Voice of Eastern India

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ସଂସଦରେ ଦେଖିବାକୁ ମିଳିବ ହାଇ-ଭୋଲ୍ଟେଜ୍ ରାଜନୀତି


ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ସଂସଦରେ ଦେଖିବାକୁ ମିଳିବ ହାଇ ଭୋଲ୍ଟେଜ ରାଜନୀତି। ଜନ୍ତର ମନ୍ତରରୁ ସଂସଦ ଦିଲ୍ଲୀ ପୋଲିସ ର ବ୍ୟାରିକେଡ଼ ରହିଛି। ବିଏନଏସର ଧାରା 163 ଲାଗୁ କରାଯାଇଛି। ସରକାର ଓ ବିପକ୍ଷ ପରସ୍ପରର ସାମ୍ନାସାମ୍ନୀ ହେବେ।

ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୫ ଦିନିଆ ଏହି ଅଧିବେଶନରେ ମୋଟ ୧୯ଟି ବୈଠକ ହେବ। ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ବିରୋଧୀ ଦଳ ବିଭିନ୍ନ ଜାତୀୟ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛନ୍ତି।

11 ଟା ବେଳେ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କଣ କହିଛନ୍ତି ତା ଉପରେ ନଜର ରହିବ । ସେପଟେ ଆଜି ପ୍ରଥମ ଦିନ ଗୃହ ଚଳିପରୁଛି ନା ଆସନ୍ତା କଳିଁପାଇଁ ସ୍ତଗିତ ରହିବ। ଏହା ସହିତ ପ୍ରଥମ ଦିନରେ ସି ଜେ ପି ର ରାଲୀ ରେ କଣ ହେଉଛି ତା ଉପରେ ପାଳି ରୁ ଦିଲ୍ଲୀ ସମସ୍ତ ଙ୍କ ନଜର ସଂସଦ ଉପରେ ରହିବ। ଲୋକସଭା ସିଟିଂରେ ଆଜି ନୂଆ ପରିବର୍ତ୍ତନ ହେବ କି? Ncpi ର 20 ବିରୋଧୀ ସାଂସଦ ଙ୍କୁ ଅଲଗା ବସିବାକୁ ସ୍ଥାନ ଦିଆ ଯିବ ନା ନାହିଁ ତାର ନିଷ୍ପତ୍ତି ଏବେ ଯାଏ ପେଣ୍ଡିଙ୍ଗ ରହିଛି।

ସର୍ବମୋଟ 7ଟି ବିଲ ଉପସ୍ଥାପିତ କରାଯିବ ଅଛି । ଏଥିରୁ 5ଟି ନୂଆ ବିଲ୍ ଏବଂ 2 ଟି ପୁରୁଣା ବିଧେୟକ ପାରିତ କରିବେ ସରକାର। ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍-୨୦୨୬ ଉପସ୍ଥାପିତ ହେବ*। ଏହି ବିଲ୍ ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି। ସେହିପରି *ରାଜ୍ୟସଭାରେ ଜାତୀୟ ସମ୍ମାନ ପ୍ରତି ଅପମାନ ନିବାରଣ ସଂଶୋଧନ ବିଲ୍-୨୦୨୬ ଉପରେ ଆଲୋଚନା ହେବ*

ଏହା ବ୍ୟତୀତ *ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍* *ଆୟକର ସଂଶୋଧନ ବିଲ୍ ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍-୨୦୨୬* ସମେତ ଅନେକ ବିଧେୟକ ଏହି ଅଧିବେଶନରେ ଆଲୋଚନା ଓ ପାରିତ ହେବାର ସମ୍ଭାବନା ରହିଛି। ବର୍ଷା ଅଧିବେଶନ ପୂର୍ବରୁ ଗତକାଲି ସଂସଦ ଭବନରେ ସରକାର ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୪୦ଟି ରାଜନୈତିକ ଦଳର ୫୦ରୁ ଅଧିକ ନେତା ଯୋଗଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସମସ୍ତ ଦଳଙ୍କୁ ସଂସଦର ସୁରୁଖୁରୁ କାର୍ଯ୍ୟ ପାଇଁ ସହଯୋଗ କରିବା ସହ ଜନଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା କରିବାକୁ ଆହ୍ୱାନ ଦେଇଛନ୍ତି। ଏପଟେ ବିରୋଧୀ ଦଳ ନିଟ ରେ ଅନିୟମିତତା, ଏଥାନୋଲ, ମୁଦ୍ରାସ୍ଫୀତି, ବେକାରି, କୃଷକ ସମସ୍ୟା ଓ ଅନ୍ୟାନ୍ୟ ସମସାମୟିକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

Source link



Source link

Leave A Reply

Your email address will not be published.