Voice of Eastern India

ହଠାତ ଆସିଲା ବାଘ, ଘୋଡାକୁ ଶିକାର କରି ଟାଣିନେଲା…ଚାହିଁ ରହିଥିଲେ ଲୋକେ


ଡେରାଡୁନ,୧୮/୦୮ : ଗହଳି ଚହଳି ଲାଗି ରହିଥିଲା । ଲୋକେ ମଧ୍ୟ ଥିଲେ । କୋଳାହାଳରେ ଫାଟି ପଡୁଥିଲା ଅଞ୍ଚଳ । କିନ୍ତୁ ହଠାତ ପଶି ଆସିଲା ଏକ ବିରାଟ ମହାବଳ । ଆଖି ପିଛୁଳାକେ ଏକ ଘୋଡାକୁ ଟାଣି ଜଙ୍ଗଲକୁ ନେଇଗଲା । ଏପରି ଭୟଙ୍କର ଘଟଣା ଘଟିଛି ଉତ୍ତରାଖଣ୍ଡର ରାମନଗର ଫରେଷ୍ଟ୍ ଡିଭିଜନର କୋସି ରେଞ୍ଜରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ ଖେଳିଯାଇଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବାଘଟି ଛପି ଛପି ଆସୁଛି । ଘୋଡାକୁ ଶିକାର କରି ଜଙ୍ଗଲକୁ ଟାଣି ନେଉଛି । ଆଖପାଖରେ ଲୋକଙ୍କ ପାଟି ଶୁଭୁଛି । କିଛି ଲୋକ ଚଳପ୍ରଚଳ ମଧ୍ୟ କରୁଥିବା ନଜର ଆସିଛନ୍ତି । ଏହାସତ୍ତ୍ୱେ ବାଘଟି ସାହସର ସହ ଶିକାର କରୁଛି । ସାଧାରଣ ଭାବେ ବାଘ ଜଙ୍ଗଲ କିମ୍ବା ଶୂନଶାନ ଅଞ୍ଚଳରେ ଶିକାର କରିଥାଏ । କିନ୍ତୁ ଏଠାରେ ପୁରା ଓଲଟା ଚିତ୍ର ଦେଖିବାକୁ ମିଳିଛି ।

କୁହାଯାଉଛି ଯେ, କୋସି ରେଞ୍ଜର ଝୁଲାପୁର ଅଞ୍ଚଳରେ ବାଘଟି ଘୋଡା ଶିକାର କରିଛି । ଏଠାରେ ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକଙ୍କ ଗହଳି ଲାଗି ରହେ । ହେଲେ ବାଘଟି ଦ୍ୱିପହର ସମୟରେ ହଠାତ ଜଙ୍ଗଲରୁ ଆସି ଶିକାର କରିବା ସହ ପୁଣି ଜଙ୍ଗଲକୁ ଫେରି ଯାଇଥିଲା । ଭିଡିଓରେ ମଧ୍ୟ ବାଘର ମୁହଁରେ ଘୋଡା ସ୍ପଷ୍ଟ ଭାବେ ନଜର ଆସୁଛି । ଘଟଣାପରେ ଆଖପାଖର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Also Read :- ଅବପାତ ପାଇଁ ୩ ଜିଲ୍ଲାକୁ ବଡ଼ ବିପଦ ! ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଏପରି ଘଟଣା ଗତ କିଛି ବର୍ଷ ହେଲା ରାମନଗର ଅଞ୍ଚଳରେ ଦେଖିବାକୁ ମିଳିନଥିଲା । ଏବେ ବନ ବିଭାଗ ଲୋକଙ୍କୁ ସତର୍କ ରହିବାକୁ କହିଛି । ନିଛାଟିଆ ସ୍ଥାନକୁ ଏକା ଯିବାକୁ ବାରଣ କରିଛି । ଗୃହପାଳିତ ପଶୁଙ୍କୁ ଦୂରକୁ ଛାଡିବାକୁ ମଧ୍ୟ ମନା କରାଯାଇଛି । ଯଦି ବାଘର ଗତିବିଧି ନଜର ଆସେ ତୁରନ୍ତ ବନ ବିଭାଗକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

Source link



Source link

Leave A Reply

Your email address will not be published.