Voice of Eastern India

IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ଏକାଧିକ ବରିଷ୍ଠ ଆଇପିଏସ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ


ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଦକ୍ଷ ଓ ଅଭିଜ୍ଞ ପୋଲିସ ଅଫିସରଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ନୂଆ ନିଯୁକ୍ତି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୩ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ହିମାଂଶୁ ଲାଲଙ୍କୁ ଅର୍ଥନୈତିକ ଅପରାଧ ଶାଖା (EOW)ର ନୂତନ ଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ବିଭାଗର ଆଇଜି ଦାୟିତ୍ୱ ୨୦୦୪ ବ୍ୟାଚର ଆଇପିଏସ ସତ୍ୟବ୍ରତ ଭୋଇଙ୍କୁ ନ୍ୟସ୍ତ କରାଯାଇଛି।

Also Read: ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ DGPଙ୍କ କଡ଼ା ନିର୍ଦ୍ଦେଶ, ପର୍ବପର୍ବାଣୀରେ ବଢ଼ିବ ସୁରକ୍ଷା                         

ଅନ୍ୟପଟେ, ୨୦୦୫ ବ୍ୟାଚର ଅଫିସର ଜୟ ନାରାୟଣ ପଙ୍କଜଙ୍କୁ ଦକ୍ଷିଣାଚଳ ପୋଲିସ ଆଇଜି ଭାବେ ନୂଆ ଜୋନ୍ ଦାୟିତ୍ୱ ମିଳିଥିବା ବେଳେ ୨୦୦୭ ବ୍ୟାଚର ଆଇପିଏସ ନୀତି ଶେଖରଙ୍କୁ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଆଞ୍ଚଳିକ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଚରଣସିଂହ ମୀନା (୨୦୦୯ ବ୍ୟାଚ୍) ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଆଶିଷ ସିଂ (୨୦୧୦ ବ୍ୟାଚ୍) ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ନୂତନ କାର୍ଯ୍ୟଭାର ସମ୍ଭାଳିବେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ଼ କରିବା ସହ ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଏହି ପ୍ରଶାସନିକ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି।

Source link



Source link

Leave A Reply

Your email address will not be published.