Voice of Eastern India

ଶିବସେନା ନେତାଙ୍କୁ ହତ୍ୟା, ଅଫିସରେ ପଶି ଗୁଳିମାଡ଼ କଲେ ଦୁର୍ବୃତ୍ତ


ମୁମ୍ବାଇ, ୩୦/୦୯ :ଶିବସେନା ନେତାଙ୍କୁ ହତ୍ୟା । ଗୁଳି କରି ମାରିଦେଲେ ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଠାଣେରେ । ଏଠାରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ଶିବସେନା ନେତା ତଥା ମାନପଡା ବିଭାଗ ମୁଖ୍ୟ ପ୍ରଦୀପ ପୂର୍ଣ୍ଣେକରଙ୍କୁ ହତ୍ୟା କରାଯାଇଛି ।

ରିପୋର୍ଟ ଅନୁସାରେ, ପ୍ରଦୀପଙ୍କୁ ହେଲମେଟ୍ ଏବଂ ମାସ୍କ ପିନ୍ଧି ଆସିଥିବା କିଛି ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯଇଥିଲେ । ଏଥିରେ ପ୍ରଦୀପ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ବେଳେ ଡାକ୍ତର ମୃତ୍ୟୁ ଘଟିଥିଲା ।

Also Read :- ଭାରତ-ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ରୋ-କୋଙ୍କ ଉପରେ ନଜର

ତେବେ ଏହି ଆକ୍ରମଣ ମନୋରମାନଗରରେ ଥିବା ତାଙ୍କ ଅଫିସ ନିକଟରେ ହୋଇଥିଲା । ଦୁର୍ବୃତ୍ତମାନେ ତାଙ୍କ ଉପରେ ଏକାଧିକ ରାଉଣ୍ଡ୍ ଫାୟାରିଂ କରିଥିଲେ । ଏହାମଧ୍ୟରୁ ଦୁଇଟି ଗୁଳି ତାଙ୍କ ଶରୀରରେ ବାଜିଥିଲା । ପୋଲିସର କହିବାନୁସାରେ, କେଉଁ କାରଣରୁ ପ୍ରଦୀପଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣାର ତଦନ୍ତ ଜାରି ରହିଛି । କେତେଜଣ ଦୁର୍ବୃତ୍ତ ଆସିଥିଲେ ଏବଂ ସେମାନଙ୍କ ପାଖରେ କେଉଁ ଅସ୍ତ୍ର ଥିଲା ସେନେଇ ତନାଘନା କରାଯାଉଛି ।

ଆହୁରି ମଧ୍ୟ ସେ କାର୍ଯ୍ୟାଳୟରେ ଥିବା ବେଳେ ଦୁର୍ବୃତ୍ତମାନେ ପଶିଥିଲେ । ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚଳାଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଯାହାକୁ ବିରୋଧ କରି ବୁଧବାର ସ୍ଥାନୀୟ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ କଲେଜକୁ ମଧ୍ୟ ବନ୍ଦ ରଖାଯାଇଛି ।

Source link



Source link

Leave A Reply

Your email address will not be published.