ଭୁବନେଶ୍ବର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀଠାରେ ନିଜ ଷ୍ଟୁଡିଓରେ ଏକ ହୃଦୟସ୍ପର୍ଶୀ ବାଲୁକା ଆନିମେସନ ସୃଷ୍ଟି କରି ଭୟାବହ ବନ୍ୟାରେ ପ୍ରଭାବିତ ନେପାଳବାସୀଙ୍କ ପାଇଁ ପ୍ରାର୍ଥନା ଓ ଏକତାର ବାର୍ତ୍ତା ଦେଇଛନ୍ତି। ମାତ୍ର ୧୫ ମିନିଟରେ ତିଆରି କରିଥିବା ବାଲୁକା ଆନିମେସନ ମାଧ୍ୟମରେ କରୁଣା, ଏକତା ଓ ମାନବିକତାର ଦୃଢ଼ ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।
“ନେପାଳ ପାଇଁ ପ୍ରାର୍ଥନା। ଆସନ୍ତୁ, ମାନବିକତା ପାଇଁ ଏକାଠି ଠିଆ ହେବା।” ବାର୍ତ୍ତା ସହ ଏହି କଠିନ ସମୟରେ ନେପାଳବାସୀଙ୍କ ସହ ଠିଆ ହେବା ଏବଂ ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରାର୍ଥନା, ସହଯୋଗ ଓ ମାନବିକତାର ହାତ ବଢ଼ାଇବାକୁ ମାନସ ସାହୁ ସମଗ୍ର ବିଶ୍ୱବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି।
