Voice of Eastern India

ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ଲୁହା ରଡ୍‌ରେ ପିଟି ପିଟି ଯୁବକଙ୍କୁ ହତ୍ୟା


ଭୁବନେଶ୍ବର ୨୯।୬: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ । ଲୁହା ରଡ୍‌ରେ ପିଟି ପିଟି ଯୁବକଙ୍କୁ ହତ୍ୟା । ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସର ତଦନ୍ତ ଆରମ୍ଭ ।

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି କୋଳଥିଆ ଛକରେ ଘଟିଛି ହତ୍ୟାକାଣ୍ଡ । ଯୁବକଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର କୃଷ୍ଣଚନ୍ଦ୍ର ପାଢୀ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚିଛି । ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ପୋଲିସ ସ୍ଥାନୀୟ ଅଞ୍ଚଳରେ ଛାନଭିନ ଜାରି ରଖିଛି । ତେବେ ଏଭଳି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Also Read:- ଚଳିତ ଶିକ୍ଷାବର୍ଷ ପାଇଁ ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ, ସଂଶୋଧିତ ବହିରେ ପଢ଼ିବେ ପିଲା

ରାଜଧାନୀରେ ଏଭଳି ହତ୍ୟା ଘଟଣା ଯେମିତି ନିତିଦିନିଆ ହୋଇଗଲାଣି । ଦିନ ଦ୍ବିପ୍ରହରରେ ଏଭଳି ହତ୍ୟାକାଣ୍ଡ ସାଧାରଣରେ ଭୟର ବାତାବରଣ ସୃଷ୍ଟି କରୁଛି । ଏଭଳି ହତ୍ୟାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

Source link



Source link

Leave A Reply

Your email address will not be published.