Voice of Eastern India

ବିନୟତୋଷ ମିଶ୍ର ଅନ୍ତରୀଣ ପୋଲିସ ଡିଜି, ଅଗଷ୍ଟ ୧୬ ପରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦାୟିତ୍ୱରେ ରହିବେ


ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ । ରାଜ୍ୟ ସରକାର ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅନ୍ତରୀଣ ଡିଜିପି ଦାୟିତ୍ୱ ଦେଇଛନ୍ତି । ଅଗଷ୍ଟ ୧୬ ପରେ ସେ ଅନ୍ତରୀୟ ଡିଜିପି ଦାୟିତ୍ୱ ତୁଲାଇବେ । ବର୍ତ୍ତମାନ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଜି ଅଛନ୍ତି । ବିନୟତୋଷ ମିଶ୍ର ୧୬ ଅଗଷ୍ଟ ୨୦୨୬ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ସେପଟେ ଡିଜିପି ଦାୟିତ୍ୱ ନେବା ପୂର୍ବରୁ ବିନୟତୋଷଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, ପୋଲିସ ପାଇଁ ଅନେକ ଚ୍ୟାଲେଞ୍ଜ ଅଛି । ବିଶେଷ କରି ସାଇବର କ୍ରାଇମ୍ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଆଇନର ପରିଧି ଭିତରେ ରହି ପୋଲିସ କାମ କରିବ ବୋଲି କହିଛନ୍ତି । ଏହା ସହିତ ନୂତନ ଦାୟିତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧୬ ତାରିଖରେ ବର୍ତ୍ତମାନର ପୋଲିସ ଡିଜି ୱାଇ.ବି.ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ଡିଜିପି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ତାହା ଚୂଡ଼ାନ୍ତ ନିଷ୍କର୍ସରେ ପହଞ୍ଚିପାରି ନାହିଁ । ଓଡ଼ିଶାର ନୂଆ ପୋଲିସ ଡିଜି ଚୟନ ପ୍ରକ୍ରିୟାର ଚୂଡ଼ାନ୍ତ ବୈଠକ ପୂର୍ବରୁ ସାମୟିକ ରୋକ୍ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ଡିଜିପି ଚୟନ ପ୍ରକ୍ରିୟାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସ୍ଥିଗତ ରଖିବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୧୮ ତାରିରେ ହେବ ।

Source link



Source link

Leave A Reply

Your email address will not be published.