Voice of Eastern India

ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ, ୪ କାର୍ଯ୍ୟ ଦିବସ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ


ଭୁବନେଶ୍ବର: ଏମଏମଡିଆର ପ୍ରସଙ୍ଗକୁ ନେଇ ବାରମ୍ବାର ଅଚଳାବସ୍ଥା ଭିତରେ ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବେଶନ । ମୌମୁମୀ ଅଧିବେଶନର ୫ମ ଦିନରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଥିବା ବେଳେ ଗୃହକୁ ମୁଲତବୀ କରିବାକୁ ପ୍ରସ୍ତାବ ରଖିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।

ସୂଚନାଥାଉକି, ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ୯ କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏମଏମଡିଆର ପ୍ରସଙ୍ଗକୁ ନେଇ ବିରୋଧୀ ପ୍ରଥମ ଦିନରୁ ହିଁ ହଟ୍ଟଗୋଳ କରିଥିଲେ । ବିଜେଡି, କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ । ଫଳରେ ଗୃହକାର୍ଯ୍ୟ ଆଶାନୁରୂପ ଭାବରେ ଚାଲିପାରିନଥିଲା। ତେବେ ଏହା ସତ୍ତ୍ବେ ମୌସୁମୀ ଅଧିବେଶନରେ କିଛି ବିଲ୍ ପାରିତ ହୋଇପାରିଛି ।

Also Read: ଅପରାଜିତା VS ସୁଜାତା: MMDR ଆକ୍ଟକୁ ନେଇ ବିଜେଡିକୁ ତେରେଛା ବାଣ ମାରିଲେ ଭୁବନେଶ୍ୱର ସାଂସଦ

ତେବେ ଏହି ଅଧିବେଶନ ଶେଷରେ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ଏହା ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ମୋଟ ୫ କାର୍ଯ୍ୟ ଦିବସ ରହିଥିଲା । ସହିଦ ଓ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଗଲା। ଅଧିବେଶନରେର ଅନେକ ବିଲ ଆସିଲା। ପ୍ରଶ୍ନୋତ୍ତର ଆଲୋଚନା ହେଲା। ଜନବିଶ୍ୱାସ ବିଲ୍ ୨୦୨୬ ମଧ୍ୟ ପାରିତ ହେଲା । ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଦଳ, ଗଣମାଧ୍ୟମ ଏବଂ ସରକାରୀ ପଦାଧିକାରୀ, ନିରାପତ୍ତା କାର୍ଯ୍ୟରେ ଥିବା ପୋଲିସ ଓ ବିଧାନସଭା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Source link



Source link

Leave A Reply

Your email address will not be published.