ନୂଆଦିଲ୍ଲୀ,୦୯/୦୮:ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଗ୍ରାଉଣ୍ଡରେ ଶତକ ଲଗାଇ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ରୋହିତ ଶର୍ମା । ତାଙ୍କ ଫର୍ମକୁ ନେଇ ଯେଉଁମାନେ ପ୍ରଶ୍ନ ଉଠାଉଥିଲେ ତାହାର ବ୍ୟାଟରେ ହିଟମ୍ୟାନ୍ ଜବାବ ଦେଇଛନ୍ତି । କିନ୍ତୁ ଫ୍ୟାନ୍ସଙ୍କ ମନରେ ଏବେବି ଗୋଟିଏ ପ୍ରଶ୍ନ । ରୋହିତ୨୦୨୭ବିଶ୍ୱକପ୍ ଖେଳିବେ ନା ନାହିଁ । ପୂର୍ବତନ କ୍ରିକେଟରଙ୍କ ମନରେ ବି ସମାନ ପ୍ରଶ୍ନ ଉଙ୍କି ମାରୁଛି ।
ରୋହିତଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ପାଇଛି । ତାଙ୍କ ନେତୃତ୍ୱରେ ଦଳ୨୦୨୩ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ମାତ୍ ଖାଇଥିଲେ ବି ଦଳ ପରବର୍ତ୍ତୀ ସମୟରେ ଟି୨୦ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ତାଙ୍କ ଫର୍ମ୍ ଏବଂ କ୍ଷମତା ଉପରେ କାହାର ସନ୍ଦେହ ନାହିଁ । କିନ୍ତୁ ତାଙ୍କୁ୩୯ବର୍ଷ ବୟସ ହେଲାଣି । ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । ସେ ଏବେ କିଛି ଦିନ ମଧ୍ୟରେ ଯେତେ କ୍ରିକେଟ ଖେଳିଛନ୍ତି ତାଙ୍କ ବ୍ୟାଟିଂ ଅପେକ୍ଷା ଅବସର ନେଇ ବେଶି ଚର୍ଚ୍ଚା ହୋଇଛି ।
ବ୍ୟାଟରେ ଦେଉଛନ୍ତି ଜବାବ
୨୦୨୫ ଅକ୍ଟୋବରରୁ ଏବେସୁଦ୍ଧା ରୋହିତ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ଦୁଇଟି ବଡ ପାଳି ଖେଳିଛନ୍ତି । ଚାରି ଥର ୭୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ନିକଟରେ ଇଂଲଣ୍ଡ ବିପକ୍ଷରେ ସେ ୧୩୮ରନର ଦମଦାର ଇନିଂସ ଖେଳିଥିଲେ । ଯାହା ପରେ ସମାଲୋଚକଙ୍କ ମୁହଁ ବନ୍ଦ ହୋଇଥିଲା । ଯେଉଁମାନେ ତାଙ୍କୁ ଦଳରୁ ବାହାର କରିବାକୁ କହୁଥିଲେ ସେମାନଙ୍କୁ ଏହା ଝଟକା ଥିଲା ।
ଅବସର ନେଇ ଗୁଜବ
ଇଂଲଣ୍ଡ ବିପକ୍ଷ ଶେଷ ମୁକାବିଲା ପୂର୍ବରୁ ରୋହିତଙ୍କ ଅବସର ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ପୁରୁଣା କ୍ରିକେଟର ମଧ୍ୟ ଏହାକୁ ସତ କହିଥିଲେ । ବିସିସିଆଇ ଅଧିକାରୀ ତାଙ୍କୁ ୨୦୨୭ପାଇଁ ସାମିଲ କରିବେନାହିଁ ବୋଲି ପ୍ରକାଶ କରିଥିଲେ । କିନ୍ତୁ ଏସବୁ କେବଳ ଏକ ଗୁଜବ ବୋଲି ରୋହିତ ନିଜ ବ୍ୟାଟରେ ସ୍ପଷ୍ଟ କରିଥିଲେ ।
Also Read :- UPIକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସାଧାରଣ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଚାର୍ଜ; ବ୍ୟବସାୟୀଙ୍କ ପାଇଁ ବଦଳିବ ନିୟମ
ବିସିସିଆଇ ଚୁପ୍
ସବୁଠୁ ବଡ କଥାହେଉଛି ଯେ, ଏବେଯାଏଁ ବିସିସିଆଇ ମୁହଁ ଖୋଲୁନି । ସିଧାସଳଖ ରୋହିତଙ୍କ ଭବିଷ୍ୟତକୁ ନେଇ କୌଣସି ଟିପ୍ପଣୀ କରୁନି । ଯାହା ଅଧିକ ଚିନ୍ତା ବଢାଉଛି । ଫ୍ୟାନ୍ସମାନେ ସସପେନ୍ସରେ ରହୁଛନ୍ତି । ତେଣୁ ବିସିସିଆଇ ବିଦିବଦ୍ଧ ଭାବେ ରୋହିତଙ୍କ ଭବିଷ୍ୟତ ବାବଦରେ ସ୍ପଷ୍ଟ କରୁ ବୋଲି ଫ୍ୟାନ୍ସ ଏବଂ ପୂର୍ବତନ କ୍ରିକେଟର ଚାହୁଁଛନ୍ତି ।
