ଫ୍ରାନ୍ସ ଗସ୍ତ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାକ୍ରୋନଙ୍କ ଭାବପୂର୍ଣ୍ଣ ବିଦାୟ: ହିନ୍ଦୀରେ କହିଲେ ‘ଅମର ରହେ ଭାରତ-ଫ୍ରାନ୍ସ ବନ୍ଧୁତା’
ପ୍ୟାରିସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଏକ ସ୍ମରଣୀୟ ମୁହୂର୍ତ୍ତ ସହିତ ଶେଷ ହୋଇଛି। ଗସ୍ତ ଶେଷରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହିନ୍ଦୀରେ ବିଦାୟ ଜଣାଇ ସମସ୍ତଙ୍କୁ ଚକିତ କରିଛନ୍ତି।
ହିନ୍ଦୀ ଦିଆଯାଇଥିବା ଏକ ଭିଡିଓ ବାର୍ତ୍ତାରେ ମାକ୍ରୋନ୍ କହିଛନ୍ତି, “ପ୍ରିୟ ମିତ୍ର ନରେନ୍ଦ୍ର, ମୁଝେ ବହୁତ ଖୁଶି ହୈ, ଦୌରେ କେ ଲିୟେ ସ୍ଵାଗତ କରତେ, ଫ୍ରାନ୍ସ ଭାରତ କି ଦୋସ୍ତୀ ଅମର ରହେ।” ଏହା କହିସାରି ସେ ହସି ହସି କହିଥିଲେ ‘ମୁଁ ଆଶା କରୁଛି ଏହା ସଠିକ୍ ଥିଲା’। ଏହାପରେ ଇଂରାଜୀରେ ସେ ଭାରତ-ଫ୍ରାନ୍ସ ସମ୍ପର୍କକୁ ପ୍ରଶଂସା କରି ‘ଜୟ ହିନ୍ଦ’ କହି ନିଜ ବକ୍ତବ୍ୟ ଶେଷ କରିଥିଲେ।
Also read- ସାରା ବିଶ୍ୱରେ ଦେଶ ଛାଡ଼ିବେ ରେକର୍ଡ ସଂଖ୍ୟକ କୋଟିପତି: ଭାରତରେ ଟ୍ୟାକ୍ସ ଜଟଳିତା ଓ ଶିକ୍ଷା ସମସ୍ୟା ପଳାୟନର କାରଣ!
ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ମଧ୍ୟରେ ‘ଭାରତ ଇନୋଭେଟସ୍ ୨୦୨୬’ କାର୍ଯ୍ୟକ୍ରମରେ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିଶେଷ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ୧୦ ଜୁନ୍ ୨୦୨୬ ସୁଦ୍ଧା ମୋଦୀ କ୍ରମାଗତ ଭାବେ ୪,୩୯୯ ଦିନ ଧରି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ସର୍ଦ୍ଦାର ଜବାହରଲାଲ ନେହେରୁଙ୍କ ରେକର୍ଡ (୪,୩୯୮ ଦିନ) ଭାଙ୍ଗିଛନ୍ତି। ମାକ୍ରୋନ୍ ଏହାକୁ ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ଭାରତୀୟ ଗଣତନ୍ତ୍ରର ବଳିଷ୍ଠ ପ୍ରମାଣ ବୋଲି ଅଭିହିତ କରିଥିଲେ।
କେବଳ ସେତିକି ନୁହେଁ, ଭାରତର ଜନସଂଖ୍ୟାଗତ ଲାଭ (Demographic Dividend) ଉପରେ ଆଲୋକପାତ କରି ମାକ୍ରୋନ୍ କହିଥିଲେ ଯେ, ବର୍ଷକୁ ଦଶ ଲକ୍ଷରୁ ଅଧିକ ଇଞ୍ଜିନିୟର ଉତ୍ପାଦନ କରୁଥିବା ଭାରତ, ବିଶ୍ୱସ୍ତରୀୟ ନବସୃଜନରେ ଏକ ଅଗ୍ରଣୀ ଭୂମିକା ନିଭାଉଛି। ଏହି ସନ୍ଦର୍ଭରେ ସେ ଇସ୍ରୋର ଚନ୍ଦ୍ରଯାନ-୩ ମିଶନର ଉଦାହରଣ ଦେଇଥିଲେ। ସେ କହିଥିଲେ, “ଚନ୍ଦ୍ରର ଦକ୍ଷିଣ ମେରୁରେ ସବୁଠାରୁ କମ୍ ଖର୍ଚ୍ଚ ଏବଂ ରେକର୍ଡ ସମୟରେ ଅବତରଣ କରିବା ଭାରତର ଟେକ୍ନୋଲୋଜୀ କ୍ଷମତା ଓ ଶିଳ୍ପସ୍ତରୀୟ କାର୍ଯ୍ୟକାରିତାର ଏକ ଜ୍ୱଳନ୍ତ ନିଦର୍ଶନ।”
