Voice of Eastern India

ମହିଳା ହକି ବିଶ୍ୱକପ୍: ଜର୍ମାନୀକୁ ୩-୧ରେ ହରାଇ ୫ମ ସ୍ଥାନ ହାସଲ କଲା ଭାରତ; ୧୯୭୪ ପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ


ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ । ନେଦରଲ୍ୟାଣ୍ଡର ଆମଷ୍ଟେଲଭିନଠାରେ ଅନୁଷ୍ଠିତ ୨୦୨୬ ମହିଳା ହକି ବିଶ୍ୱକପ୍ରେ ଜର୍ମାନୀକୁ ୩-୧ ଗୋଲ୍ରେ ହରାଇ ଭାରତ ପଞ୍ଚମ ସ୍ଥାନ ହାସଲ କରିଛି। ୧୯୭୪ ମସିହା ପରେ ବିଶ୍ୱକପ୍ରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ପ୍ରଥମାର୍ଦ୍ଧରେ ଜର୍ମାନୀର ଦବଦବା ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚକୁ ନିଜ କବଜାକୁ ନେଇଥିଲେ।

ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୧ ଗୋଲରେ ଜର୍ମାନୀକୁ ପରାସ୍ତ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିଲା। ୧୯୭୪ ମସିହାରେ ଅନୁଷ୍ଠିତ ପ୍ରଥମ ବିଶ୍ୱକପରେ ଭାରତ ଚତୁର୍ଥ ସ୍ଥାନ ପାଇଥିଲା। ଏହାପରେ ଏହା ହେଉଛି ଭାରତର ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନ। ଏହି ସଫଳତା ଭାରତୀୟ ମହିଳା ହକି ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

ଭାରତୀୟ ଦଳର ମିଡଫିଲ୍ଡର ନେହା ଏହି ସଫଳତାରେ ଖୁସି ବ୍ୟକ୍ତ କରି କହିଛନ୍ତି, ‘ବିଶ୍ୱକପ୍ରେ ପଞ୍ଚମ ସ୍ଥାନ ପାଇବା ଏକ ବଡ଼ ସଫଳତା। ଆମେ ସେମିଫାଇନାଲ ଏବଂ ଫାଇନାଲ ଜିତିବାକୁ ଚାହୁଁଥିଲୁ, କିନ୍ତୁ ଏହି ଫଳାଫଳରେ ମଧ୍ୟ ଆମେ ଖୁସି।’ ନେହା କହିଛନ୍ତି ଯେ, ଆଗାମୀ ଏସୀୟ କ୍ରୀଡ଼ା ଭାରତୀୟ ଦଳ ପାଇଁ ଏକ ବଡ଼ ଆହ୍ୱାନ। ଏହି ଟୁର୍ଣ୍ଣାମେଣ୍ଟ ଅଲିମ୍ପିକ୍ସ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଚୀନ୍, ଜାପାନ ଏବଂ କୋରିଆ ଭଳି ଶକ୍ତିଶାଳୀ ଦଳଗୁଡ଼ିକ ସହିତ ମୁକାବିଲା କରିବାକୁ ହେବ।

ଆଜି ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଭାରତ ସତର୍କତାର ସହ ଖେଳିଥିବା ବେଳେ ଅଧିନାୟିକା ସଲିମା ଟେଟେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ଆଡ଼କୁ ଜର୍ମାନୀ ଏକ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, କିନ୍ତୁ ଭାରତୀୟ ଗୋଲକିପର ବିଚୁ ଦେବୀ ଚମତ୍କାର ଭାବରେ ଏହାକୁ ରୋକି ଦେଇଥିଲେ।

Source link



Source link

Leave A Reply

Your email address will not be published.