Voice of Eastern India

Horoscope Today : ଅଗଷ୍ଟ ୦୮ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ଅଟକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ପରିବାରର ସହଯୋଗ ମନକୁ ଖୁସି କରିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

ବୃଷ– ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଦିନଟି ଶୁଭ ରହିବ। ଧନଲାଭର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ନୂଆ ନିବେଶ ପାଇଁ ଦିନଟି ଅନୁକୂଳ।

ମିଥୁନ– କାର୍ଯ୍ୟରେ ବ୍ୟସ୍ତତା ଅଧିକ ରହିବ କିନ୍ତୁ ଫଳ ମଧ୍ୟ ଭଲ ମିଳିବ। ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଯାତ୍ରାରେ ସତର୍କତା ରଖନ୍ତୁ।

କର୍କଟ– ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି ହେବ। ପୁରୁଣା ଆର୍ଥିକ ସମସ୍ୟାର ସମାଧାନର ରାସ୍ତା ଖୋଲିପାରେ। ଘରେ ଖୁସିର ପରିବେଶ ରହିବ। ଶୁଭ ଖବର ପାଇବାର ସମ୍ଭାବନା ଅଛି।

ସିଂହ– କାମରେ ଧୈର୍ଯ୍ୟ ରଖନ୍ତୁ। ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ନୂଆ ଆୟର ଉତ୍ସ ସୃଷ୍ଟି ହୋଇପାରେ। ପରିବାରରେ କୌଣସି ଶୁଭ ଆଲୋଚନା ହୋଇପାରେ। ବଡ଼ ନିବେଶ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ।

କନ୍ୟା– କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ସମ୍ମାନ ମିଳିବ। ବ୍ୟବସାୟରେ ଲାଭ ବଢ଼ିପାରେ। ଅଟକିଥିବା କାମ ଆଗକୁ ବଢ଼ିବ। ପରିବାର ସହ ସମୟ ବିତାଇବେ। ଅନାବଶ୍ୟକ ଚିନ୍ତା ଛାଡ଼ି ଆତ୍ମବିଶ୍ୱାସରେ ଆଗକୁ ବଢ଼ନ୍ତୁ।

ତୁଳା– ଆର୍ଥିକ ଯୋଜନା ଉପରେ ଧ୍ୟାନ ଦେବା ଆବଶ୍ୟକ। ଭାଗିଦାରୀ ବ୍ୟବସାୟରେ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ସନ୍ଧ୍ୟା ସମୟ ଶୁଭ ରହିବ।

ବିଛା– ପରିଶ୍ରମ ଅନୁଯାୟୀ ଫଳ ମିଳିବ। ଅଫିସରେ ଦାୟିତ୍ୱ ବଢ଼ିପାରେ। ଧନ ସମ୍ବନ୍ଧୀୟ ନିଷ୍ପତ୍ତି ସାବଧାନରେ ନିଅନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାରର ବୟସ୍କଙ୍କ ପରାମର୍ଶ ଲାଭଦାୟକ ହେବ।

ଧନୁ– ବ୍ୟବସାୟ ଓ ଚାକିରିରେ ଉନ୍ନତିର ସୁଯୋଗ ରହିଛି। ଆର୍ଥିକ ସ୍ଥିତି ମଜଭୁତ ହେବ। ଦୂର ଯାତ୍ରାର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ନୂଆ କାମ ଆରମ୍ଭ କରିପାରନ୍ତି।

ମକର– କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖିବା ଦରକାର। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ପରିବାରର ସହଯୋଗ ମିଳିବ। ଶନିଙ୍କ ପ୍ରଭାବରୁ ବଡ଼ ନିଷ୍ପତ୍ତିରେ ସତର୍କ ରୁହନ୍ତୁ।

କୁମ୍ଭ– ଧନ ସମ୍ବନ୍ଧୀୟ କାରବାରରେ ସତର୍କତା ରଖନ୍ତୁ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ପରିବାର ସହ ସମୟ ବିତାଇଲେ ମାନସିକ ଶାନ୍ତି ମିଳିବ। ଅନାବଶ୍ୟକ ବାଦବିବାଦରୁ ଦୂରେ ରୁହନ୍ତୁ। ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ।

ମୀନ– ଧୈର୍ଯ୍ୟ ଓ ସଂଯମ ରଖିବା ଆବଶ୍ୟକ। ବ୍ୟବସାୟରେ ଭଲ ସୁଯୋଗ ମିଳିପାରେ କିନ୍ତୁ ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରର ସହଯୋଗ ପାଇବେ। ଅନାବଶ୍ୟକ ଖର୍ଚ୍ଚରୁ ବଞ୍ଚନ୍ତୁ। ଭଗବାନ ବିଷ୍ଣୁଙ୍କ ଉପାସନା କଲେ ମନୋବଳ ବଢ଼ିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.