Voice of Eastern India

୫୦୦ କୋଟିର ମାଲିକ, ହେଲେ ପିନ୍ଧିଛନ୍ତି ୧୦ ହଜାରର ଟଙ୍କାର ନକଲି Rolex, କାରଣ ଜାଣିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ


ନୂଆଦିଲ୍ଲୀ: ଲଗଜୁରି ବ୍ରାଣ୍ଡ୍ ବ୍ୟବହାର କରିବା ମାନେ କ’ଣ ସଫଳତାର ପ୍ରତୀକ? ନା ଜଣେ ମଣିଷର ସାମାଜିକ ସ୍ଥିତି ହିଁ ତା’ର ପ୍ରକୃତ ପରିଚୟ? ଏହି ପ୍ରଶ୍ନକୁ ନେଇ ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। କାରଣ ଲିଙ୍କଡିନରେ ଏମିତି ଜଣେ ବ୍ୟବସାୟୀଙ୍କ କାହାଣୀ ପୋଷ୍ଟ କରାଯାଇଛି, ଯାହାଙ୍କ ସମ୍ପତ୍ତି ମୂଲ୍ୟ ୫୦୦ କୋଟି ଟଙ୍କା। ତଥାପି ସେ ଅସଲି ବଦଳରେ ପିନ୍ଧନ୍ତି ନକଲି ରୋଲେକ୍ସ ଘଡ଼ି। ଆଉ ଏହି କଥା ଏବେ ଚର୍ଚ୍ଚାରେ। କାହିଁକି ପଢ଼ନ୍ତୁ।

ଦିଲ୍ଲୀର ଉଦ୍ୟୋଗୀ ରୋହନ ଧାୱନ ଲିଙ୍କଡିନ୍‌ରେ ନିଜର ଏକ ଅନୁଭୂତି ଶେୟାର କରିଛନ୍ତି। ଯେଉଁଥିରେ ସେ ଭେଟିଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ବଡ଼ ରୋଚକ କାହାଣୀ କହିଛନ୍ତି। ସେ କହିଛନ୍ତି ଯେ ଏହି ବ୍ୟବସାୟୀ ଜଣଙ୍କ ହାତରେ ଅତ୍ୟନ୍ତ ଆକର୍ଷଣୀୟ Rolex Daytona ଘଣ୍ଟା ପିନ୍ଧିଥିଲେ। ଯାହାର ମାର୍କେଟ୍ ଦାମ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହା ଦେଖିବା ପରେ ରୋହନ ଘଣ୍ଟାର ଖୁବ୍ ପ୍ରଶଂସା କଲେ। କିନ୍ତୁ ବ୍ୟବସାୟୀ ଜଣଙ୍କ ପ୍ରଶଂସା ଶୁଣି ଯାହା କହିଥିଲେ ସେଥିରେ ରୋହନ ଚକିତ ହୋଇଯାଇଥିଲେ।

ବ୍ୟବସାୟୀ ଜଣଙ୍କ କହିଥିଲେ “ରୋହନ, ତୁମକୁ ଗୋଟିଏ ଗୁପ୍ତ କଥା କହୁଛି। ପ୍ରକୃତରେ ଏହା ଅସଲି ରୋଲେକ୍ସ ନୁହେଁ, ଏହା ଫଷ୍ଟ କପି। ଇନଷ୍ଟାଗ୍ରାମର ଏକ ପେଜରୁ ମାତ୍ର ୧୦ ହଜାର ଟଙ୍କାରେ କିଣିଛି।” ଏହା ଶୁଣି ରୋହନ ଆଶ୍ଚର୍ଯ୍ୟ ହୋଇଥିଲେ। ତା’ପରେ ବ୍ୟବସାୟୀ ଯେଉଁ ଯୁକ୍ତି ଦେଇଥିଲେ, ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Also Read- ହସ୍ତତନ୍ତ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସ୍ବଦେଶୀ ବାର୍ତ୍ତା, ଗର୍ବର ସହ ପାଳନ କରିବାକୁ ଆହ୍ବାନ

ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଯଦି ନକଲିରେ ଅସଲିର କାମ ଚଳିଯାଉଛି, ତେବେ ଅଯଥା ଲକ୍ଷ ଲକ୍ଷ ଟଙ୍କା ସାରିବି କାହିଁକି ? ବ୍ୟବସାୟୀ ଜଣଙ୍କ କହିଥିଲେ “ ରୋହନ ମୁଁ ଆଜି ଯେଉଁ ସ୍ଥାନରେ ଅଛି, କେହି କେବେ ଭାବିବେ ନାହିଁ ଯେ ମୁଁ ନକଲି ଘଣ୍ଟା ପିନ୍ଧୁଛି। ଘଣ୍ଟା ସମୟ ଦେଖାଇବାର କାମ କରେ ଆଉ ଲୋକେ ମଧ୍ୟ ଦାମୀ ଘଣ୍ଟା ଭାବି ପ୍ରଶଂସା କରନ୍ତି। ମୋ କାମ ହୋଇଯାଏ। ତେଣୁ ଅସଲି ରୋଲେକ୍ସ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବି କାହିଁକି?”

ବ୍ରାଣ୍ଡଠାରୁ ବଡ଼ କି ସାମାଜିକ ପରିଚୟ?

ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଠାରୁ ଏହି କଥା ଶୁଣିବା ପରେ ରୋହନ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ତେବେ ଏଥିରେ ତାଙ୍କ ମତ ରଖି ରୋହନ ଲେଖିଛନ୍ତି “ମୁଁ ତାଙ୍କ ସହ ସମ୍ପୂର୍ଣ୍ଣ ସହମତ ନୁହେଁ। କିନ୍ତୁ ସମ୍ପୂର୍ଣ୍ଣ ଅସହମତ ମଧ୍ୟ ହୋଇପାରିଲି ନାହିଁ। ତାଙ୍କର ଯୁକ୍ତି ମୋତେ ଚିନ୍ତା କରିବାକୁ ବାଧ୍ୟ କଲା।” ରୋହନଙ୍କ ମତରେ, ଆଜିକାଲି ଅନେକ କ୍ଷେତ୍ରରେ ବସ୍ତୁର ମୂଲ୍ୟଠାରୁ ବେଶି ମଣିଷର ସାମାଜିକ ସ୍ଥିତିକୁ ଗୁରୁତ୍ୱ ଦିଆଯାଉଛି।

ସେ ଏକ ଉଦାହରଣ ଦେଇ ଲେଖିଛନ୍ତି “ରାସ୍ତାରେ ଜଣେ ସାଧାରଣ ଲୋକ ଯଦି ଆସଲ Nike ଜୋତା ପିନ୍ଧିଥାନ୍ତି, ଅନେକେ ସନ୍ଦେହ କରନ୍ତି ଯେ ଏହା ବୋଧହୁଏ ନକଲି। କିନ୍ତୁ ମାସକୁ ୨-୩ ଲକ୍ଷ ଟଙ୍କା ରୋଜଗାର କରୁଥିବା ଜଣେ ବ୍ୟକ୍ତି ନକଲି Jordan ପିନ୍ଧିଲେ ମଧ୍ୟ ସମସ୍ତେ ତାଙ୍କୁ ପ୍ରଶଂସା କରନ୍ତି। କେହି ଦୁଇଥର ଚେକ୍ ବି କରନ୍ତି ନାହିଁ।”

ସେ କହିଛନ୍ତି “ ଏହାର ଅର୍ଥ ହେଉଛି, ଏବେ ଲୋକମାନଙ୍କ ପାଇଁ ବସ୍ତୁର ମୂଲ୍ୟଠାରୁ ସେ କେଉଁ ସାମାଜିକ ସ୍ଥିତିରେ ଅଛନ୍ତି, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଠି ପ୍ରକୃତରେ ଧନୀ ବ୍ୟବସାୟୀଙ୍କ ଘଣ୍ଟାଟି ପ୍ରଶଂସା ପାଇନଥିଲା, ବରଂ ତାଙ୍କର ସମ୍ପତ୍ତି ଓ ପରିଚୟ ପ୍ରଶଂସା ପାଇଥିଲା।”

シャンパン文字盤の違い | ロレックス【Q-Snap】

ତଥାପି ନକଲି ବ୍ରାଣ୍ଡ୍ ପିନ୍ଧିବାକୁ ରାଜି ନୁହନ୍ତି ରୋହନ

ଯଦିଓ ବ୍ୟବସାୟୀଙ୍କ ଯୁକ୍ତି ତାଙ୍କୁ ଭାବିବାକୁ ବାଧ୍ୟ କରୁଥିଲା ତଥାପି ରୋହନ ସ୍ପଷ୍ଟ କରିଛନ୍ତି ଯେ ସେ ନିଜେ କେବେ ବି ନକଲି ବ୍ରାଣ୍ଡ ବ୍ୟବହାର କରିବେ ନାହିଁ। ଏନେଇ ସେ ଲେଖିଛନ୍ତି, “ଗଣିତ ଯେତେ ଠିକ୍ ଲାଗୁଥିଲେ ବି ମୁଁ ନକଲି ଜିନିଷ ପିନ୍ଧିବି ନାହିଁ। କମ୍ ଜିନିଷ ରହୁ, କିନ୍ତୁ ଅସଲି ହେଉ। ତଥାପି ତାଙ୍କ ଅକାଟ୍ୟ ଯୁକ୍ତି ମୋ ମୋତେ ଦ୍ୱନ୍ଦ୍ୱରେ ପକାଇଛି।”

ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା

ଏହି ପୋଷ୍ଟ ଭାଇରାଲ୍ ହେବା ପରେ ଅନେକ ଲୋକ ନିଜ ମତ ରଖିଛନ୍ତି। ଜଣେ ଯୁଜର ଲେଖିଛନ୍ତି, “ବ୍ୟକ୍ତିର ପରିଚୟ ହିଁ ସେ ପିନ୍ଧୁଥିବା ଜିନିଷକୁ ମୂଲ୍ୟବାନ କରିଦିଏ। ବିଲ୍ ଗେଟ୍ସ ପ୍ରାୟତଃ Casio Duro ପିନ୍ଧନ୍ତି। ତାଙ୍କ ପରିଚୟ ଏତେ ବଡ଼ ଯେ ଘଣ୍ଟାର ବ୍ରାଣ୍ଡ୍ ନୁହେଁ, ବରଂ ସେ ପିନ୍ଧିଥିବାରୁ ଘଣ୍ଟାଟି ଅଧିକ ସମ୍ମାନ ପାଏ। ୫୦୦ କୋଟିର ମାଲିକଙ୍କୁ ଚମକିବା ପାଇଁ Rolex ଦରକାର ନାହିଁ। Timex କିମ୍ବା Casio ମଧ୍ୟ ଯଥେଷ୍ଟ।”

ଅନ୍ୟ ଜଣେ ଲେଖିଛନ୍ତି, “ଏହା ଏକ ଆକର୍ଷଣୀୟ ଦୃଷ୍ଟିକୋଣ ହେଇପାରେ। କିନ୍ତୁ ପ୍ରକୃତ ବିଳାସପଣ ଅନ୍ୟମାନଙ୍କ ଧାରଣାରେ ନୁହେଁ, ବରଂ ଜିନିଷର ମାନ, କାରିଗରୀ ଏବଂ ତାହାର ଅସଲିପଣରେ ଲୁଚି ରହିଥାଏ। ନକଲି ଜିନିଷ ହୁଏତ ଲୋକଙ୍କୁ କିଛି ସମୟ ପାଇଁ ବିଶ୍ୱାସ କରାଇପାରେ, କିନ୍ତୁ ପ୍ରକୃତ ସନ୍ତୁଷ୍ଟି ସବୁବେଳେ ଅସଲ ଜିନିଷରୁ ମିଳେ।”

 ଏହି ପରିପ୍ରେକ୍ଷୀରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ‘ମହିମା’ କବିତାର ପ୍ରସିଦ୍ଧ ପଦଟି ମନେ ପଡିଯାଏ। ତାହା ହେଲା-

ବସନ ଭୂଷଣ ଆଡ଼ମ୍ବର ଘେନି ମହତ ନ ହୁଏ ଜନ

ବିବିଧ ରଙ୍ଗରେ ରଞ୍ଜିତ କାଚ କି ହୁଏ ହୀରକ ଭାଜନ?

ଯଦିଓ ଅସଲିର ଏକ ପ୍ରକୃତ ଗୁଣ ରହିଛି ତେବେ ଗୋଟିଏ କଥା ସ୍ପଷ୍ଟ, ସାମାଜିକ ପରିଚୟ ଓ ଆର୍ଥିକ ସ୍ଥିତି ଅନେକ ସମୟରେ ଲୋକଙ୍କ ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେଇଥାଏ, ଏବଂ ସେହିଠାରୁ ଜନ୍ମ ନିଏ ଏଭଳି ଅନେକ ଚର୍ଚ୍ଚା। ଏହି ଘଟଣା କେବଳ ଏକ ନକଲି Rolex ଘଣ୍ଟାର କାହାଣୀ ନୁହେଁ। ବରଂ ଆଜିର ସମାଜରେ ଏମିତି ଏକ ପ୍ରଶ୍ନ ଛିଡ଼ା କରିଛି, ଯାହାର ଉତ୍ତର ସହଜ ଲାଗୁଥିଲେ ମଧ୍ୟ ଦ୍ୱନ୍ଦ୍ୱାତ୍ମକ। ପ୍ରକୃତରେ ଲୋକେ ଜିନିଷକୁ ସମ୍ମାନ କରନ୍ତି, ନା ଜିନିଷ ପିନ୍ଧିଥିବା ମଣିଷର ସାମାଜିକ ପିରିସ୍ଥିତି ଓ ପରିବେଶକୁ? ଆପଣ କ’ଣ ଭାବୁଛନ୍ତି କମେଣ୍ଟ ନିଶ୍ଚୟ କରିବେ।

Source link



Source link

Leave A Reply

Your email address will not be published.