Voice of Eastern India

୭ ନୂଆ ବିଲେନିୟର ସୃଷ୍ଟି କରିବ ଆନ୍ଥ୍ରୋପିକ୍ IPO, ଜାଣନ୍ତୁ ସେମାନେ କିଏ?


ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଆନ୍ଥ୍ରୋପିକ୍ ଯଦି ୨ ଟ୍ରିଲିୟନ ଡଲାର ଭାଲୁଏସନରେ ପବ୍ଲିକ୍ ହୁଏ ତେବେ ଏହାର ୭ ସଂସ୍ଥାପକଙ୍କ ବ୍ୟକ୍ତିଗତ ସମ୍ପତ୍ତି ପାଖାପାଖି ୨ ଗୁଣାରୁ ବି ଅଧିକ ହୋଇପାରେ। ଆମେରିକା ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ (ଏସଇସି)ରେ ଫାଇଲ ହୋଇଥିବା ଆନ୍ଥ୍ରୋପିକ୍ ରେଜିଷ୍ଟ୍ରେସନ ଷ୍ଟେଟମେଣ୍ଟ ଅନୁସାରେ ଫାଉଣ୍ଡରଙ୍କ ପାଖରେ ମୋଟ ମିଶାଇ ପାଖାପାଖି ୧.୬୯ ବିଲିୟନ ଡଲାରର ସେୟାର ଅଛି। ଅର୍ଥାତ ଏହା କମ୍ପାନୀର ପାଖାପାଖି ୧୦%। ଏଥିରେ ୨ ଟ୍ରିଲିୟନ ଡଲାର ଭାଲ୍ୟୁଏସନରେ ସେମାନଙ୍କ ଅଲଗା ଅଲଗା ଷ୍ଟେକ୍ସ୍ ର ମୂଲ୍ୟ ୨୭ରୁ ୨୯ ବିଲିୟନ ଡଲାର ମଧ୍ୟରେ ହୋଇପାରେ।

ଏଆଇ ମଡେଲସ୍ ର କ୍ଲାଉଡ ଫ୍ୟାମିଲି ତିଆରୁଥିବା କମ୍ପାନୀ ଆନ୍ଥ୍ରୋପିକ୍ ଏ ପର୍ଯ୍ୟନ୍ତ ଆଇପିଓ ପ୍ରାଇସ୍ ଅଥବା କେତେ ସେୟାର ଅଫର କରିବ ତାର ଯୋଜନା ସାର୍ବଜନିକ କରିନି। ବିଜନେସ୍ ଇନସାଇଡର ଅନୁସାରେ ଆଇପିଓ ଫାଇଲିଂରୁ ଜଣାପଡୁଛି ଯେ କମ୍ପାନୀର ମାଲିକାନା ଏହାର ୭ ସଂସ୍ଥାପକଙ୍କ ମଧ୍ୟରେ କେମିତି ବାଣ୍ଟି ହୋଇ ରହିଛି। ଏମାନଙ୍କ ମଧ୍ୟରୁ ଟମ୍ ବ୍ରାଉନ୍ କମ୍ପାନୀର ସିଇଓ ଡାରିୟୋ ଅମୋଦେୟୀଙ୍କ ଠାରୁ ମଧ୍ୟ କମ୍ପାନୀରେ ଅଧିକ ଭାଗିଦାର ଅଟନ୍ତି। ଏହି ୭ ଜଣ ସଂସ୍ଥାପକ ଓପନ ଏଆଇ ଛାଡି ୨୦୨୧ରେ ଆନ୍ଥ୍ରୋପିକ୍ ସ୍ଥାପନା କରିଥିଲେ। ଏବେ ଏଆଇ ମଡେଲ ଓ ସର୍ଭିସେସ୍ ର ଡିମାଣ୍ଡ ବଢିବା କାରଣରୁ ସେମାନଙ୍କ ଷ୍ଟେକସ୍ ମୂଲ୍ୟବାନ ହୋଇଯାଇଛି।

ଆନ୍ଥ୍ରୋପିକ୍ ର ଚିଫ୍ କମ୍ପ୍ୟୁଟ ଅଫିସର ଟମ ବ୍ରାଉନ ଙ୍କ ପାଖରେ ୭ ସଂସ୍ଥାପକଙ୍କ ମଧ୍ୟରୁ ସବୁଠୁ ଅଧିକ ଘୋଷିତ ହୋଲ୍ଡିଂ ରହିଛି, ଯେଉଁଥିରେ ପାଖାପାଖି ୨୪୪.୨ମିଲିୟନ ସେୟାର ରହିଛି। ଆଇପିଓ ଫାଇଲିଂ ଅନୁସାରେ ଟମ୍ ବ୍ରାଉନ୍ ଆନ୍ଥ୍ରୋପିକ୍ ରେ ଯୋଗ ଦେବା ପୂର୍ବରୁ ଓପନ ଏଆଇରେ କାମ କରୁଥିଲେ। ସେ ଡାରିୟୋ ଆମୋଦେଇଙ୍କ ସହିତ ହ୍ୟୁମ୍ୟାନ ଫିଡବ୍ୟକ୍ ରୁ ଡିପ୍ ରି ଇନଫୋର୍ସମେଣ୍ଟ ଲର୍ଣ୍ଣିଂ ନାମକ ଏକ ଟେକନିକ୍ ଉପରେ କାମ କରିଛନ୍ତି, ଯାହା ଦ୍ୱାରା ବଡ଼ ଲାଙ୍ଗ୍ୱେଜ୍ ମଡେଲ୍ସ କୁ କନଭର୍ସେସନାଲ ଆସିଷ୍ଟାଣ୍ଟରେ ବଦଳାଇବାରେ ସହାୟତା ମିଳିଲା।

ସେହିପରି ଆନ୍ଥ୍ରୋପିକ୍ ରେ ଇଣ୍ଟରପ୍ରିଟେବିଲିଟି ରିସର୍ଚ୍ଚକୁ ଲିଡ କରୁଥିବା କ୍ରିଷ୍ଟୋପର ଓଲାହଙ୍କ ନିକଟରେ ପାଖାପାଖି ୨୪୨.୯ ମିଲିୟନ ସେୟାର ସହିତ ଦ୍ୱିତୀୟ ବଡ଼ ଅଂଶିଦାରୀ ରହିଛି। ସେହିପରି ଜେରେଡ କ୍ୟାପଲାନ ଓ ଜ୍ୟାକ୍ କ୍ଲାର୍କ ଯଥାକ୍ରମେ ୨୪୨.୪ ଓ ୨୪୨.୩ ମିଲିୟନ ସେୟାର ସହିତ ସର୍ବାଧିକ ଅଂଶିଦାରୀ ରଖିଥିବା ସଂସ୍ଥାପକ ମଧ୍ୟ ଅଛନ୍ତି। ଏହା ପଛକୁ କମ୍ପାନୀର ପ୍ରେସିଡେଣ୍ଟ ତଥା ବୋର୍ଡ ଚେୟାର ଡେନିୟେଲା ଅମୋଦେଇଙ୍କ ନିକଟରେ ପାଖାପାଖି ୨୪୧.୪ ମିଲିୟନ ସେୟାର ରହିଛି। ଫାଇଲିଂ ବେନିଫିସିୟାଲ ଓନରସିପ୍ ଟେବୁଲ ଅନୁସାରେ ତାଙ୍କ ଭାଇ ଡାରିୟୋ ଅମୋଦେଇଙ୍କ ପାଖରେ ପାଖାପାଖି ୨୪୦.୬ ମିଲିୟନ ସେୟାର ଓ ଆନ୍ଥ୍ରୋପିକ୍ ଚିଫ ଆର୍କିଟେକ୍ଟ ସ୍ୟାମ ମ୍ୟାକ୍ କ୍ୟାଣ୍ଡଲିସଙ୍କ ନିକଟରେ ସବୁଠୁ କମ ୨୩୧.୮ ମିଲିୟନ ସେୟାର୍ସର ଡିକ୍ଲାର ହୋଲ୍ଡିଂସ ଅଛି।

ତେବେ କେବଳ ପଇସା ଏହି ଆଇପିଓର ଉଦ୍ଦେଶ୍ୟ ନୁହେଁ। କମ୍ପାନୀ ଲିଷ୍ଟିଂ ପୂର୍ବରୁ ୭ କୋ-ଫାଉଣ୍ଡରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକ ଲିମିଟେଡ ଲାୟବିଲିଟି କମ୍ପାନୀ ଏକ ସ୍ପେଶାଲ-F କ୍ଲାସ୍ ସେୟାର ଜାରି କରିବାର ଯୋଜନା କରୁଛି। ଏହି ଆରେଞ୍ଜମେଣ୍ଟ ଯୋଗୁ କମ୍ପାନୀ ସେୟାର ପବ୍ଲିକଲି ଟ୍ରେଡ ହେଉଥିଲେ ବି ସଂସ୍ଥାପକମାନଙ୍କ ବେଶ୍ ପ୍ରଭାବ ରହିବ। ସଂସ୍ଥାପକମାନେ ଆନ୍ଥ୍ରୋପିକ୍ ରେ ସେମାନଙ୍କ ୮୦% ଭାଗ ସମାଜ ସେବାରେ ବ୍ୟୟ କରିବା ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଇପିଓ ଫାଇଲିଂରେ ଏହି ପ୍ରତିଶ୍ରୁତିକୁ ଆଇନତଃ ଜରୁରି କମିଟମେଣ୍ଟ ବଦଳେ ନିଜ ଇଛାରେ ଓ ପ୍ରତ୍ୟାହାର ଯୋଗ୍ୟ କୁହାଯାଇଛି।

ତେବେ ୨ଟ୍ରିଲିୟନ ଡଲାରରୁ ଅଧିକ ମୂଲ୍ୟର ସମ୍ଭାବନା ରଖୁଥିବା ଆନ୍ଥ୍ରୋପିକ୍ କୁ ଟେକ୍ନୋଲଜି ସେକ୍ଟରରେ ସବୁଠୁ ଅଧିକ ଦେଖା ଯାଉଥିବା ସମ୍ଭାବିତ ଲିଷ୍ଟିଂରୁ ଅନ୍ୟତମ କରୁଛି,ତେବେ କମ୍ପନୀର ଦ୍ରୁତ ବିକାଶ ସହିତ ବିପୁଳ ବ୍ୟୟ ଓ ଆର୍ଥିକ ରିସ୍କ ମଧ୍ୟ ରହିଛି।

Source link



Source link

Leave A Reply

Your email address will not be published.