Voice of Eastern India

Dakshina Moda of Chariots: ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ, ଦକ୍ଷିଣମୋଡ଼ ନେଇଛି ୩ ରଥ


ପୁରୀ ୨୨।୭: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ କାଳିଆ ସାଆନ୍ତ । ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ହେରାପଞ୍ଚମୀରେ ଅଭିମାନିନୀ ମା’ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ପରେ ୩ ରଥକୁ ଦକ୍ଷିଣମୋଡ଼ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ରଖାଯାଇଥିଲା। ପ୍ରବଳ ବର୍ଷା କାରଣରୁ ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇପାରି ନଥିଲା । ବୁଧବାର ସକାଳୁ ତାଳଧ୍ବଜ ରଥର ଦକ୍ଷିଣ ମୋଡ଼ ହୋଇଛି । ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାର ନିକଟକୁ ନିଆଯାଇଛି । ତିନି ରଥର ଦକ୍ଷିଣ ମୋଡ଼ ଶେଷ ହେବା ପରେ ଏହାର ଯାଞ୍ଚ କରାଯିବ । ତେବେ ଲଗାଣ ବର୍ଷା ଯୋଗୁ ଶରଧାବାଲିରେ ୩ ରଥ ପାଣି ଘେରରେ ରହିଛି । ତିନି ରଥକୁ ବ୍ୟାରିକେଡିଂ ସହ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।

Also Read:- ସପିଂ ମଲ୍‌ରେ ଲାଗିଛି ଭୟଙ୍କର ନିଆଁ, ପୂରା ଅଞ୍ଚଳ ଧୂଆଁ ଧୂଆଁ

ସେପଟେ ଆସନ୍ତା ୨୪ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ପରଂବ୍ରହ୍ମଙ୍କ ଫେରିବା ବାଟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ । 

Source link



Source link

Leave A Reply

Your email address will not be published.