Voice of Eastern India

ରାଜ୍ୟସଭାରେ ଉପସ୍ଥାପିତ ହେଲା ‘ବନ୍ଦେ ମାତରମ’ ବିଲ୍



ନୂଆଦିଲ୍ଲୀ: ରାଜ୍ୟସଭାରେ ‘ବନ୍ଦେ ମାତରମ’ ସମ୍ମାନକୁ ନେଇ ଏକ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ‘ବନ୍ଦେ ମାତରମ’କୁ ଆଇନଗତ ସୁରକ୍ଷା ପ୍ରଦାନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଆଇନଗତ ସଂରକ୍ଷଣ ପ୍ରଦାନ କରିବା।

ଉଲ୍ଲେଖଯୋଗ୍ୟ ଯେ ସରକାର ‘ଜାତୀୟ ସମ୍ମାନ ଅପମାନ ନିବାରଣ(ସଂଶୋଧନ) ବିଧେୟକ ୨୦୨୬ ସଂସଦରେ ଆଣିବାକୁ ଯାଉଛନ୍ତି’। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘ବନ୍ଦେ ମାତରମ’ ପ୍ରତି ସମ୍ମାନ ବଢାଇବା ଓ ଏହାକୁ ଆଇନଗତ ସଂରକ୍ଷଣ ପ୍ରଦାନ କରିବା। ନୂଆ ପ୍ରାବଧାନ ଅନୁସାରେ ଯଦି କେହି ‘ବନ୍ଦେ ମାତରମ’ ଗାନ କାଳରେ ଜାଣିଶୁଣି ବାଧା ସୃଷ୍ଟି କରନ୍ତି, ଏହାକୁ କୌଣସି ପ୍ରକାରେ ଅପମାନ କରନ୍ତି ତେବେ ଏହାକୁ ଆଇନରେ ଦଣ୍ଡନୀୟ ଅପରାଧ ମନେ କରାଯିବ।

କେବଳ ଏତିକି ନୁହେଁ ଏହି ବିଧେୟକ ଆଇନରେ ପରିଣତ ହେଲେ ଯଦି କୌଣସି ବ୍ୟକ୍ତିଙ୍କୁ ‘ବନ୍ଦେ ମାତରମ’ ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ସର୍ବାଧିକ ୩ ବର୍ଷ ଜେଲ, ଜରିମନା ଅଥବା ଉଭୟ ଦଣ୍ଡ ମିଳିବ। ଉଲ୍ଲେଖଯୋଗ୍ୟ ଯେ ଏହି ବିଧେୟକ ଗୃହୀତ ହେବା ପରେ ‘ବନ୍ଦେ ମାତରମ’କୁ ଆଇନଗତ ସୁରକ୍ଷା ଓ ସମ୍ମାନ ପ୍ରଦାନ ମାମଲାରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ସହ ସମାନ ମର୍ଯ୍ୟଦା ମିଳିବ।
Source link



Source link

Leave A Reply

Your email address will not be published.