Voice of Eastern India

ସ୍ନୋ-ପାର୍କ ମଜା ଦେଉନି, ପ୍ରାକୃତିକ ଲାଗୁନି ବରଫ: ବିକଳ୍ପ ଲାଗି ଇଡ୍‌କୋକୁ ଚିଠି


ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓର ମୁଖ୍ୟ ଆକର୍ଷଣ ରାଜ୍ୟର ପ୍ରଥମ ସ୍ନୋ-ୱାର୍ଲଡ ବା ସ୍ନୋ-ପାର୍କ ମଜା ଦେଉନି କି ସେଠି ପଡ଼ିଥିବା ବରଫ ପ୍ରାକୃତିକ ଲାଗୁନି । ତେଣୁ ତୁଷାର ତିଆରି ପାଇଁ ସାମଗ୍ରୀ ତଥା ପ୍ରସ୍ତୁତି ପ୍ରଣାଳୀ ବଦଳାଅ । ବରଫ ବଦଳରେ କ’ଣ ବ୍ୟବହାର ହେବ ତାହା ଚିନ୍ତା କର । ଏନେଇ ଶୁକ୍ରବାର ଇଡ୍‌କୋ ଚିଠି ଲେଖି ସମସ୍ୟା ବିଷୟରେ ଜଣାଇଛି କଳିଙ୍ଗ ଷ୍ଟୁଡିଓଜ୍ ଲିମିଟେଡ୍ କର୍ତ୍ତୃପକ୍ଷ ।

ବର୍ତ୍ତମାନ ବ୍ୟବହୃତ ହେଉଥିବା ଗୁଣ୍ଡ ବରଫ ଅପେକ୍ଷାକୃତ କଠିନ ଏବଂ ମୋଟା ବରଫ ଖଣ୍ଡ ଆକାରରେ ରହୁଛି । ଏହା ସ୍ନୋ-ୱାର୍ଲଡ ବା ସ୍ନୋ-ପାର୍କ ପାଇଁ ଉଦ୍ଦିଷ୍ଟ ପ୍ରାକୃତିକ ବରଫ ଭଳି ଦେଖାଯାଉ ନାହିଁ କି ଅନୁଭବ ଦେଉନାହିଁ । ଏପରିକି ଚାଳିଲେ ଗୋଡ଼ ମୋଡ଼ି ହେବର ଭୟ ରହିଛି । ଯାହା ଚିନ୍ତାର କାରଣ ହୋଇପାରେ । ତେଣୁ ଏହାର ଠିକଣା ପରିଚାଳନା ପାଇଁ ମୋଟା ବରଫ ଖଣ୍ଡ ବା ଗୁଣ୍ଡ ବଦଳରେ ସୂକ୍ଷ୍ମ, ନରମ ତଥା ପାଉଡର ଭଳି କିଛି ବ୍ୟବସ୍ଥା ହେଲେ ଭଲ । ଯାହା ବିଭିନ୍ନ ଦୃଷ୍ଟିରୁ ଭଲ ହେବ ।

Also Read: ତରବରିଆ ଲୋକାର୍ପଣ, ଅଧାଗଢ଼ା କଳିଙ୍ଗ ଷ୍ଟୁଡିଓ: କାମ ସରିନି, ହସ୍ତାନ୍ତର କରିନି ଇଡ୍‌କୋ

ଏଥିଲାଗି ସମ୍ପୃକ୍ତ ଏଜେନ୍ସି, ଯୋଗ୍ୟ ବିଶେଷଜ୍ଞଙ୍କ ଦ୍ୱାରା ବୈଷୟିକ ଭାବେ ପରୀକ୍ଷା କରଯାଉ । ଆବଶ୍ୟକ ବରଫର ଆକାର, ପ୍ରାକର, ପରିମାଣ, କାର୍ଯ୍ୟକ୍ଷମ ତାପମାତ୍ରା, ଚଟଣରେ ଜମା ହେବ ସହ ପରିଦର୍ଶକଙ୍କ ସୁରକ୍ଷା ସମ୍ବନ୍ଧରେ ତର୍ଜମା ହେଉ । କ’ଣ କଲେ ପ୍ରକୃତିକ ବରଫ ଭଳି ଦିଶିବା ସହ ଦର୍ଶକ ତା’ର ମଜା ନେଇପାରିବେ, ସେନେଇ ବ୍ୟବସ୍ଥା କରାଯାଉ । ଆବଶ୍ୟକ ଯଞ୍ଚ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପୂର୍ବକ ସଂଶୋଧନ କିମ୍ବା ସମ୍ପୂର୍ଣ୍ଣ ପରିବର୍ତ୍ତନ ସହ କାର୍ଯ୍ୟକ୍ଷମ କରାଯାଉ । ପାର୍ବଣକୁ ଦୃଷ୍ଟିରେ ରଖି ଏହାକୁ ଅଗ୍ରାଧିକାର ଭିତ୍ତିରେ ବିଚାର କରିବାକୁ କଳିଙ୍ଗ ଷ୍ଟୁଡିଓ କର୍ତ୍ତୃପକ୍ଷ, ଇଡକୋକୁ କହିଛନ୍ତି ।

Source link



Source link

Leave A Reply

Your email address will not be published.