Voice of Eastern India

ଲିଫ୍ଟ ବାହାନାରେ ବସି ବାଇକ ଆରୋହୀଙ୍କ ତଣ୍ଟି କଟିଦେବା ଘଟଣା, ଦୁଇ ଜଣ ଗିରଫ


ଆସିକା: ‎ଲିଫ୍ଟ ମାଗି ବାଇକରେ ବସିଲେ। ହେଲେ ଅଧାବାଟରେ ବାଇକ ଆରୋହୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ମାରିଲେ। ଅଗଷ୍ଟ ୭ ତାରିଖ ଦିନ ହିଞ୍ଜିଳି ଥାନା ଖଣ୍ଡରା ଛକରେ ଘଟିଥିବା ଏହି ଘଟଣାରେ ପୋଲିସ ଗୁରୁବାର ୨ ଜଣକୁ ଗିରଫ କରିଛି।

ସୂଚନାଥାଉକି, ଚଳିତ ମାସ ୭ ତାରିଖ ରାତିରେ ଉଦ୍ଧବ ପାଢ଼ୀ ଗାଁକୁ ଫେରିବା ବେଳେ ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଜଣେ ଅଜଣା ଯୁବକଙ୍କ ତାଙ୍କୁ ଲିଫ୍ଟ ମାଗିଥିଲେ। ସେ ତାଙ୍କୁ ଲିଫ୍ଟ ମଧ୍ୟ ଦେଇଥିଲେ। କିନ୍ତୁ କିଛି ବାଟ ଯିବା ପରେ ସମ୍ପୃକ୍ତ ଯୁବକ ଜଣକ, ତାଙ୍କର କେହି ପରିଚିତ ଲୋକ ଆସୁଛନ୍ତି ବୋଲି କହି ଗାଡ଼ି ଅଟକାଇବାକୁ କହିଥିଲେ। ଆଉ ଓହ୍ଲାଇବା ମାତ୍ରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ମାରିଥିଲେ।

Also Read: ମଦ ମାଫିଆଙ୍କ ସହ ସମ୍ପର୍କ ଅଭିଯୋଗ ; ଚିତ୍ରଡା ଫାଣ୍ଡି ASIଙ୍କୁ ନିଲମ୍ବନ କଲେ ଏସ୍ପି

ତଦନ୍ତକ୍ରମେ ପୋଲିସ ଖଣ୍ଡରା ଗ୍ରାମ ନୂଆସାହିର ଶଙ୍କର୍ଷଣ ପାଢ଼ୀ (୪୬) ଓ ହିଞ୍ଜିଳିକାଟୁ ବାପୁଜୀ ନଗରର ବଳିଆ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି। ‎ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଜବତ କରି ଅଧିକ ତଦନ୍ତ ଜାରି ରହିଥିବା ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।

Source link



Source link

Leave A Reply

Your email address will not be published.