Voice of Eastern India

ରୁଷର ତୈଳ ଡିପୋ ଉପରେ ୟୁକ୍ରେନର ଡ୍ରୋନ୍ ମାଡ଼: ୮ ମୃତ, ୬୦ ରୁ ଅଧିକ ଆହତ


ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପଞ୍ଚମ ବର୍ଷରେ ପ୍ରବେଶ କରିଥିବା ବେଳେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି। ଶନିବାର ରୁଷର ଅଧିକାରୀମାନେ ଦେଇଥିବା ସୂଚନା ଅନୁଯାୟୀ, ରାତିଅଧିଆ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣରେ ରୁଷରେ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଏକ ପ୍ରମୁଖ ଅନଲାଇନ୍ ରିଟେଲର୍ ‘ୱାଇଲ୍ଡବେରିଜ୍’ ର ଗୋଦାମ ଗୃହ, ଏକ ତୈଳ ଡିପୋ ଏବଂ ଅନ୍ୟାନ୍ୟ ସ୍ଥାନକୁ ଟାର୍ଗେଟ୍ କରାଯାଇଛି।

ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ନେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ସ୍ପଷ୍ଟ କରିଛନ୍ତି । ରୁଷର ମସ୍କୋ ଏବଂ ତାମ୍ବୋଭ୍ ଅଞ୍ଚଳରେ ଥିବା ଦୁଇଟି ପ୍ରମୁଖ ଲଜିଷ୍ଟିକାଲ୍ ପ୍ରତିଷ୍ଠାନ ଉପରେ ସଫଳତାର ସହ ଏହି ଡ୍ରୋନ ଆକ୍ରମଣ କରାଯାଇଛି ବୋଲି କହିଛନ୍ତି ଜେଲେନସ୍କି। ଶତ୍ରୁପକ୍ଷ ଏହି ସ୍ଥାନଗୁଡ଼ିକୁ ଡ୍ରୋନ୍ ଏବଂ ନେଭିଗେସନ୍ ସରଞ୍ଜାମ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବାରେ ବ୍ୟବହାର କରୁଥିଲା । ଏହା ସହିତ ଏକ ତୈଳ ପ୍ରତିଷ୍ଠାନକୁ ମଧ୍ୟ ଧ୍ୱଂସ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ରୁଷ ଅଧିକାରୀଙ୍କ ଅନୁସାରେ, ୟୁକ୍ରେନ ସୀମାରୁ ପ୍ରାୟ ୩୬୦ କିଲୋମିଟର ଦୂର ତାମ୍ବୋଭ୍ ଅଞ୍ଚଳର କୋଟୋଭସ୍କ ଏବଂ ମସ୍କୋ ଠାରୁ ୫୦ କିଲୋମିଟର ପୂର୍ବରେ ଥିବା  ଦୁଇଟି ବଡ଼ ୱାଇଲ୍ଡବେରିଜ୍ ଗୋଦାମ ଉପରେ ଡ୍ରୋନ୍ ମାଡ଼ ହୋଇଛି। ଆକ୍ରମଣ ଯୋଗୁଁ ଉଭୟ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆକାଶକୁ କଳା ଧୂଆଁର ଆସ୍ତରଣ ଉଠୁଥିବାର ଭିଡିଓ ସାମ୍ନାକୁ ଆସିଛି। ୱାଇଲ୍ଡବେରିଜ୍ ପ୍ରତିଷ୍ଠାତା ତାତିଆନା କିମ୍ କହିଛନ୍ତି ଯେ, କୋଟୋଭସ୍କ ଗୋଦାମର ନିଆଁକୁ ଆୟତ୍ତ କରାଯାଇଛି।

ଅନ୍ୟପଟେ ମସ୍କୋଗଭର୍ଣ୍ଣର ଆନ୍ଦ୍ରେଇ ଭୋରୋବିୟୋଭ୍ କହିଛନ୍ତି ଯେ, ନୋଗିନସ୍କଠାରେ ଥିବା ଏକ ତୈଳ ଡିପୋ ଉପରେ ମଧ୍ୟ ଡ୍ରୋନ୍ ମାଡ଼ ହୋଇଛି । ଫଳରେ ସେଠାରେ ନିଆଁ ଲାଗିଯାଇଛି। ଏହି କାରଣରୁ ନିକଟସ୍ଥ ଏକ maternity hospital ଏବଂ ଆବାସିକ ବିଲ୍ଡିଂରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ ଇଲେକ୍ଟ୍ରୋଷ୍ଟାଲ୍‌ର ଏକ ଶିଶୁ ଉଦ୍ୟାନ ଉପରେ ମଧ୍ୟ ଡ୍ରୋନର ଭଗ୍ନାବଶେଷ ପଡ଼ି ନିଆଁ ଲାଗିଥିଲା। ପରବର୍ତ୍ତୀ ସମୟରେ ନିଆଁକୁ ଆୟତ୍ତ କରାଯାଇଛି।


 

Source link



Source link

Leave A Reply

Your email address will not be published.