗତର ମଙ୍ଗଳ କାମନା


ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ। ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ସହିତ ଆଶିର୍ବାଦ ଲାଭ କରିଛନ୍ତି।‌ ଏଥିସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି। ସୁଜାତାଙ୍କ ସହିତ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବିଜେଡି ରାଜ୍ୟ ଉପ ସଭାପତି ସଞ୍ଜୟ ଦାସ ବର୍ମା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ, ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।‌

ଦର୍ଶନ ସାରି ଫେରିବା ପରେ ସୁଜାତା ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ମହାପ୍ରଭୁଙ୍କ ଇଚ୍ଛା ବିନା ପତ୍ର ଟିଏ ମଧ୍ୟ ହଲେ ନାହିଁ। ଓଡ଼ିଶାର ବିକାଶ ପାଇଁ ଆମେ ସମସ୍ତେ ମହାପ୍ରଭୁଙ୍କ ପାଖରେ ସମର୍ପିତ। ଆଜି ମହାପ୍ରଭୁଙ୍କ ଅପାର କରୁଣାରୁ ସୁନ୍ଦର ଭାବେ ଦର୍ଶନ ହେଲା। ଏହି ସ୍ଥାନ କେବଳ ଭକ୍ତି, ଭାବ ଓ ସମର୍ପଣର। ଏଠି କୌଣସି ରାଜନୀତି ଚର୍ଚ୍ଚାର ସ୍ଥାନ ନାହିଁ।

 

Source link



Source link

Leave A Reply

Your email address will not be published.