Voice of Eastern India

ଶୋଇଥିଲେ ପରିବାର ଲୋକ, ହଠାତ୍ ଭିତରକୁ ମାଡ଼ିଗଲା ହାଇଓ୍ବା, ଆଉ ତାପରେ..


ଆସ୍କା ୨୬।୭: ଘର ଭିତରକୁ ମାଡ଼ିଗଲା ବାଲି ବୋଝେଇ ହାଇୱା । ‎ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ I ‎ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଆର୍. ଦାମୋଦର ପଲ୍ଲୀରେ ଘଟିଛି ଏଭଳି ଦୁର୍ଘଟଣା I ଏହି ‎ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଗଞ୍ଜାମ ଜିଲ୍ଲା ସୋରଡାର ଏକ ବାଲିଘାଟରୁ ବାଲି ବୋଝେଇ ହୋଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ହଠାତ୍ ବାଲି ବୋଝେଇ ହାଇୱା ଭାରସ୍ୟାମ ହରାଇ ଘର ଭିତରକୁ ପଶି ଯାଇଥିଲା l ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହାଇଓ୍ବା ଡ୍ରାଇଭର ଗୁରୁତର ହୋଇଛନ୍ତି ।

Also Read:- ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର, ପ୍ରଭାବରେ ବଢ଼ିପାରେ ବର୍ଷାର ପରିମାଣ

ତେବେ ଅବାଧରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଅନେକ ସମୟରେ ଏମିତି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏହାକୁ ରୋକିବା ଦିଗରେ ପ୍ରଶାସନ କାମ କରୁ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Source link



Source link

Leave A Reply

Your email address will not be published.