ବଲାଙ୍ଗୀର: ଶନିବାର ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷାରେ ବେହାଲ ହୋଇଛି ବଲାଙ୍ଗୀର ସହର। ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ସବୁଆଡ଼େ ଜମି ରହିଛି ପାଣି। ସହରର ମାଲପଡ଼ା ବାବା ଆଶୁତୋଷ ରଥଯାତ୍ରା କମିଟିର ରଥଖଳା ଭାଙ୍ଗିଯାଇଥିବା ବେଳେ, ଆଣ୍ଠୁଏ ପାଣି ଜମି ରହିଛି। ସେପଟେ ମା’ ସମଲେଶ୍ୱରୀ ମନ୍ଦିରରେ ମଧ୍ୟ ଆଣ୍ଠୁଏ ଉଚ୍ଚରୁ ଅଧିକ ପାଣି ଜମି ରହିଛି। ଫଳରେ ମନ୍ଦିରରେ ତାଲା ପକାଯାଇଛି। ଆହୁରି ମଧ୍ୟ ସହରରେ ଲୋକଙ୍କ ଘର ସହ ବିଭିନ୍ନ ଦୋକାନର ପାଣି ପଶିଯାଇଥିବାର ସୂଚନା ମିଳିଛି।
ସେହିଭଳି ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଏସବୁ ଭିତରେ ଜାତୀୟ ରାଜପଥରେ ଭୁଲ ଡ୍ରେନ ନିର୍ମାଣ ସହ ବିଭାଗ ମଧ୍ୟରେ ସମ୍ୱୟ ଅଭାବ ଯୋଗୁ ଏବେ ଏଭଳି ଜଳ ବନ୍ଦୀ ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି। ଏପଟେ ବଲାଙ୍ଗିର ଭୀମଡୁଙ୍ଗୁରି ପର୍ଯ୍ୟଟନସ୍ଥଳ ରାସ୍ତା ରେଳ ଡାଉନ ବ୍ରିଜରେ ବିପଦ ସଂକେତ ଉପରେ ରହିଛି ପାଣି।
Also Read: ଲଘୁଚାପ ଆଣିଲା ବଡ଼ ବିପଦ ! ହାଇ ଆଲର୍ଟରେ ରାଜ୍ୟ ସରକାର, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ଏମିତିରେ ଲୋକଙ୍କ ସମସ୍ୟା ବୁଝିବା ସହ ସମଧାନ ପାଇଁ ନିଜେ ପୌର ପରିଷଦ ଅଧଃକ୍ଷା ପଡ଼ାକୁ ପଡ଼ା ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏମଆଇ ବିଭାଗ, ଏନଏଚ ବିଭାଗ ଓ ପିଡବ୍ଲୁଡି ବିଭାଗ ସହ ପୌର ପରିଷଦର ସମନ୍ୱୟ ଅଭାବ ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ କରିଛନ୍ତି ଲୋକେ।
