Voice of Eastern India

ପାରାଦୀପ ଛାଡ଼ିଲେ MV Ocean Winnerର ୨ କ୍ରିଉ, ଉଭୟ ବଖାଣିଲେ ଜାହାଜ ବୁଡିବାର ଛାତିଥରା କାହାଣୀ…


ପାରାଦୀପ ୨୯।୦୮ : ପାରାଦୀପ ଛାଡ଼ିଲେ ଉଦ୍ଧାର ୨ କ୍ରିୟୁ ସଦସ୍ୟ। ଜାହାଜ ଏଜେନ୍ସୀ ସହାୟତାରେ ଗଲେ କୋଲକାତା। କୋଲକାତାରୁ ଚାଇନା ଯିବେ ଦୁଇ କ୍ରିୟୁ ସଦସ୍ୟ। ଦୁଇ ନାବିକଙ୍କୁ ଚୀନ ଦୂତାବାସକୁ ହସ୍ତାନ୍ତର କରାଯିବ। ଗତକାଲି ତଦନ୍ତକାରୀ ସଂସ୍ଥା ନିକଟରେ ବଖାଣିଛନ୍ତି ସମୁଦ୍ର ଭିତରର ସଂଘର୍ଷର କାହାଣୀ।

ଜାହାଜ ଓସେନ୍ ଓ୍ବିନରର ୨୪ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ ଉଦ୍ଧାର ହୋଇଛନ୍ତି ମାତ୍ର ଦୁଇ ଜଣ। ଭାରତୀୟ କୋଷ୍ଟଗାର୍ଡ ଜାହାଜ ‘ଭରଦ’ ମାଧ୍ୟମରେ ଏହି ଦୁଇ ଜଣ ଚୀନ ନାବିକ ପାନ ଟୋଙ୍ଗଲାଇ ଏବଂ ଚେନ୍ ଜିଆନହେଙ୍କୁ ସୁରକ୍ଷିତ ଭାବେ ସ୍ଥଳଭାଗକୁ ଅଣାଯାଇଥିଲା। ସେମାନଙ୍କୁ କମ୍ପାନୀର ପ୍ରତିନିଧି ଏବଂ ଇମିଗ୍ରେସନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଦୁଇ ନାବିକ ବର୍ଣ୍ଣନା କରିଛନ୍ତି ଜାହାଜ ବୁଡିବାର ସେ ଛାତିଥରା କାହାଣୀ।

Also Read:-CNG ଗାଡ଼ି ଚାଳକଙ୍କୁ ପୁଣି ଝଟ୍‌କା ! କେଜି ପିଛା ₹ ୩.୮୯ ବଢ଼ିଲା ଦର, ଜାଣନ୍ତୁ କେଉଁ ସହରରରେ କେତେ ଦାମ

ଉଭୟ କହିଛନ୍ତି ଯେ, ରାତି ପ୍ରାୟ ସାଢ଼େ ୧୦ଟା। ଆମେ ଜାହାଜର ଉପରଭାଗ ଡେକରେ ଡ୍ୟୁଟି ସ୍ଥାନରେ ବିଶ୍ରାମ ନେଉଥିଲୁ। ଅନ୍ୟମାନେ ଭିତରେ ଥିଲେ। ହଠାତ ଜୋରରେ ଗର୍ଜନ କରି ଜରୁରିକାଳୀନ ସାଇରନ୍ ବାଜି ଉଠିଲା। ସେତେବେଳକୁ ଜାହାଜ ୩୦ରୁ ୪୦ ପ୍ରତିଶତ ବୁଡ଼ି ସାରିଥିଲା। ଚାରିଆଡ଼େ ଅନ୍ଧାର ଆଉ ପାଣି। ମନରେ ସେତେବେଳକୁ ଭୟ ଓ ଆତଙ୍କ। ଆମେ ମୋଟ ୧୦ ଜଣ ତଳକୁ ଡେଇଁଲୁ। ଚାହୁଁଚାହୁଁ ମାତ୍ର ୮ରୁ ୧୦ ମିନିଟ୍ ଭିତରେ ଆଖି ଆଗରେ ୧୪ ଜଣ ଜାହାଜ ସହ ଜଳସମାଧି ନେଇ ସାରିଥିଲେ। ଆମେ ଦୁଇ ଜଣ ଲାଇଫ୍ ରାଫ୍ଟରରେ ପଶି ଯାଇଥିଲୁ। ବାକି ୮ ଜଣ ଜାହାଜ ବୁଡ଼ିବା ସମୟରେ ଯେଉଁ ଭଉଁରି ସୃଷ୍ଟି ହୁଏ ସେହି ଗଭୀର ସମୁଦ୍ରରେ ବୁଡି ଯାଇଥିଲେ।’ ସମୁଦ୍ରରେ ଅଧିକ ରୋଲିଂ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ି ଯାଇଥିଲା ଜାହାଜ ଓସେନ୍ ଓ୍ବିନର। ଏବେବି ଜାହାଜ ର ଅନ୍ୟ ସଦସ୍ୟ ଏବଂ ଜାହାଜ ବୁଡିଥିବା ସ୍ଥାନର କୌଣସି ସଠିକ୍ ତଥ୍ୟ ମିଳିପାରି ନାହିଁ।ଚାଇନାର ଦୁଇଟି ଜାହାଜ ଓ ନ୍ୟାଭିର ଦୁଇଟି ଏୟାରକ୍ରାଫ୍ଟ ଦ୍ବାରା ସର୍ଚ୍ଚ ଅପରେସନ ଜାରି ରହିଛି।

Source link



Source link

Leave A Reply

Your email address will not be published.