Voice of Eastern India

ଲଗାତାର ୫ ଥର ସାଂସଦ, କିଏ ଏହି ନୂଆ ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ?


ନୂଆଦିଲ୍ଲୀ: ନିଟ୍ (NEET) ପେପର ଲିକ୍ ବିବାଦ ଏବଂ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେବା ପରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିଶ କ୍ରମେ ବରିଷ୍ଠ ବିଜେପି ନେତା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଦେଶର ନୂଆ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। କେନ୍ଦ୍ର ଖାଉଟି କଲ୍ୟା ମନ୍ତ୍ରୀ ଥିବା ପ୍ରହ୍ଲାଦଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ଲଗାତାର ୫ ଥର ସାଂସଦ

କର୍ଣ୍ଣାଟକ ରାଜନୀତିର ଜଣେ ପ୍ରଭାବଶାଳୀ ଚେହେରା ଭାବେ ପରିଚିତ ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଧାରୱାଡ଼ ଲୋକସଭା ଆସନରୁ ସାଂସଦ ଅଛନ୍ତି। ୨୦୦୪ରେ ସେ ପ୍ରଥମ ଥର କର୍ଣ୍ଣାଟକର ଧାରଓ୍ଵାଡ଼ ଲୋକସଭା ସିଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ୨୦୦୯, ୨୦୧୪, ୨୦୧୯ ଏବଂ ୨୦୨୪ରେ କ୍ରମାଗତ ଚାରି ଥର ଏହି ଆସନରୁ ଜିତି ଆସିଛନ୍ତି। ସେ ଲଗାତାର ନିର୍ବାଚନ ଜିତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବାର ବହୁ ଦୀର୍ଘ ଅଭିଜ୍ଞତା ରଖିଛନ୍ତି। ଏହାପୂର୍ବରୁ ସେ କେନ୍ଦ୍ର ସଂସଦୀୟ ଫାଟକ, କୋଇଲା ଏବଂ ଖଣି ମନ୍ତ୍ରଣାଳୟ ଭଳି ବଡ଼ ଦାୟିତ୍ୱ ସଫଳତାର ସହ ତୁଲାଇସାରିଛନ୍ତି।

ଆରଏସଏସ ବ୍ୟାକ ଗ୍ରାଉଣ୍ଡ

୧୯୬୨ ମସିହାରେ କର୍ଣ୍ଣାଟକର ବିଜାପୁରରେ ଜନ୍ମଗ୍ରହଣ କରିଥିବା ପ୍ରହ୍ଲାଦ ଯୋଶୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମାଧ୍ୟମରେ ନିଜର ସାମାଜିକ ଓ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୦ ଦଶକରେ ହୁବଲୀର ଇଦଗାହ ମଇଦାନରେ ଜାତୀୟ ପତାକା ଉତ୍ତୋଳନ ଆନ୍ଦୋଳନ ଜରିଆରେ ସେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ବିଜେପି ସଂଗଠନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବା ସହ କର୍ଣ୍ଣାଟକ ବିଜେପିର ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

ଶିକ୍ଷାଗତ ଯୋଗ୍ୟତା କେତେ ?

ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସେ କଳାରେ ସ୍ନାତକ ହୋଇଥିବା ବେଳେ ସଂସଦୀୟ ବ୍ୟବସ୍ଥା ଏବଂ ପ୍ରଶାସନିକ କାର୍ଯ୍ୟରେ ତାଙ୍କର କୁଶଳତା ପାଇଁ ସେ ଜଣାଶୁଣା। ବର୍ତ୍ତମାନ ନିଟ୍ ପରୀକ୍ଷା ବିବାଦ ଯୋଗୁଁ ସାରା ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ଛାତ୍ରଛାତ୍ରୀଙ୍କ ବିଶ୍ୱାସ ପୁଣି ଜିତିବା ଏବଂ ଶିକ୍ଷା ମନ୍ତ୍ରଣାଳୟକୁ ସୁଚାରୁରୂପେ ପରିଚାଳନା କରିବା ନୂଆ ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ।

Source link



Source link

Leave A Reply

Your email address will not be published.