ବାଲିପାଟଣା: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଛେନା ପନିର ବ୍ୟବସାୟୀ ତଥା ଦୋକାନ ଉପରେ ଚାଲିଛି ଘନ ଘନ ରେଡ୍। ଏହି ରେଡ୍ କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ଛେନା ଓ ପନିରକୁ ନଷ୍ଟ କରାଯାଉଛି। ଏମିତିକି ଏଭଳି ଅପମିଶ୍ରିତ ଛେନା ପନିର ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ଉପରେ ମଧ୍ୟ ଆକ୍ସନ ହେଉଛି। ହେଲେ ଏସବୁ ଭିତରେ କ୍ଷତି ସହୁଛନ୍ତି ଗୋପାଳ ଭାଇ। ଭେଜାଲ ଛେନା ପନିର ବ୍ୟବସାୟୀଙ୍କ ଯୋଗୁ ଏବେ ସେମାନଙ୍କ ବ୍ୟବସାୟ ସଙ୍କଟରେ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଗୋପାଳ ସଂଘ ।
ଏହି କ୍ରମରେ ଗୁରୁବାର ଅଲ୍ ଓଡ଼ିଶା ଗୋପାଳ ସମାଜର ସଦସ୍ୟମାନେ ବାଲିପାଟଣା ବ୍ଲକ୍ ଅଭୟମୁଖିଠାରେ ପହଁଞ୍ଚି ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ଏନେଇ ଅଲ୍ ଓଡ଼ିଶା ଗୋପାଳ ସମାଜର ସାଧାରଣ ସମ୍ପାଦକ ନାରାୟଣ ଡାଳୁଆ କହିଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଉପରେ ପ୍ରଶାସନର ଚଢ଼ାଉ ସ୍ବାଗତଯୋଗ୍ୟ। ମାତ୍ର ଏହାଦ୍ବାରା ବର୍ତ୍ତମାନ ୧୫ ଦୁଗ୍ଧ ଚାଷୀଙ୍କର ଜୀବନ ଜୀବିକା ଏବେ ସଙ୍କଟରେ। ସେ କହିଛନ୍ତି ନକଲି ପାଉଡର ତଥା ଏଥିରୁ ଛେନା ପନିର ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ଉପରେ ରେଡ୍ କରାଯାଉ। ଯାହଦ୍ବାରା ଏହାକୁ ରୋକାଯାଇପାରିବ। ଏହା ସହ ସେ ଦାବି କରିଛନ୍ତି ଯେ, ବିଶୁଦ୍ଧ ଛେନା ପନିରର ମୂଲ୍ୟ ବୃଦ୍ଧି କରି ୩୯୫ ଟଙ୍କା କରାଯାଉ ।
Also Read: ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଚଢାଉ, ଚାଲିଛି ବାସୀ ଓ ଅପମିଶ୍ରିତ ମିଠାର ଯାଞ୍ଚ
