Voice of Eastern India

ପୂର୍ବତନ ବିଶ୍ବ ଚାମ୍ପିଅନ ବକ୍ସରଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ, ଖେଳ ଜଗତରେ ଶୋକର ଛାୟା


ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ ବକ୍ସର ଜୋଲାନି ଟେଟେ (Zolani Tete) ଙ୍କୁ ନିଜ ଘର ଆଗରେ ଗୁଳି କରି ହତ୍ୟା କରାଯାଇଛି। ୩୮ ବର୍ଷୀୟ ଏହି ବିଶ୍ୱ ବିଜେତା ଖେଳାଳିଙ୍କ ନିଧନ ଖେଳ ଜଗତରେ ଏକ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ଦକ୍ଷିଣ ଆଫ୍ରିକାର ଇଷ୍ଟର୍ଣ୍ଣ କେପ୍ ସ୍ଥିତ ମଡାଣ୍ଟସାନେ ନିକଟରେ ଥିବା ନିଜ ବାସଭବନକୁ ଫେରୁଥିଲେ ଜୋଲାନି। ଗାଡ଼ି ଭିତରେ ବସି ସେ ଘରର ମୁଖ୍ୟ ଫାଟକ ଖୋଲିବାକୁ ଅପେକ୍ଷା କରିଥିବା ସମୟରେ, ମୁଖାପିନ୍ଧା ଦୁଇଜଣ ସଶସ୍ତ୍ର ଆତତାୟୀ ହଠାତ୍ ଆସି ଆକ୍ରମଣ କରିଥିଲେ। ସେମାନେ ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Also Read:  ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ଲଜ୍ଜାଜନକ ରେକର୍ଡ, ଦୁଇଟି ଇନିଂସରେ ଖାତା ଖୋଲିବା ପୂର୍ବରୁ ଗଲା ପ୍ରଥମ ୱିକେଟ୍

ଆକ୍ରମଣ ସମୟରେ ଗାଡ଼ି ଭିତରେ ଜୋଲାନିଙ୍କ ସହ ଜଣେ ୨୭ ବର୍ଷୀୟା ମହିଳା ମଧ୍ୟ ଉପସ୍ଥିତ ଥିଲେ। ଗୁଳିମାଡ଼ ଯୋଗୁଁ ସେ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଦକ୍ଷିଣ ଆଫ୍ରିକାର କ୍ରୀଡ଼ା, କଳା ଓ ସଂସ୍କୃତି ମନ୍ତ୍ରୀ ଗେଟନ୍ ମ୍ୟାକେଞ୍ଜି ଏହି ଦୁଃଖଦ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶ ଜଣେ ମହାନ କ୍ରୀଡ଼ାବିତ୍‌ଙ୍କୁ ହରାଇଲା। ଦକ୍ଷିଣ ଆଫ୍ରିକା ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରି ନାହିଁ।

ଜୋଲାନି ଟେଟେ ନିଜର ଚମତ୍କାର ବକ୍ସିଂ କୌଶଳ ପାଇଁ ବିଶ୍ୱବିଖ୍ୟାତ ଥିଲେ।   ୨୦୦୭ ରୁ ୨୦୦୮ ପର୍ଯ୍ୟନ୍ତ ସେ WBF ଫ୍ଲାଏୱେଟ୍ ଚାମ୍ପିୟନ ଟାଇଟଲ୍ ନିଜ ନାମରେ ରଖିଥିଲେ। ୨୦୧୭ ରୁ ୨୦୧୯ ମଧ୍ୟରେ ସେ ୱାର୍ଲ୍ଡ ବକ୍ସିଂ ଅର୍ଗାନାଇଜେସନର ୱାର୍ଲ୍ଡ ଟାଇଟଲ୍ ଜିତି ଦେଶପାଇଁ ଗୌରବ ଆଣିଥିଲେ।

Source link



Source link

Leave A Reply

Your email address will not be published.