ଶନିଙ୍କ ଓଲଟା ଚଳନ: ଜୁଲାଇରୁ ୨୭ ଡିସେମ୍ବର ୧୧ ପର୍ଯ୍ୟନ୍ତ ଶନିଙ୍କ ବକ୍ର (ଓଲଟା ଚଳନ) ଗତି ରହିବ । ଅର୍ଥାତ୍ ଶ୍ରାବଣ ମାସରେ ମଧ୍ୟ ଶନିଙ୍କ ଏହି ଓଲଟା ଚଳନ ଜାରି ରହିବ । ଜ୍ୟୋତିଷଙ୍କ ଅନୁସାରେ, ଏହି ସମୟ ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ କଷ୍ଟକର ହୋଇପାରେ ।
ଜୁଲାଇ ୨୭ରୁ ଶନିଦେବ ମୀନ ରାଶିରେ ଓଲଟା ଚଳନ ହେବାକୁ ଯାଉଛନ୍ତି । ଅର୍ଥାତ୍ ଏହି ଦିନଠାରୁ ଶନିଙ୍କ ଓଲଟା ଚାଲି ଆରମ୍ଭ ହୋଇ ୧୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ୩୦ ଜୁଲାଇରୁ ଶ୍ରାବଣ ମାସ ମଧ୍ୟ ଆରମ୍ଭ ହେଉଛି । ଜ୍ୟୋତିଷଙ୍କ ମତରେ, ଶ୍ରାବଣ ମାସରେ ଶନିଙ୍କ ଏହି ଓଲଟା ଚଳନ ୪ଟି ରାଶି ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଶନିଙ୍କ ଚଳନ ବଦଳିବା ମାତ୍ରେ ଏହି ରାଶିଗୁଡ଼ିକର କର୍ମକ୍ଷେତ୍ର, ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ପ୍ରଭାବ ପଡ଼ିପାରେ ।
ମେଷ ରାଶି
ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ରରେ ଚାପ ବଢ଼ିପାରେ । ଚାକିରି କରୁଥିବା ଲୋକଙ୍କ ଉପରେ ହଠାତ୍ ଦାୟିତ୍ୱ ବଢ଼ିପାରେ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ । ବ୍ୟବସାୟରେ ନୂଆ ନିବେଶ ନକରିବା ଠିକ୍ । ଏହି ସମୟରେ କୌଣସି ବିବାଦ କିମ୍ବା ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରହିବା ଭଲ ।
କର୍କଟ ରାଶି
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଆର୍ଥିକ ଓ ପାରିବାରିକ ମାମଲାରେ ସାବଧାନ ରହିବାର ସଙ୍କେତ ଦେଉଛି । ହଠାତ୍ ବୃଦ୍ଧି ପାଉଥିବା ଖର୍ଚ୍ଚ ଆପଣଙ୍କ ବଜେଟକୁ ପ୍ରଭାବିତ କରିପାରେ । ପରିବାରରେ କୌଣସି କଥାକୁ ନେଇ ଚାପ କିମ୍ବା ମତଭେଦ ଦେଖାଦେଇପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରତି ଅବହେଳା କରନ୍ତୁ ନାହିଁ ଏବଂ ଗାଡ଼ି ଚଳାଇବା ସମୟରେ ବିଶେଷ ସାବଧାନତା କରନ୍ତୁ ।
ମକର ରାଶି
ମକର ରାଶିର ଜାତକଙ୍କ ପାଇଁ ବ୍ୟବସାୟିକ କ୍ଷେତ୍ରରେ ପରୀକ୍ଷାର ସମୟ ହୋଇପାରେ । ଲାଭଦାୟକ ମନେହେଉଥିବା ଡିଲ୍ କିମ୍ବା ଚୁକ୍ତି ବି ଅଟକି ଯାଇପାରେ । କାହାକୁ ଟଙ୍କା ଉଧାର ଦିଅନ୍ତ ନାହିଁ । ଏହି ସମୟରେ ନିଜ ବାଣୀ ଉପରେ ସଂଯମ ରଖିବା ଏବଂ ପ୍ରତ୍ୟେକ ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି ନେବା ଲାଭଦାୟକ ହେବ ।
ମୀନ ରାଶି
ମୀନ ରାଶିର ବ୍ୟକ୍ତିମାନଙ୍କୁ ମାନସିକ ଚାପ ଓ କାର୍ଯ୍ୟରେ ବିଳମ୍ବର ସାମ୍ନା କରିବାକୁ ପଡ଼ିପାରେ । ହେବାକୁ ଥିବା କାମ ଶେଷ ମୁହୂର୍ତ୍ତରେ ଅଟକି ଯାଇପାରେ, ଯାହାଦ୍ୱାରା ନିରାଶା ବଢ଼ିବ । ଅନିଦ୍ରା ଓ ଅଜଣା ଭୟ ଭଳି ସମସ୍ୟା କରିପାରେ । କୋର୍ଟ-କଚେରୀ ମାମଲାରୁ ଦୂରତା ରଖିବା ଏବଂ କୌଣସି ପ୍ରକାର ନୂଆ ନିବେଶରୁ ବଞ୍ଚିବା ଏହି ସମୟରେ ଭଲ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର ପ୍ରମାଣ ପ୍ରଦାନ କରେ ନାହିଁ।)
