Voice of Eastern India

୮୦ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ର ନୂଆ ଭିଜନ୍ : ‘ସପ୍ତ ସିନ୍ଧୁରୁ ସପ୍ତଧାରା’…


ଦିଲ୍ଲୀ : ହଜାର ହଜାର ବର୍ଷର ସଭ୍ୟତା, ସଂସ୍କୃତି ଓ ଐତିହ୍ୟରୁ ଆଧୁନିକ ବିକାଶର ଏକ ନୂଆ ଅଧ୍ୟାୟ ଆଡ଼କୁ ଆଗେଇ ଚାଲିଛି ଦେଶ। ସ୍ୱାଧୀନତାର ୭୯ ବର୍ଷ ପୂର୍ତ୍ତି ଅବସରରେ ‘ବିକଶିତ ଭାରତର ସ୍ୱପ୍ନକୁ ବ୍ୟାପକ ରୂପ ଦେବାକୁ ଏକ ନୂଆ ଭିଜନ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ସପ୍ତ ସିନ୍ଧୁରୁ ସପ୍ତଧାରା’ ଏହି ଥିମ ପ୍ରାଚୀନ ଭାରତର ମୂଳ ସହ ଆଧୁନିକ ଭାରତର ବିକାଶ ଯାତ୍ରାକୁ ଯୋଡ଼ିବାର ଏକ ବଡ଼ ସନ୍ଦେଶ ଦେଉଛି । ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଏକାଠି ଦେଖିବାର ଏକ ଐତିହାସିକ ମୁହୂର୍ତ୍ତ। ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ‘ବିକଶିତ ଭାରତ’ର ଲକ୍ଷ୍ୟକୁ ନୂଆ ଦିଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଐତିହ୍ୟକୁ ବିକାଶର ଭବିଷ୍ୟତ ସହ ଯୋଡ଼ିବାର ସ୍ବପ୍ନ ଦେଖିଛନ୍ତି । ‘ସପ୍ତ ସିନ୍ଧୁ’ ଭାରତୀୟ ସଭ୍ୟତାର ପ୍ରାଚୀନ ଭୌଗୋଳିକ ଓ ସାଂସ୍କୃତିକ ସ୍ମୃତିର ଏକ ପ୍ରତୀକ। ଆଉ ‘ସପ୍ତଧାରା’ ଏହାକୁ ଏକ ନୂଆ ଭାରତର ବିକାଶର ବିଭିନ୍ନ ପ୍ରବାହ ଭାବେ ଦେଖାଯାଇପାରେ ବୋଲି ପିଏମ୍ କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଭିଜନ୍ର କେନ୍ଦ୍ରରେ ରହିଛି ଏକ ଏମିତି ଭାରତ, ଯେଉଁଠାରେ ବିକାଶ କେବଳ କିଛି ବଡ଼ ସହରରେ ସୀମିତ ରହିବ ନାହିଁ। ଗାଁଠୁ ସହର, କୃଷିଠୁ ଶିଳ୍ପ, ଯୁବଶକ୍ତିଠୁ ମହିଳା ସଶକ୍ତିକରଣ, ଡିଜିଟାଲ୍ ଭାରତଠୁ ଆତ୍ମନିର୍ଭର ଭାରତ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ଆଣିବାର ଲକ୍ଷ୍ୟ ଏହି ଭିଜନର ଅଂଶ। ବିକଶିତ ଭାରତର ଅର୍ଥ ସୁଯୋଗର ସମାନତା, ଜୀବନମାନର ଉନ୍ନତି ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ବିକାଶର ଯାତ୍ରାରେ ସାମିଲ କରିବା ବୋଲି ପିଏମ୍ ଆହ୍ୱାନ୍ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ ୧୨ ବର୍ଷରେ ଦେଶରେ ପ୍ରତିରକ୍ଷା ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି । ଖଦି ଏବଂ ଗ୍ରାମୋଦ୍ୟୋଗର ଉତ୍ପାଦନ ୫ ଗୁଣ ବଢିଛି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୭ ଗୁଣ ଏବଂ ରେଳବାଇ କୋଚ୍ ନିର୍ମାଣ ୨୧ ଗୁଣ ବୃଦ୍ଧି ପାଇଛି । ସେହିପରି ମୋବାଇଲ ଫୋନ ଉତ୍ପାଦନ ୩୩ ଗୁଣ ବୃଦ୍ଧି ପାଇଛି । ଆଧୁନିକ ଯୁଗକୁ ନଜରରେ କି ଭାରତ ଡିଜିଟାଲ ଇନଫ୍ରାଷ୍ଟ୍ରକଚର୍ ଉପରେ ଧ୍ୟାନ ଦେଉଛି । ଦେଶରେ ଇଣ୍ଟରନେଟ୍ ୟୁଜରଙ୍କ ସଂଖ୍ୟା ବଢିଛି । ଅନଲାଇନ୍ ଟ୍ରାଞ୍ଜାକ୍ସନରେ ୧୦୦ ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଜେପି ସରକାର ଲୋକଙ୍କୁ ଗ୍ୟାସ୍ କନେକ୍ସନ ପ୍ରଦାନ କରିଛି । ଗରିବଙ୍କ ଘରେ ଶୌଚାଳୟ ନିର୍ମାଣ ହୋଇଛି, ଆବାସ ଯୋଜନାରେ ଘର ମିଳିଛି । ଏହାସହ ଶାସନତନ୍ତ୍ରରେ ମଧ୍ୟ ପରିବର୍ତ୍ତନ ହୋଇଛି । ଅନେକ ପୁରୁଣା ଆଇନର ଅନ୍ତ ଘଟିଛି । ନୂଆ ଆଇନ ଆସିଛି ।

Also Read : ୫୦ ବର୍ଷରେ ଯାହା ହୋଇନି ୫ ବର୍ଷରେ କରିବାକୁ ହେବ… ମୋଦୀଙ୍କ ଉଦବୋଧନରେ AIଠୁ ଆତ୍ମନିର୍ଭରତାର ଝଲକ

AIରେ ବଢିବ ଆତ୍ମନିର୍ଭରତା :ଆହୁରି ମଧ୍ୟ ପିଏମ୍ କହିଛନ୍ତି ଯେ, ସରକାର ଦେଶରେ ମେଟ୍ରୋର ବିସ୍ତାର କରିଛନ୍ତି । ଏହି ସବୁ ଉପଲବ୍ଧି ଗତ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିଛି । ଏହି ଦ୍ରୁତ ଅଭିବୃଦ୍ଧି ଦେଶବାସୀଙ୍କ ସାମର୍ଥ୍ୟକୁ ପ୍ରମାଣିତ କରୁଛି । ଏପରି ବିକାଶ ହେଲେ ୨୦୪୭ରେ ବିକଶିତ ଭାରତ ଗଠନକୁ କେହି ଅଟକାଇପାରିବେ ନାହିଁ । ଏହି ସବୁ ତଥ୍ୟ ଭାରତ ଆଗକୁ ବଢୁଥିବା ନେଇ ପ୍ରମାଣ ଦେଇଛି । ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ୱାଟ୍ ନ୍ୟୁକ୍ଲିଅର୍ ପାଓ୍ୱାର ପ୍ରତିଷ୍ଠା ନେଇ ଲକ୍ଷ୍ୟ ରହିଛି । ଦେଶ ସ୍ୱାଧୀନ ହେଲା ବେଳକୁ ସାରା ବିଶ୍ୱରେ ସେମି କଣ୍ଡକ୍ଟର ଚର୍ଚ୍ଚା ହେଉଥିଲା । କିନ୍ତୁ ଭାରତ ଏବେ ଏହାକୁ ଆଗକୁ ନେଉଛି । ସବୁ ଡିଜିଟାଲ ଡିଭାଇସ ପାଇଁ ଚିପ୍ ଜରୁରୀ ହୋଇ ପଡିଛି । ଭାରତ ଏବେ ଆତ୍ମ ନିର୍ଭର ହେବାକୁ ନିଜର ସେମି କଣ୍ଡକ୍ଟର ପ୍ଲାଣ୍ଟ୍ ବସାଇଛି । ତିନୋଟି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି । ୭-୮ ବର୍ଷରେ ଆହୁରି ପ୍ଲାଣ୍ଟ୍ ବସିବ । ଭାରତ ଏବେ ଅନ୍ୟ ଦେଶ ଉପରେ ନିର୍ଭରତା କମ୍ କରୁଛି । ଭାରତ ଏବେ ଆତ୍ମନିର୍ଭର ହେଉଛି । ଦେଶରେ ଏବେ ୧ କୋଟି ଯୁବକଙ୍କୁ ଏଆଇର ସ୍କିଲ୍ ପ୍ରଦାନ କରାଯିବ । ଛାତ୍ରଙ୍କୁ ଅନଲାଇନ୍ କୋଚିଂ ଦିଆଯିବ । ଦେଶ ଏବେ ବିକଶିତ ହେବାକୁ ଲାଗିଛି । ଆଗକୁ କିଛି ବର୍ଷ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଏବେ ଦେଶବାସୀ ଅଟକିବେ ନାହିଁ । କାର୍ଯ୍ୟପଦ୍ଧତିକୁ ବଦଳାଇବାକୁ ହେବ । ଯାହା ୫୦ ବର୍ଷରେ ହୋଇନି ତାହା ୫ ବର୍ଷରେ କରିବାକୁ ହେବ । ଦେଶର କୃଷକ, ଶ୍ରମିକ, ମାଆ, ଭଉଣୀମାନେ ଏହି ସ୍ୱପ୍ନକୁ ସତ କରିପାରିବେ ।

Source link



Source link

Leave A Reply

Your email address will not be published.