Voice of Eastern India

୨,୬୧,୭୦,୦୦,୦୦,୦୦୦ ଟଙ୍କା… ୪ ବର୍ଷରେ କେବଳ ମିନିମମ୍ ବାଲାନ୍ସ ନ ରଖିବାରୁ ବ୍ୟାଙ୍କ ଆଦାୟ କରିଛି ଏତିକି ଜରିମାନା


ନୂଆଦିଲ୍ଲୀ: ଆପଣଙ୍କ କୌଣସି ନା କୌଣସି ବ୍ୟାଙ୍କରେ ଆକାଉଣ୍ଟ୍ ଥିବ… କେବେ ନା କେବେ ଆପଣ ନିଜ ବ୍ୟାଙ୍କ ଖାତାରେ ମିନିମମ୍ ବାଲାନ୍ସ ରଖିବାକୁ ଅସମର୍ଥ ହୋଇଥିବେ । ବାଧ୍ୟବାଧକତା ହେଉ କି ଅବହେଳା, ବ୍ୟାଙ୍କ କିନ୍ତୁ ଗ୍ରାହକଙ୍କୁ ଛାଡ଼େ ନାହିଁ । ସର୍ବନିମ୍ନ ଜମା ରାଶି ନ ରଖିବା ଯୋଗୁଁ ବ୍ୟାଙ୍କ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରିଥାଏ, ଏବଂ ବର୍ଷକୁ ବର୍ଷ ଏହି ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଯେଉଁ ସୂଚନା ଦେଇଛନ୍ତି, ତାହା ଜାଣି ଚିନ୍ତାରେ ଯିବେ । ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସର୍ବନିମ୍ନ ହାରାହାରି ଜମା ରାଶି ନ ରଖିବା କାରଣରୁ ବ୍ୟାଙ୍କଗୁଡ଼ିକ ଗତ ଚାରି ଆର୍ଥିକ ବର୍ଷରେ ଗ୍ରାହକଙ୍କଠାରୁ ଜରିମାନା ବାବଦରେ ୨୬,୧୭୦.୩୭ କୋଟି ଟଙ୍କା ଆଦାୟ କରିଛନ୍ତି ।

ସଂସଦୀୟ ତଥ୍ୟ ଅନୁସାରେ,ଆର୍ଥିକ ବର୍ଷ ୨୦୨୫-୨୬ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ ୭,୦୮୬.୬୩ କୋଟି ଟଙ୍କା ଜରିମାନା ବାବଦରେ ଆଦାୟ କରିଛନ୍ତି । ଆର୍ଥିକ ବର୍ଷ ୨୦୨୪-୨୫ରେ ବ୍ୟାଙ୍କଗୁଡ଼ିକ ୬,୯୭୪.୭୯ କୋଟି ଟଙ୍କାର ଜରିମାନା ଲଗାଇଥିଲେ । ଏହିପରି ଭାବେ ଆର୍ଥିକ ବର୍ଷ ୨୦୨୨-୨୩ରୁ ୨୦୨୫-୨୬ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ମୋଟ ୨୬,୧୦ କୋଟି ଟଙ୍କାରୁ ଅଧିକ ରାଶି କେବଳ ମିନିମମ୍ ବ୍ୟାଲାନ୍ସ ନ ରଖିବା ବାବଦରେ ଆଦାୟ କରିଛନ୍ତି ।

ଆର୍ଥିକ ବର୍ଷ ୨୦୨୫-୨୬ର ତଥ୍ୟ ଅନୁସାରେ, ଜରିମାନା ଆଦାୟ କରିବା ମାମଲାରେ ସରକାରୀ ବ୍ୟାଙ୍କଗୁଡ଼ିକ ତୁଳନାରେ ବେସରକାରୀ ବ୍ୟାଙ୍କଗୁଡ଼ିକ ବହୁ ଆଗରେ ରହିଛନ୍ତି । ପ୍ରାଇଭେଟ୍ ବ୍ୟାଙ୍କ ଗ୍ରାହକଙ୍କଠାରୁ ମୋଟ ୪,୯୪୮.୭୧ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି । ଏଚଡିଏଫସି ବ୍ୟାଙ୍କ ସବୁଠାରୁ ଅଧିକ ୧,୭୯୮.୧୪ କୋଟି ଟଙ୍କା ଆଦାୟ କରି ପ୍ରଥମ ସ୍ଥାନରେ ଅଛି । ଆକ୍ସିସ୍ ବ୍ୟାଙ୍କ ୧,୦୮୧.୩୩ କୋଟି ଟଙ୍କା ଆଦାୟ କରି ଦ୍ୱିତୀୟ ସ୍ଥାନରେ ଅଛି । ଦେଶର ସମସ୍ତ ୧୨ଟି ସରକାରୀ ବ୍ୟାଙ୍କ ମିଶି ମୋଟ ୨,୧୩୭.୯୨ କୋଟି ଟଙ୍କା ଆଦାୟ କରିଛନ୍ତି । ଏସବିଆଇ ସବୁଠାରୁ ଅଧିକ ୪୭୭.୨୭ କୋଟି ଟଙ୍କା ଆଦାୟ କରିଛି ।

ଆରବିଆଇର ନିୟମ କ’ଣ ?

ସୂଚନାଯୋଗ୍ୟ ଯେ, ଏସବିଆଇ ମାର୍ଚ୍ଚ ୨୦୨୦ରୁ ଜମା ଖାତାରେ ସର୍ବନିମ୍ନ ବାଲାନ୍ସ ଜରିମାନା ସମ୍ପୂର୍ଣ୍ଣ ଛାଡ଼ କରିସାରିଛି । ଏସବିଆଇର ଏହି ଜରିମାନା କେବଳ କରେଣ୍ଟ ଆକାଉଣ୍ଟ୍ କିମ୍ବା ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଆକାଉଣ୍ଟ ପାଇଁ ଲାଗୁ ହୋଇଥିଲା ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ନିଜର ବୋର୍ଡ-ଅନୁମୋଦିତ ନୀତି ଆଧାରରେ ଜରିମାନା ସ୍ଥିର କରିପାରିବେ । ତେବେ ଏହା ସ୍ୱଚ୍ଛ ଏବଂ ଉଚିତ୍ ହେବା ଆବଶ୍ୟକ । ତେବେ ଗ୍ରାହକଙ୍କୁ ଆଶ୍ୱାସନା ଦେବା ଉଦ୍ଦେଶ୍ୟରେ, ଦେଶର ୧୨ଟି ସରକାରୀ ବ୍ୟାଙ୍କ ମଧ୍ୟରୁ ୧୦ଟି ବ୍ୟାଙ୍କ ସେଭିଂସ ଆକାଉଣ୍ଟରେ ଏହି ଜରିମାନା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ୨ଟି ବ୍ୟାଙ୍କ ଏହାକୁ ହ୍ରାସ କରିଛନ୍ତି ।

Source link



Source link

Leave A Reply

Your email address will not be published.