Voice of Eastern India

ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ, ବିଭିନ୍ନ ବ୍ୟବସ୍ଥା ଓ ପ୍ରକଳ୍ପକୁ ନେଇ କଲେ ଆଲୋଚନା


ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁଙ୍କୁ ଭେଟିଲେ ପରିଚାଳନା କମିଟି ସଦସ୍ୟ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ୟ ସିଂହ ଦେବ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ତତ୍ୱାବଧାନରେ ପରିଚାଳନା କମିଟିର ସମସ୍ତ ସେବକ ସଦସ୍ୟ ଓ ଅନ୍ୟ ପ୍ରତିନିଧିମାନେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତିି । ଏହି ଅବସରରେ ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହ ଶ୍ରୀମନ୍ଦିରରେ ଲାଗୁ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥା ଓ ବିଭିନ୍ନ ପ୍ରକଳ୍ପକୁ ନେଇ ଜଗଦଗୁରୁଙ୍କ ପରାମର୍ଶ ନେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ।

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି ହୋଇଥିବା ଆଦର୍ଶ ଗୁରୁକୂଳ, ଶ୍ରୀଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ର, ଶ୍ରୀଜଗନ୍ନାଥ ତୀର୍ଥଯାତ୍ରୀ କେନ୍ଦ୍ର, ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରକଳ୍ପ, ରଘୁନନ୍ଦନ ଲାଇବ୍ରେରୀ ଇତ୍ୟାଦିର ରୂପରେଖ ତଥା ଅଗ୍ରଗତି ସମ୍ପର୍କରେ ଜଗଦଗୁରୁଙ୍କୁ ଅବଗତ କରାଇଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ।

Also Read: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସୁନାବେଶ ଠାରୁ ଗୁଣ୍ଡିଚା ମନ୍ଦିର, ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ତେବେ ସମଗ୍ର ବିଶ୍ୱ ସମେତ ଦେଶରେ ଅରାଜକତା ଚାଲିଛି । ଧର୍ମ ସଂସ୍କୃତି ଧୀରେ ଧୀରେ ଅପଭ୍ରଷ୍ଟ ହେବାରେ ଲାଗିଛି । ଓଡ଼ିଶାରେ ଏହା ନହେଉ ବୋଲି ମାର୍ଗଦର୍ଶନ ଦେଇଛନ୍ତି ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ । ମହାନ ସନାତନ ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ମୁତାବକ, ତାଙ୍କ ପରାମର୍ଶ ନିଆଗଲେ ସେ ଉଚିତ୍ ମାର୍ଗଦର୍ଶନ କରିପାରିବେ । ଶ୍ରୀମନ୍ଦିରରେ ହେବାକୁ ଯାଉଥିବା ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସେ ସ୍ୱାଗତ କରିଛନ୍ତି । ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ସୁବିଧା ଓ ସୁରୁଖୁରୁରେ ହେଉ ବୋଲି ସେ ପରାମର୍ଶ ଦେଇଛନ୍ତି ।

Source link



Source link

Leave A Reply

Your email address will not be published.