Voice of Eastern India

ସୁନ୍ଦରୀଙ୍କ ଦେଶ ତାଲିକାରେ ଋଷ ନମ୍ବର-୧, ଏହା ପଛକୁ କେଉଁ ଦେଶ ରହିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ


ନୂଆଦିଲ୍ଲୀ: ବିଶ୍ୱର କେଉଁ ଦେଶରେ ସବୁଠାରୁ ସୁନ୍ଦରୀ ମହିଳା ରୁହନ୍ତି ? ଏ ପ୍ରଶ୍ନ ପଢ଼ି ଆପଣ ହୁଏତ ଟିକେ ମୁଚକୀ ହସିଦେଇପାରନ୍ତି। ଖବରଟା ବି ସେମିତି ରୋଚକ। ଆଜ୍ଞା ହଁ… ସୁନ୍ଦରୀ ମହିଳାଙ୍କ ଦେଶଗୁଡିକର ତାଲିକା ସାମ୍ନାକୁ ଆସିଛି। ଆଉ ଏହି ତାଲିକାରେ ଭାରତର ସ୍ଥାନ ଏକ ରୋଚକ ସ୍ଥିତିରେ ରହିଛି। ଜାଣିବା ପାଇଁ ଖବରଟିକୁ ଆଗକୁ ପଢ଼ନ୍ତୁ।

ଟ୍ରାଭେଲ ପ୍ଲାଟଫର୍ମ Mytour ସୁ୍ନ୍ଦରୀ ମହିଳାଙ୍କ ଦେଶର ଏକ ତାଲିକା ଜାରି କରିଛି। ଏହି ତାଲିକାରେ ୨୦ ଟି ଦେଶର ନାଁ ରହିଛି। ଏଥିରେ ଋଷ ସବୁଠାରୁ ଆଗରେ ରହିଥିବା ବେଳେ ଦ୍ୱିତୀୟରେ ଭେନେଜୁଏଲା ଓ ତୃତୀୟରେ ରହିଛି ଭାରତ।  ଏହି ରାଙ୍କିଂ ୧୫ ଅକ୍ଟୋବର, ୨୦୨୬ରେ Mytour ୱେବସାଇଟରେ ଅପଡେଟ୍ କରାଯାଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକାରେ ଥିବା ରୁଷ ଦୂତାବାସର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏହାକୁ ସେୟାର କରାଯାଇଥିଲା।

ଏହି ତାଲିକାରେ ଭାରତ ଅନେକ ଶକ୍ତିଶାଳୀ ଦେଶକୁ ପଛରେ ପକାଇ ତୃତୀୟ ସ୍ଥାନ ହାସଲ କରିଛି। ଅର୍ଥାତ୍ ଭାରତ ହେଉଛି ବିଶ୍ୱର ତୃତୀୟ ଦେଶ ଯେଉଁଠାରେ ସର୍ବାଧିକ ସୁନ୍ଦରୀ ମହିଳାମାନେ ରହୁଛନ୍ତି। ସେହିପରି ଆର୍ଜେଣ୍ଟିନାକୁ ତାଲିକାରେ ଚତୁର୍ଥ ସ୍ଥାନ ଦିଆଯାଇଥିବା ବେଳେ ସର୍ବିଆ ପଞ୍ଚମ ସ୍ଥାନରେ ରହିଛି। ୟୁରୋପ, ଏସିଆ, ଉତ୍ତରଆମେରିକା ଓ ଦକ୍ଷିଣ ଆମେରିକାର ଭଳି ଏକାଧିକ ଦେଶ ଏହି ତାଲିକାରେ ସାମିଲ ହୋଇଛନ୍ତି।

କାହିଁକି ଋଷ ନମ୍ବର-୧ ?

ଟ୍ରାଭେଲ ପ୍ଲାଟଫର୍ମ Mytour ଋଷକୁ ସର୍ବାଧିକ ସୁନ୍ଦରୀଙ୍କ ଦେଶ ବୋଲି କହିଛି। ପ୍ଲାଟଫର୍ମର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଋଷ ମହିଳାମାନଙ୍କ ଠାରେ ୟୁରୋପ ଓ ଏସିଆ ଦେଶର ମହିଳାଙ୍କ ଭଳି ଶାରିରୀକ ବିଶେଷତ୍ୱ ଦେଖିବାକୁ ମିଳିଛି। ଏଥିପାଇଁ ଋଷକୁ ତାଲିକାରେ ଶୀର୍ଷରେ ରଖାଯାଇଛି। ସେହିପରି ଭେନେଜୁଏଲା ଦ୍ୱିତୀୟ ସ୍ଥାନରେ ରହିବାର ବି ଏକ କାରଣ ରହିଛି। ଅନ୍ତର୍ଜାତୀୟ ସୁନ୍ଦର ପ୍ରତିଯୋଗିତାରେ ଭେନେଜୁଏଲାର ଖୁବ୍ ନାଁ ରହିଛି। କାରଣ ଏହି ଦେଶରୁ ଏକାଧିକ ମହିଳା ପ୍ରତିଯୋଗୀ ମିସ ୟୁନିଭର୍ସ ଓ ଭଳି ବଡ଼ ବଡ଼ ପ୍ରତିଯୋଗିତାରେ ଟାଇଟଲ ଜିତି ଦୈଶକୁ ଗୌରବାନ୍ୱିତ କରିଛନ୍ତି। ତେଣୁ ଭେନେଜୁଏଲାକୁ ଦ୍ୱିତୀୟ ସ୍ଥାନରେ ରଖାଯାଇଛି।

Also Read- ପ୍ରଦୂଷଣରେ ବିଗୁଡୁଛି ସ୍କିନ୍; ମୁହଁରେ ଦେଖାଦେଉଛି ଏହି ସବୁ ସମସ୍ୟା, ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

ଆଉ ଏହି ଆଧାରରେ ଭାରତକୁ ତାଲିକାର ତୃତୀୟ ସ୍ଥାନରେ ରଖାଯାଇଛି। ଭାରତ ତୃତୀୟ ସ୍ଥାନରେ ରହିବାର ଆହୁରି ଖାସ କାରଣ ରହିଛି। ଭାରତରେ ଅଲଗା ଅଲଗା ସଂସ୍କୃତି ଓ ସମ୍ପ୍ରଦାୟର ଲୋକେ ଏକାଠି ରହୁଛନ୍ତି। ଭାରତର ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଭାଷା, ପୋଷାକ ଏବଂ ଜୀବନଶୈଳୀ ରହିଛି। ମହିଳାଙ୍କ ରୂପ-ରଙ୍ଗ ଓ ପୋଷାକ ପରିପାଟିରେ ବହୁ ବିବିଧତା ରହିଛି। ପାରମ୍ପରିକ ଶାଢ଼ି ଏବଂ ଅନ୍ୟାନ୍ୟ ଭାରତୀୟ ପୋଷାକଠାରୁ ଆରମ୍ଭ କରି ଆଧୁନିକ ଫ୍ୟାଶନ୍ ପର୍ଯ୍ୟନ୍ତ, ସୌନ୍ଦର୍ଯ୍ୟର ଅନେକ ରୂପ ଭାରତରେ ହିଁ ଦେଖାଯାଏ। ତେଣୁ ଭାରତକୁ ମାଇଁଟୁର ତାଲିକାରେ ତୃତୀୟ ସ୍ଥାନରେ ରଖାଯାଇଛି। 

Mytour ରାଙ୍କିଙ୍ଗରେ ସବୁଠାରୁ ଅଧିକ ସୁ୍ନ୍ଦରୀ ଥିବା ୨୦ ଦେଶ ହେଲେ-

ରୁଷ, ଭେନେଜୁଏଲା, ଭାରତ, ଆର୍ଜେଣ୍ଟିନା, ସର୍ବିଆ, ସ୍ୱିଡେନ, କଲମ୍ବିଆ, ଫ୍ରାନ୍ସ,, ଇଟାଲୀ, ନେଦରଲ୍ୟାଣ୍ଡ, ଆମେରିକା, ଡେନମାର୍କ, ୟୁକେ,କାନାଡା, ଅଷ୍ଟ୍ରେଲିଆ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ତୁର୍କୀ,ବ୍ରାଜିଲ ଓ ୟୁକ୍ରେନ।

ତାଲିକାରେ ଆମେରିକା ଓ ବ୍ରିଟେନ ସ୍ଥାନ କେଉଁଠି ?

ସୁନ୍ଦରୀଙ୍କ ଦେଶ ତାଲିକାରେ ୧୧ ତମ ସ୍ଥାନରେ ଆମେରିକା, ୧୨ ତମ ସ୍ଥାନରେ ଡେନମାର୍କ, ୧୩ ନମ୍ବରରେ ବ୍ରିଟେନ,୧୪ କାନାଡ଼ା, ୧୫ ଅଷ୍ଟ୍ରେଲିଆ, ୧୬ ଫିଲିପାଇନ୍ସ , ୧୭ ଦକ୍ଷିଣ କୋରିଆ, ୧୮ ତୁର୍କୀ, ୧୯ ବ୍ରାଜିଲ ଓ ୨୦ତମ ସ୍ଥାନରେ ୟୁକ୍ରେନ୍କୁ ରଖାଯାଇଛି।

ସୁନ୍ଦରୀଙ୍କ ଏହି ରାଙ୍କିଙ୍ଗୁ ସ୍ୱୀକୃତିପ୍ରାପ୍ତ ଅଫିସିଆଲ ରାଙ୍କିଙ୍ଗ ବୋଲି ଧରାଯିବ କି ?

ନା..। ଏହାକୁ ଦୁନିଆର ସବୁଠାରୁ ସୁନ୍ଦରୀ ମହିଳାଙ୍କର ଅଫିସିଆଲ ରାଙ୍କିଙ୍ଗ ବୋଲି ଧରାଯାଇପାରିବ ନାହିଁ। କାରଣ Mytour ନିଜ ୱେବସାଇଟରେ ତାଲିକା ତ ଜାରି କରିଛି, ହେଲେ କେଉଁ ଆଧାରରେ ଏହା ପ୍ରସ୍ତୁତ କରାଯାଇଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କୌଣସି ବୈଜ୍ଞାନିକ ଗବେଷଣା କିମ୍ବା ଅଧ୍ୟୟନ କରାଯାଇଛି କି ନାହିଁ ? କେଉଁ ଦେଶକୁ କେଉଁ ଆଧାରରେ ରେଟିଂ କରାଯାଇଛି ସେ ନେଇ ମଧ୍ୟ ସ୍ପଷ୍ଟତା ନାହିଁ। ତେଣୁ ଏହାକୁ ସ୍ୱୀକୃତି ପ୍ରାପ୍ତ ଅଫିସିଆଲ ରାଙ୍କିଙ୍ଗ ବୋଲି ଧରାଯାଇ ପାରିବ ନାହିଁ।

ପ୍ରକୃତରେ, ସୌନ୍ଦର୍ଯ୍ୟକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କ ପସନ୍ଦ ଅଲଗା ଅଲଗା ହୋଇଥାଏ। କାହାକୁ ପୋଷାକ ପରିଧାନର ଶୈଳୀ ଭଲ ଲାଗେ ତ ଆଉ କାହାକୁ ସୁନ୍ଦର ଚେହେରା। ସେହିପରି କିଏ ସୁନ୍ଦର ବ୍ୟକ୍ତିତ୍ୱକୁ ଭଲପାଏ ତ ଆଉ କିଏ ଜ୍ଞାନର ମାପକାଠିରେ ସୌନ୍ଦର୍ଯ୍ୟକୁ ମାପିଥାଏ। ଦେଶ ଏବଂ ସଂସ୍କୃତିର ଭିନ୍ନତା ନେଇ ମଧ୍ୟ ସୌନ୍ଦର୍ଯ୍ୟର ଧାରଣା ଗଢ଼ି ଉଠେ। ତେଣୁ ସୌନ୍ଦର୍ଯ୍ୟକୁ ମାପିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ମାପଦଣ୍ଡ ସ୍ଥିର କରାଯାଇ ନାହିଁ।

ତା’ ଛଡ଼ା ସୁନ୍ଦରୀ ମହିଳାଙ୍କ ଦେଶର ଧାରଣାକୁ ନେଇ ବିଭିନ୍ନ ୱେବସାଇଇଟ୍‌ରେ ଭିନ୍ନ ଭିନ୍ନ ରାଙ୍କିଙ୍ଗ୍ ଦେଖିବାକୁ ମିଳିଥାଏ। ଉଦାହରଣ ସ୍ୱରୂପ, ମେ ୨୦୨୬ରେ, ୱାର୍ଲ୍ଡ ପପୁଲେସନ୍ ରିଭ୍ୟୁ ଦ୍ୱାରା ମଧ୍ୟ ଏକ ତାଲିକା ଜାରି କରାଯାଇଥିଲା। ଯେଉଁଥିରେ ଋଷକୁ ଚତୁର୍ଥ ସ୍ଥାନରେ ରଖାଯାଇଥିଲା। ଆଉ କଲମ୍ବିଆ ପ୍ରଥମ ସ୍ଥାନ ହାସଲ କରିଥିଲା। ତେଣୁ ମାଇଟୁର ରାଙ୍କିଙ୍ଗ ମଧ୍ୟ ସଠିକ୍ ବୋଲି କହି ହେବ ନାହିଁ।

Source link



Source link

Leave A Reply

Your email address will not be published.