ଭୁବନେଶ୍ବର ୨୨।୬: ମିଳିଲା ବକେୟା ପେନସନ । ହିତାଧିକାରୀଙ୍କୁ ମିଳିଲା ଏପ୍ରିଲ ଓ ମେ’ ମାସର ପେନସନ । ଜୁନ୍ ମାସର ପେନସନ୍ ପ୍ରଦାନ ପ୍ରକ୍ରିୟା ଜାରି ରହିଛି । ଏନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ହିତାଧିକାରୀ ପାଇଲେଣି ଭତ୍ତା । ବକେୟା ପାଇନଥିବା ୧୯ ଲକ୍ଷ ୨୨ ହଜାର ୫୨୫ ଜଣ ହିତାକାରୀଙ୍କ ମଧ୍ୟରୁ ୯୧.୫% ହିତାଧିକାରୀଙ୍କୁ ମିଳିଲାଣି ଭତ୍ତା । ଏକାବେଳକେ ଦୁଇ ମାସର ବକେୟା ସହ ପେନସନ୍ ପ୍ରଦାନ କରାଯାଇଛି । ଏ ନେଇ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏପ୍ରିଲ ଏବଂ ମେ’ ମାସ ପାଇଁ ପ୍ରଦାନ କରାଯାଇଥିବା ବେଳେ ଜୁନ୍ ୨୦୨୬ ମାସ ପାଇଁ ପେନସନ୍ ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।
Also Read:- ମନ୍ଦିର ପରିସରରେ ଚାଲିଛି କ’ଣ ? ପ୍ରେମୀ ଯୁଗଳଙ୍କ ପ୍ରେମ ନିଶା ଭିଡିଓ ଭାଇରାଲ୍
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ, ୨୦୨୬-୨୭ ଆର୍ଥିକ ବର୍ଷରୁ ‘ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ’ (NSAP)କୁ SNA-SPARSH ପ୍ଲାଟଫର୍ମ ମାଧ୍ଯମରେ କାର୍ଯ୍ୟକାରୀ କରିବା ପାଇଁ ବାଛିଛି । ଭାରତ ସରକାରଙ୍କ NSAP ପୋର୍ଟାଲକୁ ରାଜ୍ୟ IFMS ପୋର୍ଟାଲ, PFMS ଏବଂ RBI ସିଷ୍ଟମ ସହ ବୈଷୟିକ ଏକିକାରଣ (Technical Integration) เ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ପରେ, ଏହି ନୂତନ ବ୍ୟବସ୍ଥାରେ ସିଧାସଳଖ କାରବାର ଆରମ୍ଭ ହୋଇଯାଇଛି ।
