ନୂଆଦିଲ୍ଲୀ-upi କୁ ନେଇ ମାମଲା ଏବେ ସୁପ୍ରିମକୋର୍ଟରେ l କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ନେଇ ସୁପ୍ରିମକୋର୍ଟରେ ମହାବିତର୍କ l ମାମଲାର ଆଇନଗତ ଆଧାର ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ l ନୂଆ ଚାର୍ଜ ଲାଗୁ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ବାରଣ କରିଛନ୍ତି କୋର୍ଟ l₹୨,୦୦୦ରୁ ଅଧିକ ମୂଲ୍ୟରUPI କାରବାର ଉପରେ Merchant Discount Rate (MDR) ଲାଗୁ କରିବାକୁ ନେଇ ନିଆଯାଇଥିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୋମବାର ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଏହି ଚାର୍ଜର ଆଇନଗତ ଆଧାର, ପ୍ରକୃତି ଓ ନିଷ୍ପତ୍ତି ପଛର କାରଣ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ତେବେ ଏହି ପର୍ଯ୍ୟାୟରେ ନୂଆ ଚାର୍ଜ ଲାଗୁ ଉପରେ ଅନ୍ତରୀଣ ରୋକ୍ ଲଗାଇବାକୁ କୋର୍ଟ ମନା କରିଛନ୍ତି।
ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆବେଦନକାରୀ ଆଇନଜୀବୀ ଅଞ୍ଜନ ଦତ୍ତ କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ୧୪ ଓ ୧୫ ତାରିଖର ନୋଟିଫିକେସନ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି। ମାମଲାରେ କେନ୍ଦ୍ର ସରକାର ସହ RBI, NPCI ଏବଂ UPI & Services Steering Committeeକୁ ପକ୍ଷଭୁକ୍ତ କରାଯାଇଛି।କୋର୍ଟର ମୁଖ୍ୟ ପ୍ରଶ୍ନ ଥିଲା ଏହା ଟ୍ୟାକ୍ସ ନା ଫି?ଶୁଣାଣି ସମୟରେ ସୁପ୍ରିମକୋର୍ଟ ନୂଆ ଚାର୍ଜର ଆଇନଗତ ସ୍ୱରୂପ ନେଇ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଏନ୍. ଭେଙ୍କଟରମଣ କହିଥିଲେ ଯେ ଏହା ଟ୍ୟାକ୍ସ କିମ୍ବା ସରକାରୀ ଫି ନୁହେଁ।
read also –ଜାପାନର ଆଶା ଅନୁସାରେ ହୋଇନି ବୁଲେଟ୍ ଟ୍ରେନ୍ ର ଟାଇମ୍ଲାଇନ୍, ତଥାପି ଦ୍ରୁତ ଗତିରେ ଆଗକୁ ବଢୁଛି ପ୍ରକଳ୍ପ
ଏହାର ଜବାବରେ ଜଷ୍ଟିସ୍ ବାଗଚୀ ପ୍ରଶ୍ନ କରିଥିଲେ ଯଦି ଏହା ଫି ନୁହେଁ, ତେବେ ଏପରି ଆର୍ଥିକ ଭାର ଲାଗୁ କରିବାର କାର୍ଯ୍ୟନିର୍ବାହୀ କ୍ଷମତା କିମ୍ବା ଆଇନଗତ ଆଧାର କ’ଣ? କୋର୍ଟ ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ସତ୍ୟପାଠ ମାଧ୍ୟମରେ ଚାହିଁଛନ୍ତି।ତେବେ କେନ୍ଦ୍ରର ପକ୍ଷରୁ କ’ଣ କୁହାଗଲା?କେନ୍ଦ୍ର ସରକାର କୋର୍ଟରେ ସ୍ପଷ୍ଟ କରିଛି ଯେ ଏହି MDRରୁ ଭାରତ ସରକାର ଗୋଟିଏ ଟଙ୍କା ମଧ୍ୟ ନେବ ନାହିଁ। ଏହା payment ecosystem ମଧ୍ୟରେ ହେଉଥିବା settlement charge ବୋଲି ସରକାର ପକ୍ଷରୁ ଦର୍ଶାଯାଇଛି।ସରକାରଙ୍କ ଯୁକ୍ତି ଅନୁଯାୟୀ, UPI କାରବାର ପ୍ରକ୍ରିୟାରେ ବ୍ୟାଙ୍କ ଓ ଅନ୍ୟ payment ecosystem ଅଂଶୀଦାରଙ୍କର ଖର୍ଚ୍ଚ ହୁଏ। କ୍ରେଡିଟ୍ ଓ ଡେବିଟ୍ କାର୍ଡ କାରବାରରେ ଯେପରି ଚାର୍ଜ ରହିଛି, UPI ବ୍ୟବସ୍ଥାର ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ପାଇଁ ମଧ୍ୟ ଏପରି ବ୍ୟବସ୍ଥା ଆବଶ୍ୟକ ବୋଲି କେନ୍ଦ୍ର କହିଛି।ଅନ୍ୟପଟେ ଘୋଷିତ ବ୍ୟବସ୍ଥା ଅନୁଯାୟୀ ନୂଆ MDR ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବ। କିନ୍ତୁ ସମସ୍ତ UPI କାରବାର ଉପରେ ଚାର୍ଜ ଲାଗିବ ନାହିଁ।ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କଣ ଥିଲା ଜାଣିରଖନ୍ତୁ …..Person-to-Person (P2P) UPI କାରବାର ମାଗଣା ରହିବ, ରାଶି ଯେତେ ହେଉନା କାହିଁକି।ନିର୍ଦ୍ଦିଷ୍ଟ Person-to-Merchant (P2M) କାରବାରରେ ₹୨,୦୦୦ରୁ ଅଧିକ ରାଶି ଉପରେ MDR ଲାଗିବ।ସାଧାରଣ MDR ହାର ୦.୪% ରଖାଯାଇଛି।₹୭୫,୦୦୦ କିମ୍ବା ତା’ଠାରୁ ଅଧିକ କାରବାର ପାଇଁ ସର୍ବାଧିକ MDR ₹୩୦୦ ରହିବ।
ଛୋଟ ବ୍ୟବସାୟୀଙ୍କ ପାଇଁ ରିହାତିଛୋଟ ବ୍ୟବସାୟୀଙ୍କୁ MDRରୁ ସୁରକ୍ଷା ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। UPI QR Code ମାଧ୍ୟମରେ ମାସକୁ ₹୧ ଲକ୍ଷ ପର୍ଯ୍ୟନ୍ତ ରାଶି ଗ୍ରହଣ କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ zero-MDR ବ୍ୟବସ୍ଥା ଜାରି ରହିବ। କେନ୍ଦ୍ରର ଦାବି ଅନୁଯାୟୀ, ପ୍ରାୟ ୯୬% merchant transactions ଉପରେ ଏହି ଚାର୍ଜର ପ୍ରଭାବ ପଡ଼ିବ ନାହିଁ।₹୨,୦୦୦ ସୀମାକୁ ନେଇ ମଧ୍ୟ ସୁପ୍ରିମକୋର୍ଟରେ ପ୍ରଶ୍ନ ରହିଥିଲା …..ଆବେଦନକାରୀ ପକ୍ଷରୁ ₹୨,୦୦୦ ସୀମା ଧାର୍ଯ୍ୟ କରିବାର ଆଧାର ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ପିଟିସନ୍ରେ ₹୨,୦୦୦ ଓ ₹୨,୦୦୧ କାରବାର ମଧ୍ୟରେ ଚାର୍ଜ ଲାଗିବାର ତଫାତ୍ର ଯୁକ୍ତିସଙ୍ଗତ ଆଧାର, ₹୧ ଲକ୍ଷ ମାସିକ ସୀମା, ବିଭିନ୍ନ କ୍ଷେତ୍ର ପାଇଁ ଭିନ୍ନ MDR ଏବଂ ₹୭୫,୦୦୦ରେ ଚାର୍ଜ କ୍ୟାପ୍ର ଆଧାର ନେଇ ତଥ୍ୟ ଚାହିଁଛନ୍ତି ଆବେଦନକାରୀ।ଆବେଦନକାରୀଙ୍କ ଆଶଙ୍କା ହେଉଛି, ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ଆସିଲେ ତାହା ପରୋକ୍ଷ ଭାବେ ଗ୍ରାହକଙ୍କ ଉପରେ ପଡ଼ିପାରେ। ତେବେ କେନ୍ଦ୍ର ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ବ୍ୟବସାୟୀମାନେ ଏହି ଚାର୍ଜକୁ ଗ୍ରାହକଙ୍କ ଉପରେ ପାସ୍ କରୁନାହାନ୍ତି କି ନାହିଁ ନିଶ୍ଚିତ କରିବାକୁ କୁହାଯାଇଛି।
UPI ଆପ୍ ପ୍ରଦାନକାରୀମାନଙ୍କୁ ମଧ୍ୟ platform fee କିମ୍ବା ଲୁକାୟିତ ଚାର୍ଜ ଲଗାଇବାରୁ ବାରଣ କରାଯାଇଛି।କୋର୍ଟ ଏବେ କ’ଣ କହିଛନ୍ତି?ସୁପ୍ରିମକୋର୍ଟ କେନ୍ଦ୍ର ସରକାର, RBI ଓ NPCIଙ୍କୁ ନୋଟିସ୍ ଜାରି କରି ସମ୍ପର୍କିତ ତଥ୍ୟ ଓ ଆଇନଗତ ଆଧାର ସତ୍ୟପାଠ ମାଧ୍ୟମରେ ଦେବାକୁ କହିଛନ୍ତି। ମାମଲାକୁ ପ୍ରାୟ ଚାରି ସପ୍ତାହ ପରେ ପୁଣି ଶୁଣାଣି ପାଇଁ ରଖାଯାଇଛି। ଏହି ସମୟରେ ଚାର୍ଜ ଲାଗୁ ଉପରେ ଅନ୍ତରୀଣ ରୋକ୍ ଦେବା ପାଇଁ ଆବେଦନକାରୀଙ୍କ ଅନୁରୋଧକୁ କୋର୍ଟ ଗ୍ରହଣ କରିନାହାନ୍ତି।ଗୁରୁତ୍ୱପୂର୍ଣ୍ଣ କଥାଏଠାରେ ଏକ କଥା ସ୍ପଷ୍ଟ କରିବା ଜରୁରୀ ସୁପ୍ରିମକୋର୍ଟ UPI ଉପରେ ଚାର୍ଜ ଲାଗିବାକୁ ଅନୁମୋଦନ କରିନାହାନ୍ତି, ଆଉ ଏହାକୁ ବାତିଲ ମଧ୍ୟ କରିନାହାନ୍ତି। କୋର୍ଟ ଏହି ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କଠାରୁ ଚାର୍ଜର ଆଇନଗତ ଆଧାର ଓ ନିଷ୍ପତ୍ତି ପଛର ତଥ୍ୟ ଚାହିଁଛନ୍ତି ଏବଂ ଅନ୍ତରୀଣ stay ଦେଇନାହାନ୍ତି। ତେଣୁ ମାମଲାର ଶେଷ ଆଇନଗତ ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ।
